ସହିଦଙ୍କ ସ୍ମୃତିରେ ଉର୍ମି ଲୋଚନ ପାଠାଗାର ପକ୍ଷରୁ ମହମବତୀ ଶୋଭାଯାତ୍ରା
ପାରାଦୀପ, (ଓଏନ୍ଏସ୍): ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଆଜି ଭଟଣା ଗାଁରେ ଥିବା ଉର୍ମିଲୋଚନ ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପାଠାଗାର ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ପାଠାଗାରର ଉପଦେଷ୍ଟା ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ନିରୋଦ ଚରଣ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଦେଶ ମାତୃକାର ସେବାପାଇଁ ପ୍ରାଣ ଉତ୍ସର୍ଗ କରିଥିବା ଆମ ପଡୋଶୀ ଗାଁ ପାରିଶିଖରର ଯୁବକ ପ୍ରଶନ୍ନ ସାହୁ ଓ ନିଆଳୀ ଅଂଚଳର ମନୋଜ ବେହେରା ସବୁବେଳେ ଅମର ହୋଇରହିବେ ବୋଲି କହିଥିଲେ । ପାକିସ୍ତାନର ଇଙ୍ଗିତରେ ହୋଇଥିବା ଏହି ଆକ୍ରମଣର ଦୃଢ ଜବାବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଶୋକସଭାରେ ପାଠାଗାରର କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପରିଡା, ଉପସଭାପତି ବିଜୟ କୁମାର ଜେନା, ପାଠାଗାର କର୍ମ କର୍ତା ପ୍ରି୍ରୟଙ୍କା ସ୍ୱାଇଁ, ମାମିନା ସ୍ୱାଇଁ, ପାଠାଗାରର ସଦସ୍ୟ ସ୍ୱସ୍ତିକ ସୋମେଶ ସ୍ୱାଇଁ, ସତ୍ୟରଂଜନ ସ୍ୱାଇଁ, ସମୟ ପୁହାଣ,ଲିକୁ ବହିରା ପ୍ରମୁଖ ଯୋଗଦେଇ ସମସ୍ତ ୪୪ଜଣ ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ସଭା ପୂର୍ବରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭା ଶେଷରେ ପାଠାଗାରର କୁନି କୁନି ସଦସ୍ୟ/ସଦସ୍ୟା ସହିଦଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା କରିଥିଲେ । କାର୍ଯ୍ୟକ୍ରମକୁ ପାଠାଗାର ସଭାପତି ବିବେକାନନ୍ଦ ସ୍ୱାଇଁ ଓ ସଂପାଦକ ପ୍ରମୋଦ କୁମାର ସ୍ୱାଇଁ ପରିଚାଳନା କରିଥିଲେ ।