ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶତବାର୍ଷିକୀ ସମାରୋହ
କଟକ,(ଓଏନ୍ଏସ୍): ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଦାସଙ୍କ ଜନ୍ମ ଶତବାର୍ଷିକୀ ସମାରୋହ କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହୋଇ ଯାଇଛି । ନୟାହାଟ ସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ୱାଇଁ, ପୂର୍ବତନ ଡେପୁଟି ମେୟର ଅଜୟ କୁମାର ବାରିକ, ଡ. କିଷନଲାଲ ଭରତିଆ ପ୍ରମୁଖ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିଶ୍ୱନାଥ ଶତପଥୀ, ଶପଥ କୁମାର ମହାପାତ୍ର, ପ୍ରଫେସର ଭବାନି ପ୍ରସାଦ ଦାଶ, ବିପିନ ବିହାରୀ ଦାସ ବାବାଜୀ, ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ, ବାବାଜୀ ଦିବାକର ଦାସ, ସୟଦ ଏକ୍ରାମ ହୁସେନ, ଡା. ରନôାକର ମହାନ୍ତି ପ୍ରମୁଖ ଯୋଗାଦେଇ ପ୍ରେମାଚାର୍ଯ୍ୟଙ୍କର ଅଲୈାକିକ ଅନୁଭବ, ଅନୁଭୂତି ସଂପର୍କରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ । ଶକୁନ୍ତଳା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଷୋଡଶ ଉପଚାର ପୂଜା, ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବିତା ଦାସ, ନେତ୍ରାନନ୍ଦ ଦାସ, ପୁନ ଦାସ, ବାବାଜୀ ଅକ୍ଷୟ ଦାସ, ଜିତେନ ଦାସ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଉସôବ ୨୦୧୮ ଜୁନ ୨୪ରୁ ଆରମ୍ଭ ହୋଇ ୨୪୩ ଦିନରେ ପହଂଚିପାରିଛି । ଏହା ଏକ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍ନପୂର୍ଣ୍ଣା ଦାସ (ଠୁକ ମା’), ପ୍ରୀତିରଂଜନ ଦାସ, ଶଶୀକାନ୍ତ ଖୁଂଟିଆ, ବ୍ରହ୍ମାନନ୍ଦ ଭାଇ, ଟୁଲ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହ ଯୋଗ କରିଥିଲେ ।