ବନ୍ଦର ଚିକିତ୍ସାଳୟରେ ସମାଜ ସେବୀଙ୍କ ଦେହାନ୍ତ

ପାରାଦୀପ,(ଓଏନ୍ଏସ୍): ପାରାଦୀପ ତଥା କେନ୍ଦ୍ରାପଡା ଜିଲ୍ଲାର ଜଣା ଶୁଣା ବନ୍ଧୁ ବସôଳ, ମିଷ୍ଠ ଭାଷି, ପରୋପକାରୀ, ହୃଦୟବାନ, ଦରଦି ମଣିଷ ତଥା ବିଶିଷ୍ଠ ସମାଜସେବୀ ପୂର୍ବତନ ଉଠା ଜଳ ସେଚନ କର୍ମଚାରୀ ମହାକାଳପଡା ବ୍ଲକ ବେଲାରୀ ନୁଆଗାଁ ଗ୍ରାମର ମଥୁରା ନନ୍ଦ ମହାନ୍ତି (୯୦)ଙ୍କର ଆଜି ପାରାଦୀପ ବନ୍ଦର ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଛି । ଗତ କାଲି ଗୁରୁବାର ରାତ୍ର ରେ ଖିଆପିଆ ସାରି ଶୋଇବା ସମୟରେ ଛାତିରେ ଜନ୍ତ୍ରଣା ଅନୁଭବ କରିଥିଲେ । ମହାନ୍ତିଙ୍କର ନିତି ଆଦର୍ଶରେ ଅନୁପ୍ରାଣିତ ଏକମାତ୍ର ପୁଅ ଜୀବନ ମହାନ୍ତି ବାପାଙ୍କୁ ଧରି ନିଜର କର୍ମଭୂମୀ ପାରାଦୀପସ୍ଥ ବନ୍ଦର ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ଡାକ୍ତରଙ୍କ ଦ୍ୱାରା ସ୍ୱତନ୍ତ୍ର ଚିକିସôା କରାଯାଇ ମଧ୍ୟ ଭୋର ୪ ଘଟିକା ସମୟରେ ଦେହାନ୍ତ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି ସମାଜ ସେବୀଙ୍କ ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଓଏସଏଲର କର୍ମଚାରୀ ଏମ୍.କେ.ଅଲ୍ଲି, ଏସ.କେ.ପଟେଲ. ହରିହର ଦାସ, ଡମ୍ପର ଆସୋସିଏସନର କର୍ମକର୍ତା ରଂଜନ ଧଳ,ଜେ.ଏମ୍.ବକ୍ସିର ଦେବେନ୍ଦ୍ର ଦାସ, ଜଗନ୍ନାଥ ଟ୍ରକ ଓନରସ୍ ଆସୋସିଏସନର କର୍ମକର୍ତା ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିବା ୧୧ ଘଟିକା ସମୟରେ ଶୋକାକୂଳ ପରିବେଶରେ କିର୍ତନ ମଣ୍ଡଳୀଙ୍କ ଗହଣରେ ଗ୍ରାମ ପରିକ୍ରମା କରି ଗ୍ରାମ ମଶାଣିରେ ଶେଷକୃତ୍ୟ ସମାପନ କରାଯାଇଥିଲା । ମୁଖାଗ୍ନୀ ଦେଇଥିଲେ ଏକ ମାତ୍ର ପୁତ୍ର ଜୀବନ ମହାନ୍ତି ।

Leave a Reply

Your email address will not be published.