ପାରାଦୀପ ନଗର କଂଗ୍ରେସ ତରଫରୁ ଦେବାଶିଷଙ୍କ କୁଶ ପୁତଳିକା ଦାହ: ଗିରଫ ଦାବି
ପାରାଦୀପ,(ଓଏନ୍ଏସ୍): ସହିଦ ପରିବାରକୁ ଦେବାଶିଷ ସାମନ୍ତରାୟଙ୍କ ଅସମ୍ମାନ ପ୍ରତିବାଦରେ ଆଜି ନଗର କଂଗ୍ରେସ ତରଫରୁ କୁଶ ପୁତଳିକା ଦାହ କରାଯିବା ସହ ପ୍ରତିବାଦ କରାଯାଇଛି । ସାମନ୍ତରାୟଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ତୁରନ୍ତ ଗିରଫ ଦାବି କରାଯିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କଂଗ୍ରେସ ଓବିସି ସେଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୁପ ସାହାଣି, ଜଗତ୍ସିହପୁର ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ କେଦାର ନାଥ ଜେନା, ପାରାଦୀପ ନଗର କଂଗ୍ରେସ ସଭାପତି ନାରାୟଣ ସ୍ୱାଇଁ, ସମୀର ବିଶ୍ୱାଳ, ନିରୋଦ ସ୍ୱାଇଁ,ଲାପନ ପରିଡା,ନରେନ୍ଦ୍ର ରାଉତ,ଗଦାଧର ମହାନ୍ତି,ସୁକଦେବ ବେହେରା,ଶିଶିର ପାତ୍ର,ଜ୍ଞାନରଂଜନ ମହାପାତ୍ର, ସତୃଘନ ଚାନି, ଆର୍ୟ ବିଶ୍ୱାଳ, ନିରଂଜନ ନାୟକ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।