ରାଉରକେଲାରେ “କାଳିଆ” ମହା ସମାବେଶ

ରାଉରକେଲା,(ଓଏନ୍ଏସ୍): ରାଉରକେଲା ଏୟାର ଷ୍ଟ୍ରିପ୍ ପଡ଼ିଆରେ “କାଳିଆ” ମହା ସମାବେଶ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, “କାଳିଆ”ଯୋଜନାରେ ସବୁ ଛୋଟ ଚାଷୀ, ଭାଗଚାଷୀ, ଜମିହୀନ ଚାଷୀ, କୃଷି ଶ୍ରମିକଙ୍କ ସମେତ ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଛି । “କାଳିଆ”ଯୋଜନା ଦେଶକୁ ବାଟ ଦେଖାଇଛି । ଚାଷୀମାନଙ୍କୁ ଆର୍ଥିକ ସହାୟତା ସହିତ ବିନା ସୁଧରେ ଋଣ ଦିଆ ଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ “କାଳିଆ”ଛାତ୍ରବୃତି ଯୋଜନା ଆରମ୍ଭ ହୋଇଛି । ଏହାଦ୍ୱାରା ଚାଷୀ ପରିବାରର ବହୁ ମେଧାବୀ ଛାତ୍ର ଉପକୃତ ହେବେ । ଏଥିସହିତ ଏହି ଅଂଚଳ ପାଇଁ ୬୪୬.୩୯ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ଏସଟିଆଇ ରେଳ ଓଭରବି୍ରଜ୍ ସମେତ ୩୩୬.୬୧ କୋଟି ଟଙ୍କାର୨୩ ଟି ପ୍ରକଳ୍ପର ଉଦଘାଟନ କରିଥିଲାବେଳେ ୩୦୯.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୯ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲା ବେଳେ ବଲିଉଡ଼ ଗାୟକ ଋତୁରାଜ ମହାନ୍ତିଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published.