ଓପିଜିସି ର ୩ୟ ଓ ୪ର୍ଥ ୟୁନିଟ୍ ଉଦଘାଟିତ

ବ୍ରଜରାଜନଗର,(ଓଏନ୍ଏସ୍): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି) ଏବଂ ଏଇଏସ୍ ର ମିଳିତ ସହଯୋଗରେ ବନହରପାଲି ଠାରେ ୬୬୦ ମୋଗାୱାଟ ସଂପନ୍ନ ୨ଟି ସଂପ୍ରସାରିତ ୟୁନିଟ୍ (୧୩୦୦ ମୋଗାୱାଟ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏଥିରେ ୧୫୦୦୦କୋଟି ଟଙ୍କା ପୁଂଜି ନିବେଶ କରାଯାଥିବା ବେଳେ ଏହି ୟୁନିଟ୍ ଆଗାମୀ ୨୫ ବର୍ଷ ପାଇଁ ବିଜୁଳି ସଂକଟକୁ ହ୍ରାସ କରି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।୨୦୧୪ ଫେବୃୟାରୀ ୨୩ ରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଠାରେ ଏହି ପ୍ଲାଂଟ ପାଇଁ ଉଦ୍ଦିଷ୍ଟ ୮ ମିଲିୟନ ଟନ୍ ଉତ୍ପାଦନକ୍ଷମ କୋଇଲା ଖଣିକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ସଂପୃକ୍ତ ବିସ୍ଥାପିତ ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୁନର୍ବାସ କଲୋନୀ ସହିତ ଉଚିତ କ୍ଷତି ପୂରଣ ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ,୨୦୦୦ ମସିହାରେ ରାଜ୍ୟର ୧୬ ଲକ୍ଷ ଘରକୁ ବିଜୁଳି ସଂଯୋଗ ଥିଲାବେଳେ ଏବେ ଓଡ଼ିଶାର ଘରେ ଘରେ ବିଜୁଳି ପହଂଚିଥିବା ମନ୍ତ୍ରୀ ଶୁଶାନ୍ତ ସିଂହ କହିଥିଲେ । ତେବେ ୩ୟ ଓ ୪ର୍ଥ ୟୁନିଟ୍ ସହ ମୋଟ ୪ଟି ୟୁନିଟ୍ ରୁ ୧୭୪୦ ମୋଗାୱାଟ ଶକ୍ତି ଉତ୍ପାଦନ କରୁଥିବା ବୃହତ ପ୍ରକଳ୍ପର ମାନ୍ୟତା ଓପିଜିସି ପାଇଥିବା ଶକ୍ତି ସଚିବ ହେମନ୍ତ ଶର୍ମା କହିଥିଲେ ।

Leave a Reply

Your email address will not be published.