ସହିଦ୍ ପ୍ରସନ୍ନ ସାହୁଙ୍କୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର, (ଓଏନ୍ଏସ୍): ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଗତ ଫେବୃଆରୀ ମାସ ୧୪ ତାରିଖରେ ଜାମ୍ମୁକାଶ୍ମୀରର ପୁଲଓା୍ୱମାଠାରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଯାଇଥିବା ଓଡିଶାର ବୀର ଯବାନ ସ୍ୱର୍ଗତଃ ପ୍ରସନ୍ନ ସାହୁଙ୍କୁ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସଭ୍ୟ କୁମର ବାରିକ, ଆଲୋକ ପରିଡା, ଅର୍ଜୁନ ଦେହୁରୀଙ୍କୁ ନେଇ ଏକ ପ୍ରତିନିଧି ଦଳ ସହିଦ୍ ସାହୁଙ୍କ ପୈ÷ତୃକ ଗ୍ରାମ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରିଶିଖର ଗ୍ରାମରେ ପହଂଚି ସହିଦ୍ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ, ଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହ ସହିଦ୍ ସାହୁଙ୍କ ଧର୍ମପତ୍ନୀ, ପୁତ୍ର, ଝିଅ ତଥା ଅନ୍ୟାନ୍ୟ ପରିବାରବର୍ଗଙ୍କ ସହ ଏକ ଭାବବେଗାପୂର୍ଣ୍ଣ ପରିବେଶରେ ପାଠପଢା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା କରିବା ସହ ଏହି ଦୁଃଖଦ ସମୟରେ ଧୈ÷ର୍ଯ୍ୟ ଓ ସାହସର ସହ କାର୍ଯ୍ୟକରି ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହୋଇ ସ୍ୱର୍ଗତଃ ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପରାମର୍ଶ ଦେବା ସହ ପିଲାମାନଙ୍କର ଭବିଷ୍ୟତ ଗଠନରେ ସଂଘ ତରଫରୁ ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ସହ ସାନ୍ତ୍ୱନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଗ୍ରାମବାସୀବୃନ୍ଦ ସ୍ୱର୍ଗତଃ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଉପସ୍ଥିତିରେ ଗତ ଡିସେମ୍ବର ମାସରେ ପ୍ରତିଷ୍ଠା ହୋଇଥିବା ଗା୍ରମ ଦେବୀଙ୍କ ମନ୍ଦିରକୁ ପ୍ରତିନିଧି ମଣ୍ଡଳୀକୁ ବୁଲାଇ ଦେଖେଇବା ଏକ ଭାବଗଭୀର ପରିବେଶ ସୃଷ୍ଟି କରିଥିଲା । ଶେଷରେ ସମସ୍ତଙ୍କୁ ସାନ୍ତ୍ୱନା ବାର୍ତ୍ତା ସହ ସ୍ୱର୍ଗତଃ ସାହୁଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନା କରିବାକୁ ଅନୁରୋଧ କରାଯାଇଥିଲା ।