ମହିଳାମାନେ ସ୍ୱାବଲମ୍ବୀ ହେଲେ ଦେଶର ଉନ୍ନତି ଘଟିବ!
ଭୁବନେଶ୍ୱର, (ଓଏନ୍ଏସ୍): ମହିଳାମାନେ ସ୍ୱାବଲମ୍ବୀ ହେଲେ ଦେଶର ଉନ୍ନତି ଘଟିବ, ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କୁ ସାମିଲ କରାଯିବା ଆବଶ୍ୟକ ବୋଲି ୧୪ ନମ୍ବର ୱାର୍ଡର ନୀଳାଦ୍ରି ବିହାର ଠାରେ ଅନୁଷ୍ଠିତ ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ ଏହା କହିଥିଲେ । ଈଶାନେଶ୍ୱର ବସ୍ତି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଏମ୍ସି ଯୁବ ସଂଯୋଜିକା ରାଜଲକ୍ଷ୍ମୀ ପାତ୍ର ଓ ଭାଗ୍ୟଶ୍ରୀ ନାୟକ ଯୋଗଦେଇ ମହିଳା ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳାମାନଙ୍କ ମଧ୍ୟରେ ଝୋଟି, ନୃତୁ୍ୟ, ସଂଗୀତ, ପୁଚି, ମୁ୍ୟଜିକ୍ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବବାହିନୀର ସଭାପତି ଅଂଶୁମାନ ଦାସ, ସ୍ମୃତିରଂଜନ ରାଉତ, ସରୋଜ ବେହେରା । ଚିନ୍ମୟ ସାହୁ, ସୈାମ୍ୟ ମହାନ୍ତି ପ୍ରଦୀପ କୁମାର ବେହେରା, ଅଲେଖ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରି•ଳନା କରିଥିଲେ ।