ରାଜ୍ୟରେ ବିଜେଡ଼ି, କଂଗ୍ରେସ ଓ ବିଜେପିର ଅବସ୍ଥା କିପରି ଅଛି?

ରାଜ୍ୟରେ କିପରି ଅଛି ବିଜେଡ଼ି, କଂଗ୍ରେସ ଓ ବିଜେପିର ଅବସ୍ଥା?

ସଂପ୍ରତି ଓଡ଼ିଶା ରାଜନୀତିରେ କେତେକ ରାଜନୀତିକ ଦଳରେ ନେତୃତ୍ୱର ଅଭାବ ରହିଥିବା ଦେଖାଯାଉଛି । ବିଜେଡ଼ି ନେତୃତ୍ୱାଧୀନ ସରକାରର ଏଇ ୧୯ ବର୍ଷର ଶାସନକୁ ବିଶ୍ଲେଷଣ କଲେ ସ୍ପଷ୍ଟ ହେବ ଯେ, ଏଇ ସମୟ ମଧ୍ୟରେ ରାଜ୍ୟ ଉନ୍ନତି ଦିଗରେ ଗତି କରିଛି । ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇଛି । ଦାରିଦ୍ର୍ୟ ହ୍ରାସ ପାଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ଶୃଙ୍ଖଳିତ ହୋଇଛି । ଆଉ ବିଜେଡ଼ି ଓ ସରକାରର ନେତୃତ୍ୱ ନେବାକୁ ନବୀନ ପଟ୍ଟନାୟକ ଯୋଗ୍ୟ ବୋଲି ପ୍ରମାଣିତ ହୋଇଛି । ପ୍ରତ୍ୟେକ ଓଡ଼ିଆ ଏକଥା ସ୍ୱୀକାର କରୁଛନ୍ତି ଯେ, ସ୍ୱର୍ଗତ ବିଜୁବାବୁଙ୍କ ପୁଅ ହିସାବରେ ନବୀନ ପଟ୍ଟନାୟକ ସୁଶାସନ କ୍ଷେତ୍ରରେ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏପରିକି ବାସ୍ତବତା ଦେଖାଗଲେ, ବିଭିନ୍ନ ଦଳର ନେତା ମାନେ ଚାହାନ୍ତି କେବଳ ବିଜେଡ଼ିରେ ମିଶିବାକୁ । କାରଣ ବିଜେଡ଼ି ପ୍ରାର୍ଥୀ ମାନଙ୍କର ଜିତିବାର ସମ୍ଭାବନା ବହୁ ଅଧିକ ରହିଛି । ମାତ୍ର ଚଳିତ ନିର୍ବାଚନରେ ପ୍ରତ୍ୟେକ ଆସନରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ୧୦-୧୨ରୁ ଅଧିକ । ସାଧାରଣତଃ ରାଜନୀତିକ ଦଳ ମାନଙ୍କରେ ଅନେକ ଆଶାୟୀଙ୍କ ମଧ୍ୟରୁ କୌଣସି ଜଣକୁ ଟିକଟ ମିଳିଲେ, ଅନ୍ୟମାନେ ବିଦ୍ରୋହୀ ହୋଇ ଉଠିଥାନ୍ତି । ଏହି ଅବସ୍ଥାରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଜର ପ୍ରଚଣ୍ଡ ରାଜନୀତିକ ଜ୍ଞାନରେ ଅବସ୍ଥାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେଉଛନ୍ତି ।
ସେହିପରି ବିଜେପିରେ ନେତୃତ୍ୱ ସଂକଟ ବିଭିନ୍ନ ସମୟରେ ସାମ୍ନାକୁ ଆସିଛି । ଚଳିତ ନିର୍ବାଚନ ପାଇଁ ଟିକଟ ବଂଟାକୁ ନେଇ ବିଜେପିରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଭୁବନେଶ୍ୱର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିବା ବିଜେପି ନେତା ଅମୀୟ ଦାଶଙ୍କୁ ଟିକଟ ଦିଆ ଯାଇନଥିବାରୁ ଅମୀୟଙ୍କ ସମର୍ଥକ ମାନେ ରାଜ୍ୟ ବିଜେପି ଅଫିସ ଆଗରେ ଧାରଣାରେ ବସିଥିଲେ । ସେହିପରି ଆହୁରି ଅନେକ ଆଶାୟୀଙ୍କ ଟିକେଟ କଟିଥିବାରୁ ସେମାନଙ୍କ ସମର୍ଥକ ମାନେ ମଧ୍ୟ ବିରୋଧ ଆରମ୍ଭ କରି ଦେଇଛନ୍ତି । ମୋଟ ଉପରେ ଟିକଟ ବଂଟାକୁ ନେଇ ବିଜେପି ପକ୍ଷରୁ ବିଭିନ୍ନ ରାଜନୀତିକ ଦଳରୁ ଆସୁଥିବା ନେତା ମାନଙ୍କୁ ଅଗ୍ରାଧିକାର ଭିତିରେ ଟିକଟ ଦିଆ ଯାଉଥିବାରୁ ନିକଟ ଭବିଷ୍ୟତରେ ଦଳରେ ବ୍ୟାପକ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସ୍ୱପ୍ନ ଭଳି ଲାଗୁଥିବା ମିସନ୍-୧୨୦ ତ ଦୂରର କଥା, ଖାଲି ୨୦ ବି ଅସମ୍ଭବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏହି ଅବସ୍ଥା ଯେ ଚଳିତ ନିର୍ବାଚନ ଶେଷେ ବେଳକୁ ବିଜେପି ପାଇଁ ମହଙ୍ଗା ପଡ଼ିବ, ଏଥିରେ ତିଳେ ହେଁ ସନେ୍ଦହ ନାହିଁ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।
ଅନ୍ୟ ପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳରେ ନେତୃତ୍ୱ ସମସ୍ୟା କିଛି ବର୍ଷ ତଳୁ ଲାଗି ରହିଛି । ତେବେ କାହିଁକି କଂଗ୍ରେସରେ ନେତୃତ୍ୱ ସମସ୍ୟା? ସତରେ କ’ଣ କଂଗ୍ରେସ ଦଳରେ ନେତୃତ୍ୱ ନେବା ଭଳି ଦକ୍ଷ ନେତାଙ୍କର ଅଭାବ ରହିଛି? କି ଜାଣିଶୁଣି ଯୋଗ୍ୟ ନେତାମାନଙ୍କୁ ଏଡ଼ାଇ ଦିଆଯାଇ ଦଳକୁ ନିଷ୍କି୍ରୟ କରି ଦିଆଯିବାର ଉଦ୍ୟମ ·ଲିଛି? ବର୍ତମାନ ନିର୍ବାଚନ ସମୟରେ କଂଗ୍ରେସର କିଛି ନେତା ଓ ବିଧାୟକ ଯେପରି ଭାବେ ଦଳ ଛାଡ଼ି ବିଜେଡ଼ି ବା ବିଜେପିରେ ସାମିଲ ହେଉଛନ୍ତି, ତାହା କଂଗ୍ରେସ କର୍ମୀ ଓ ସମର୍ଥକ ମାନଙ୍କୁ ଶକ୍ତ ଧକ୍କା ଦେଇଛି ଓ ନିକଟ ଭବିଷ୍ୟତରେ ଆହୁରି ଅନେକ ନେତା ଦଳ ଛାଡ଼ିବେ ବୋଲି ଅନୁମାନ କରାଯାଉଛି । ଏହା ଯେ କଂଗ୍ରେସ ଦଳ ପାଇଁ ନେତୃତ୍ୱ ଅଭାବ, ତାହା ଜଳଜଳ ଦେଖାଯାଉଛି । ୨୦୧୪ରେ ନିର୍ବାଚିତ କଂଗ୍ରେସ ବିଧାୟକ ମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ଛାଡ଼ି ଅନ୍ୟାନ୍ୟ ଦଳରେ ଯୋଗ ଦେଇଛନ୍ତି । ଏପରିକି ଅଳ୍ପ କେତେଜଣକୁ ଛାଡ଼ିଲେ ଦଳରେ ପ୍ରାୟ ଆଉ କେହି ଆଗଧାଡ଼ିର ବା ପ୍ରଭାବଶାଳୀ ନେତା ନାହାନ୍ତି । ଏଭଳି ଏକ ଘଡ଼ିସନ୍ଧି ସମୟରେ ଚଳିତ ନିର୍ବାଚନରେ କଂଗ୍ରେସ ଦଳକୁ ହାତଗଣତି ଆସନ ମିଳିବା ନେଇ ମଧ୍ୟ ସନେ୍ଦହ ରହିଛି ।
ରାଜ୍ୟରେ ସକ୍ରିୟ ଅନ୍ୟ ରାଜନୈତିକ ଦଳ ମାନଙ୍କରେ ପ୍ରାୟତଃ ନେତୃତ୍ୱ ସମସ୍ୟା ପ୍ରାୟ ନାହିଁ । ସବୁ ଦଳର ନେତୃତ୍ୱ ପ୍ରସଙ୍ଗକୁ ସମୀକ୍ଷା କଲେ, ବିଜେଡ଼ିର ସବୁଠୁ ମଜଭୁତ୍ ନେତୃତ୍ୱ ଥିବା ସ୍ପଷ୍ଟ ଜଣାପଡ଼ିବ । ଧୀରେ ଧୀରେ ରାଜ୍ୟରେ ବିଜେଡ଼ି ନିଜର ସ୍ଥିତି ମଜଭୁତ୍ କରି ·ଲିଥିବାରୁ ଏହା ଯେ ୫ମ ଥର ପାଇଁ ଓଡ଼ିଶା ସିଂହାସନରେ ବସି ରାଜ୍ କରିବ, ଏଥିରେ ସନେ୍ଦହ ନାହିଁ ବୋଲି ରାଜନୀତିକ ପଣ୍ଡିତ ମାନେ ମତ ଦେଉଛନ୍ତି ।
ବାସ୍ତବତା ଦେଖାଗଲେ, ଓଡ଼ିଶା ରାଜନୀତିରେ ନେତାଙ୍କର ଅଭାବ ନାହିଁ । କେବଳ ଦକ୍ଷତା ଓ ପ୍ରତିଭା ପୂଜାର ଅଭାବ ରହିଛି । ଅହଂ, ଇର୍ଷା ଓ ଆତ୍ମ ଗର୍ବ ଏହାର ମୁଖ୍ୟ କାରଣ ହୋଇଛି । କେହି କାହାକୁ ଆଗରେ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ଜାତୀୟ ସ୍ତରର ନେତା ହୁଅନ୍ତୁ କି ରାଜ୍ୟର, ନିଜ ଦଳର ସୁଦକ୍ଷ ନେତା ମାନଙ୍କୁ ଉପରକୁ ଉଠାଇ ନଦେବାର ଚେଷ୍ଟା ହିଁ ରାଜ୍ୟରେ ଦଳୀୟ ନେତୃତ୍ୱର ଅଭାବର କାରଣ ହୋଇଛି ।

Leave a Reply

Your email address will not be published.