ଭାରତୀୟ ରାଜନୀତିରେ ଭିଷ୍ମପିତାମହ ଚକ୍ରବର୍ତି ରାଜଗୋପାଳ
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ରାଜାଜୀ ବା ଚକ୍ରବର୍ତି ରାଜଗୋପାଳ ଆଚାରି ଭାରତୀୟ ରାଜନିତୀରେ ଭିଷ୍ମପିତାମହ ରୁପେ ପରିଚୟ ଲାଭ କରିଛନ୍ତି । ୧୨/ଡିସେମ୍ବର/୧୮୭୮ ମସିହାରେ ତକôାଳିନ ମାନ୍ଦ୍ରାସ ପ୍ରେସିଡେନ୍ସିର ଥୋରା ପଲ୍ଲୀ ନାମକ ଛୋଟ ସହରରେ ଜନ୍ମ ଗ୍ରହଣ କରି ଦୀର୍ଘ ୯୪ ବର୍ଷ କାଳ ନିରାମୟ ଜୀବନ ଯାପନ କରି ୨୫ ଡିସେମ୍ବର ୧୯୭୨ ମସିହାରେ ପରଲୋକ ଯାତ୍ରା କଲେ । ନିଜର ଦିର୍ଘ ଜୀବନ କାଳ ମଧ୍ୟରେ ସେ ଭାରତୀୟ ରାଜନୀତିକୁ ବହୁ ଭାବରେ ପ୍ରଭାବିତ କରି ଯାଇଛନ୍ତି । ସେ ହେଉଛନ୍ତି ଏକ ମାତ୍ର ଭାରତୀୟ ଯିଏ ଭାରତର ଗଭର୍ଣ୍ଣର ଜେନେରାଲ ପଦ ଅଳଂକୃତ କରିଥିଲେ । ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଲାଭ କରିବାରେ ସେ ପ୍ରଥମ ଭାରତୀୟ । ୧୯୫୪ ମସିହାରେ ସେ ଏହି ସମ୍ମାନ ପାଇଥିଲେ । ସରଦାର ପଟେଲଙ୍କର ୧୯୫୦ ମସିହାରେ ଆକସ୍ମିକ ମୃତୁ୍ୟ ପରେ ସେ ଗୃହ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ । ନେହୁରୁଙ୍କ ପ୍ରଥମ କ୍ୟାବିନେଟରେ ସେ ଶିଳ୍ପ ଓ ଶିକ୍ଷା ମନ୍ତ୍ରୀ ଥିଲେ ଓ ପରେ ପଶ୍ଚିମବଙ୍ଗର ଗଭର୍ଣ୍ଣର ପଦବି ଗ୍ରହଣ କରିଥିଲେ । ଅଭିବକ୍ତ ମାନ୍ଦ୍ରାଜ ପ୍ରଦେଶର ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଥିଲେ । ସେ ହେଉଛନ୍ତି ଏକ ମାତ୍ର ନେତା ଯିଏ ଗାନ୍ଧିଙ୍କୁ ମୁହେଁ ମୁହେଁ ସମାଲୋଚନା କରୁଥିଲେ ଓ ସେଥିପାଇଁ ତାଙ୍କୁ କନସାଇନ୍ସ କିପର ଅଫ ଗାନ୍ଧି ବୋଲି କୁହା ଯାଉଥିଲା । ଲୋକମାନେ ତାଙ୍କୁ ଶ୍ରଦ୍ଧାରେ କି୍ରଷ୍ଣଗୀରିର ଆମ୍ବ ବୋଲି କହୁଥିଲେ ।
ରାଜାଜୀ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରୁ ଆଇନ ଶିକ୍ଷା ସମାପ୍ତ କରି ସାଲେମ ସହରରେ ଜଣେ ସ‘ଳ ଅଇନଜିବି ରୁପେ କାର୍ଯ୍ୟ ଆରମ୍ଭ କଲେ । ବାଳ ଗଙ୍ଗାଧର ତିଳକଙ୍କ ଆହ୍ୱାନରେ ସାଧାରଣ ଲୋକଙ୍କ ସେବା ପାଇଁ ସେ ସାଲେମ ମୁନିସିପାଲ୍ଟିର ଚେୟାରମେନ ପଦ ଗ୍ରହଣ କଲେ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ଭ୍ୟାକମ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ଭାରତ ଆଗମନ ପରେ ସେ କଂଗ୍ରେସ ଦଳର ଜଣେ ସକି୍ରୟ ସଭ୍ୟ ହୋଇ ୧୯୧୯ ମସିହାରେ ରାଓଲେଟ ଆଇନ ବିରୁଦ୍ଧରେ ଆନେ୍ଦାଳନରେ ଯୋଗ ଦେଇଥିଲେ । ପରେ ଅସହଯୋଗ ଆନେ୍ଦାଳନରେ ଭାଗ ନେଲେ । ୧୯୨୨ ମସିହାରେ ଗୟାରେ କଂଗ୍ରେସର ଅଧିବେଶନ ବସିଲା । ସେତେବେଳକୁ ଗାନ୍ଧି ଜେଲରେ ଥାନ୍ତି । ଅସହଯୋଗ ଆନେ୍ଦାଳନ ବନ୍ଦ ହୋଇଯାଇଥାଏ । ୧୯୧୯ ଭାରତ ଆଇନ ଅନୁଯାଇ କଂଗ୍ରେସ ଦଳର ମୋତିଲାଲ ନେହେରୁ ଓ ଚିତରଞ୍ଜନ ଦାସ ନିର୍ବାଚନରେ ଭାଗନେଇ ଶାସନ ଭାର ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ରାଜାଜୀ ଗାନ୍ଧୀଙ୍କ ତର‘ରୁ ଏହାକୁ ବିରୋଧ କଲେ । ଏହା ଉପରେ ଭୋଟ ହେଲା । ଭୋଟରେ ହାରିଯାଇ ମୋତିଲାଲ ନେହେରୁ ଓ ତାଙ୍କ ସାଥୀ ମାନେ କଂଗ୍ରେସ ଦଳ ଛାଡି ସ୍ୱରାଜ୍ୟ ଦଳ ଗଠନ କଲେ ।
୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଆନେ୍ଦାଳନ ବେଳେ ରାଜାଜୀ ମାନ୍ଦ୍ରାସର ନାଗପଟ୍ଟମ ନିକଟସ୍ଥ ବେଦ ନାରାୟଣ ସମୁଦ୍ର କୂଳରେ ସତ୍ୟାଗ୍ରହ କରି ଗିରଫ ହୋଇଥିଲେ । ୧୯୪୨ ମସିହାରେ ଆରମ୍ଭ ହୋଇଥିବା ଭାରତଛାଡ ଆନେ୍ଦାଳନକୁ ସେ ବିରୋଧ କରୁଥିଲେ । ସ୍ୱାଧିନତା ପୂର୍ବରୁ ବିଭାଜନ ରୋକିବା ପାଇଁ ରାଜାଜୀ କଂଗ୍ରେସକୁ ଜିନ୍ନାଙ୍କ ସହ ଆଲୋଚନା କରିବାକୁ ଉପଦେଶ ଦେଇଥିଲେ ଓ ନିଜେ ଏକ ପ୍ରସ୍ତାବ ଦେଇଥିଲେ । ଇତିହାସରେ ଏହା ରାଜାଜୀ ଫର୍ମୁଲା ବୋଲି ସ୍ଥାନ ପାଇଛି ।
୧୯୩୭ ମସିହାରେ ଯେଉଁ ପ୍ରାଦେଶିକ ନିର୍ବାଚନ ହେଲା ତାଙ୍କ ନେତୃତ୍ୱରେ ମାନ୍ଦ୍ରଜ ପ୍ରଦେଶର ୨୧୫ ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୧୫୯ଟି ସ୍ଥାନ ପାଇ ଅଦ୍ଧୃତପୂର୍ବ ସଫଳତା ହାସଲ କଲା ଓ ରାଜାଜୀ ମାନ୍ଦ୍ରାସର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଥିଲେ । ସେଥିରୁ ଗୋଟିଏ ହେଲା ସଂପୂର୍ଣ୍ଣ ନିଶା ନିବାରଣ ଓ ଅନ୍ୟଟି ହେଲା ରାଷ୍ଟ୍ରଭାଷା ହିନ୍ଦିର ପ୍ରଚଳନ । ହିନ୍ଦି ବିରୋଧି ଆନେ୍ଦାଳନ ହୋଇ ପୋଲିସ ଗୁଳିରେ ଦୁଇ ଜଣ ନିହତ ହେଲେ । ନିଶା ନିବାରଣ ହେବାରୁ ରଜସ୍ୱ କମିଗଲା ଓ ଅନେକ ସରକାରୀ ସ୍କୁଲ ବନ୍ଦ ହୋଇଗଲା । ପରବର୍ତି କାଳରେ ସେ ୧୯୫୨ ରୁ ୧୯୫୪ ପର୍ଯ୍ୟନ୍ତ ମାନ୍ଦ୍ରାସର ମୁଖ୍ୟମନ୍ତ୍ରୀ ହେଲେ । ଏହି ସମୟରେ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ନେଇ ଯେଉଁ ଆନେ୍ଦାଳନ ହେଲା ସେଥିରେ କେ.ଶ୍ରୀ ରାମଲୁ ନାମକକ ଜଣେ ତେଲୁଗୁ ବ୍ୟକ୍ତି ୧୯ ଅକ୍ଟୋବର ୧୯୫୨ରୁ ୧୫ ଡିସେମ୍ବର ୧୯୫୨ ପର୍ଯ୍ୟନ୍ତ ଅନଶନରେ ବସୀ ମୃତୁ୍ୟ ବରଣ କଲେ ଓ ଏଥିପାଇଁ ରାଜ୍ୟରେ ବ୍ୟାପକ ହିଂସା କାଣ୍ଡ ହେଲା ।
ଏଥିପାଇଁ ଅନେକ ରାଜାଜୀଙ୍କ ଦାୟି କରିବାରୁ ସେ ୧୯୫୭ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇ କଂଗ୍ରେସ ରିଫର୍ମ ନାମରେ ଏକ ନୂତନ ଦଳ ଗଠନ କଲେ ଓ ନେହେରୁଙ୍କ ସମାଜବାଦ ନୀତିକୁ ବିରୋଧ କରି ମୁକ୍ତ ଗଣତନ୍ତ୍ରକୁ ପ୍ରତିଷ୍ଠା କରିବାପାଇଁ ୦୪/୦୬/୧୯୫୯ ଦିନ ସ୍ୱତନ୍ତ୍ର ଦଳ ନାମରେ ଏକ ଜାତୀୟ ଦଳ ଗଠନ କଲେ ଓ ନିଜେ ଏହାର ପ୍ରତିଷ୍ଠାତା ସଭାପତି ରହିଲେ ।
ନେହେରୁଙ୍କ କ୍ରମାଗତ ସମାଜବାଦ ପଥ ଅନୁସରଣ ଓ ସୋଭିୟେତ ଋଷ ସହ ଘନିଷ୍ଠ ସଂପର୍କକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲେ । ତାଙ୍କ ମତରେ ସମାଜବାଦ୍ ଓ ସାମ୍ୟବାଦ୍ ମଧ୍ୟରେ କିଛି ଫରକ ନାହିଁ । ଉଭୟ ଶାସନରେ ରାଷ୍ଟ୍ର ହାତରେ କ୍ଷମତା ଠୁଳ ହୁଏ । ବ୍ୟକ୍ତି ସ୍ୱାଧିନତା ଉପରେ ଅଂକୁଶ ଲାଗେ । ଲାଇସେନ୍ସ, ପରମିଟ୍, କଂଟ୍ରୋଲ ଓ ସେନ୍ସସର ଇତ୍ୟାଦି ଦ୍ୱାରା ରାଷ୍ଟ୍ର ବ୍ୟକ୍ତି ସ୍ୱାଧିନତା କ୍ଷୁର୍ଣ୍ଣ କରନ୍ତି । ସ୍ୱତନ୍ତ୍ର ଦଳ ମୁକ୍ତ ଅର୍ଥନିତି ପ୍ରଚାର କରେ । ଲାଇସେନ୍ସ କୋଟା ପରମିଟ ଓ କଂଟ୍ରୋଲର ବିରୋଧ କରେ । ସମାଜରେ ସମସ୍ତେ ସମ ପରିମାଣର ସୁବିଧା ପାଇବା ଉଚିତ । ଜାତୀ ବର୍ଣ୍ଣକୁ ନେଇ ସଂରକ୍ଷଣର ପକ୍ଷପାତି ସେମାନେ ନୁହନ୍ତି । ଆମଦାନି ରପ୍ତାନି ମ୍ମକଟକଣା ବିହିନ ହେବା ଉଚିତ୍ । ନିଜେ ମୁଖ୍ୟ ମନ୍ତୀ ଥିଲା ବେଳେ ସେ ମାନ୍ଦ୍ରସ ପ୍ରଦେଶରୁ ଚିନି ଉପରେ ସରକାରୀ ନିୟନ୍ତ୍ରଣ ଉଠାଇ ଦେଇଥିଲେ । ତାଙ୍କର ଉଦାର ମତବାଦ ଅନେକ ପ୍ରସିଦ୍ଧ ଭାରତୀୟଙ୍କୁ ତାଙ୍କ ଦଳକୁ ଟାଣି ଆଣିଥିଲା । ସେମାନେ ହେଲେ ଏନ.ଜି ରଙ୍ଗା, ମିନୁ ମାସାନି, ଫିଲ୍ଡ ମାର୍ସାଲ୍, କାରିଆପ୍ପା, କେ.ଏମ ମୁନିସ୍, ଦରବଙ୍ଗା ମହାରାଜା, କଳାହାଣ୍ଡି ମହାରାଜା ଓ ବଲାଙ୍ଗିର ମହାରାଜା । କଂଗ୍ରେସ ଏହାକୁ ଏକ ସାମନ୍ତ ବାଦୀ ଦଳ ବୋଲି କଟାକ୍ଷ କରୁଥିଲା । ଓ ଡ଼ିଶାର ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ଦଳ ସହ ମିଶିଗଲା ଓ ୧୯୬୭ ଓ ୭୧ ମସିହାରେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ଗଢିଲା । ୧୯୬୨ ପାର୍ଲାମେଂଟ ନିର୍ବାଚନରେ ସ୍ୱତନ୍ତ୍ର ଦଳ ୧୫ଟି ଆସନ ପାଇଲା । ୧୯୬୭ ନିର୍ବାଚନରେ ୪୫ ଟି ଲୋକସଭା ଜିଣି ମୁଖ୍ୟ ବିରୋଧି ଦଳର ମାନ୍ୟତା ପଇଲା । ତାଙ୍କ ସାହାଯ୍ୟରେ ତାମିଲନାଡୁରେ କଂଗ୍ରେସର ପତନ ଚିରଦିନ ପାଇଁ ଗଠିଲା ଓ ଅନ୍ନାଦୂରାଇଙ୍କ ନେତୃତ୍ୱରେ ଡି.ଏମ୍.କେ ଦଳ କ୍ଷମତାକୁ ଆସିଲା । ଗୁଜୁରାଟ ବିହାର ରାଜସ୍ଥାନ, ୟୁପିରେ ମଧ୍ୟ କଂଗ୍ରେସ ସରକାରର ପତନ ଘଟିଲା ।
୧୯୬୯ ମସିହାରେ କଂଗ୍ରେସର ବିଭାଜନ ଘଟିଲା । ଦକ୍ଷିଣପନ୍ଥି ମାନେ ସଂଗଠନ କଂଗ୍ରେସ ଗଢିଲେ । ଇନ୍ଦିରା ଗାନ୍ଧି ଇଂନ୍ଦିରା କଂଗ୍ରେସ ଗଢି ଅନେକ ପ୍ରଗତିଶିଳ ପଦକ୍ଷେପ ଯଥା ବ୍ୟାଙ୍କ ଜାତୀୟ କରଣ, ରାଜା ମାହାରାଜାଙ୍କ ହାତପାଣ୍ଠି ଉଚ୍ଛେଦ ଭୁସଂସ୍କାର ଭଳି ପଦକ୍ଷେପ ମାନ ନେଇ ଲୋକମାନଙ୍କର ନିକଟତର ହେଲେ । ୧୯୭୧ ମସିହାରେ ସ୍ୱତନ୍ତ୍ରଦଳର ଆସନ ସଂଖ୍ୟା ୮କୁ ଖସି ଆସିଲା ଓ ୧୯୭୨ ମସିହାରେ ରାଜାଜୀ ପରଲୋକକୁ ଯାତ୍ରା କଲେ ଓ ଏହାର ଅଳ୍ପ ଦିନ ପରେ ସ୍ୱତନ୍ତ୍ର ଦଳ ଚରଣ ସିଂକ ଲୋକଦଳ ସହ ମିଶିଗଲା ।
ଦିର୍ଘଦୀନ ପରେ ଆମେ ତଥା କଥିତ ସମାଜବାଦର ଅପକାରିତା ବୁଝିପାରିଲୁ । ସାରା ବିଶ୍ୱ ଯେତେବେଳେ ପ୍ରଗତି ପଥରେ ଆଗେଇ ଚାଲିଥିଲା ୧୯୮୦ ମସିହା ପର୍ଯ୍ୟନ୍ତ ଆମେ ସମାଜବାଦର ଅନ୍ଧକୁପରେ ବନ୍ଦିଥିଲୁ । ମିନେରାଲ ୱାଟର, ଏସି ଗାଡି, ମୋବାଲ, ଟିଭି ଆମ ପାଇଁ ସ୍ୱପ୍ନ ଥିଲା । ପୂରୁଣା କାଳିଆ ଫ୍ୟାଟ୍ ଓ ଆମ୍ବାସଡର, ରାସ୍ତା ତିଆରି କରୁଥିବା ହାତଟଣା ରୋଲର ଆମ ପ୍ରଗତୀର ପ୍ରତୀକ ଥିଲା । ଲାଇସେନ୍ସ ଓ ପର୍ମିଟ ମାଧ୍ୟମରେ ସମାଜ ନେତା ଓ ଅମଲାଙ୍କର ଗୋଲାମ ହୋଇଯାଇଥିଲା । ଏକ କାଳିନ ୫ କେ.ଜି ଚିନି ପାଇବା ସ୍ୱପ୍ନର କଥା ଥିଲା ।
୧୯୯୦ ମସିହାରେ ଆମେ ସମାଜବାଦର ଶିକୁଳିରୁ ମୁକ୍ତ ହୋଇ ବାହାର ଦୂନିଆ ପାଇଁ ଝରକା ଖୋଲି ଦେଲୁ ଓ ଦୁ୍ରତଗତିରେ ଆଗୋଇ ଚାଲିଲୁ । ରାଜାଜୀଙ୍କର ସ୍ୱପ୍ନ ସଫଳ ହେଲା ।
ଅନେକ ଜାଣନ୍ତି ନାହିଁ ଯେ, ରାଜାଜୀଙ୍କର ଝିଅ ଲକ୍ଷ୍ମି ମହାତ୍ମା ଗାନ୍ଧିଙ୍କ ସାନ ପୁଅ ଦେବଦାସ ଗାନ୍ଧିଙ୍କୁ ବିବାହ କରିଥିଲେ । ବିଶିଷ୍ଟ ଐତିହାସିକ ରାଜ ମୋହନ ଗାନ୍ଧି, ଦାର୍ଶନିକ ରାମଚନ୍ଦ୍ର ଗାନ୍ଧି ଓ ବଙ୍ଗଳାର ରାଜ୍ୟ ପାଳ ଥିବା ଗୋପାଳ କୃଷ୍ଣ ତାଙ୍କର ଓ ଗାନ୍ଧିଙ୍କର ନାତି ଅଟନ୍ତି । ଅନେକ ମନେ କରନ୍ତି ଗାନ୍ଧିଙ୍କର ସମୁଧି ହୋଇଥିବାରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଗାନ୍ଧି ତାଙ୍କୁ ଦେଇନଥିଲୋ ।
ସାହିତ୍ୟକୁ ତାଙ୍କ ଦାନ ମ୍ମ ଅତୁଳନିୟ । ସଂସ୍କୃତ ରାମାୟଣକୁ ସେ ଇଂରାଜୀରେ ନିଜ ଭାଷାରେ ଅନୁବାଦ କରିଛନ୍ତି ଓ ତାମିଲନାଡୁ ରାଜ୍ୟ ସାହିତ୍ୟ ଏକାଡେମି ତାଙ୍କୁ ଏଥିପାଇଁ ପୁରସ୍କୃତ କରିଛି । ତାଙ୍କର ଅନେକ ସଂଙ୍ଗିତ କାନାଡା ଭାଷାରେ କୁରାଇ ଅନଭମ୍ ଇଲ୍ଲାଇ ନାମରେ ସଂକଳିତ ହୋଇଛି।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬