ବିଧାୟକଙ୍କୁ ସହଯୋଗ କରୁଛନ୍ତି ସଂଗୀତ ଅଧ୍ୟାପକ!
ଭୁବନେଶ୍ୱର, (ଓଏନ୍ଏସ୍): ସରକାରୀ ଚାକିରିରେ ଥିବା ଜଣେ ଅଧ୍ୟାପକ ରାଜନେତାଙ୍କୁ ସହଯୋଗ କରୁଥିବାର ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜଧାନୀର ବିଜୁ ପଟ୍ଟନାୟକ କଲେଜରେ କାର୍ଯ୍ୟରତ ଉକ୍ତ ସଂଗୀତ ଅଧ୍ୟାପକ ନିଜକୁ ଜଣେ ବରିଷ୍ଠ ସଂଗୀତ ବିଶାରଦ, ଅଧ୍ୟାପକ ଏବଂ ପ୍ରଫେସର ବୋଲି ପରିଚୟ ଦେଇ ବିଧାୟକ ଅତନୁ ବାବୁଙ୍କ ସଂପର୍କରେ ଗୁଣ ଗାନ କରୁଥିବାର ଦେଖିବାକି ମିଳୁଛି । ସୂଚନାଯୋଗ୍ୟ ଯେ,ଏହି ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ତାଙ୍କ ଗ୍ରାମରେ (ମହାକାଳପଡା ଅନ୍ତର୍ଗତ ବବକରପୁର ଗ୍ରାମ) ଏକ ମହୋତ୍ସବର ଆୟୋଜନ କରିଥିଲେ । ସେଥିରେ ସେ ଅତନୁ ସବ୍ୟସାଚୀଙ୍କୁ ନିମନ୍ତ୍ରିତ କରି ତାଙ୍କର ଜୟଗାନ କରିଥିଲେ । ଯାହାକି ଉକ୍ତ ଗ୍ରାମରେ ଖୁବ ସମାଲୋଚନା ହୋଇଥିଲା । ଏ ସଂପର୍କରେ ଉକ୍ତ ପଂଚାୟତର କିଛି ଲୋକ କହିଛନ୍ତି ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବ୍ୟକ୍ତି ଜଣକ ବିଧାୟକଙ୍କୁ ଡକାଇ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି । ଏ କ୍ଷେତ୍ରରେଏହି ବ୍ୟକ୍ତି ଙ୍କୁ ରାଜଧାନୀରେ ଥିବା ନିର୍ମାଣ ଶୌଧର ଜଣେ ବରିଷ୍ଠ ଅଧିକାରୀ ସଂପୂର୍ଣ୍ଣ ସହଯୋଗ କରୁଥିବାର ଜଣାପଡିଛି । ତେବେ ସରକାରୀ ଚାକିରିରେ ଥାଇ ରାଜନୈତିକ ଦଳ ବା ନେତାଙ୍କୁ ସହଯୋଗ କରିବା ବେଆଇନ ବୋଲି ବୁଦ୍ଧିଜୀବିଙ୍କ ମହଲରେ ଚର୍ଚ୍ଚା ହେଉଛି ।