ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଭିଏସ୍ଟି, ଭିଭିଟି ଓ ଏସ୍ଏସ୍ଟି ପ୍ରମୁଖଙ୍କ ପ୍ରଶିକ୍ଷଣ
କେନ୍ଦ୍ରାପଡା, (ଓଏନ୍ଏସ୍): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଭିଏସ୍ଟି, ଭିଭିଟି ଓ ଏସ୍ଏସ୍ଟି ପ୍ରମୁଖଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବୁଧୁବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଦାଶରଥି ଶତପଥି ଅଧ୍ୟକ୍ଷତା କରିଥିଲେ । ଏଥିରେ ପର୍ଯ୍ୟବେକ୍ଷକ ଅମିତ୍ କାଟୋଚ୍ , ଦିପ୍ତି ଜୟରାଜ ଓ ଏନ୍ ଧାନିଓଲ୍ ଜିମିକ୍ ପ୍ରମୁଖ ଉପସ୍ଥିତ ରହି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଭିଏସ୍ଟି, ଭିଭିଟି ଓ ଏସ୍ଏସ୍ଟି ପ୍ରମୁଖଙ୍କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଗଣ୍ଡଗୋଳ, ପ୍ରଚାର ସମୟରେ ସମସ୍ୟା ତଥା ବେଆଇନ୍ ପ୍ରଚାର, ମଦ, ଟଙ୍କା କାରବାର ଓ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ଗାଡି ଇତ୍ୟାଦି ଉପରେ ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନରେ ଗ୍ରହଣ କରିବାପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଏଥିନିମନ୍ତେ ଜିଲ୍ଲାରେ୫ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ଭିଏସ୍ଟି ଏହିସବୁ ସମସ୍ୟା ଉପରେ ନଜର ରଖି ନିଦେ୍ର୍ଦଶ ଦିଆଯାଇଥିଲା । କେନ୍ଦ୍ରାପଡା ଏସ୍ପି ନୀତିଶେଖର କୈାଣସି ସ୍ଥାନରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେଲେ ତୁରନ୍ତ ପୋଲିସ ପ୍ରଶାସନରେ ବିଭିନ୍ନ ଟିମ୍କୁ ସୂଚନା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୂଚନା ଦେଇଥିଲେ । ସେହିପରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ପରିଡା, ସହକାରୀ ଜିଲ୍ଲାପାଳ ବିକ୍ରମ କେଶରୀ ପରିଡା ଓ ସମ୍ଭିତ୍ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।