ଅବହେଳିତ ବିଜୁ ମେମୋରିଆଲ ହସପିଟାଲ!

ହସ୍ପିଟାଲ ନାମ ଲେଖାଥିବା ପ୍ରବେଶ ପଥରେ ତୋରଣ ଟିଏ ନାହିଁ
ପାରାଦୀପ, (ଓଏନ୍ଏସ୍): ସ୍ଥାନୀୟ ଜନସାଧାରଣ ତଥା ଛଅଟି ବୃହତ ଶିଳ୍ପ ଅନୁଷ୍ଠାନର ସାହା ଭରସା ବନ୍ଦର ମୁଖ୍ୟ ଦ୍ୱାର ନିକଟରେ ଥିବା ୩୦ ସଜ୍ୟା ବିଶିଷ୍ଟ ବିଜୁ ମେମୋରିଆଲ ହସ୍ପିଟାଲ । ଆବଶ୍ୟକ ଝାଡୁଦାର ନିୟୋଜିତ ହୋଇ ନ ପାରିବାରୁ ମେଡିକାଲ ସାରା ମଇଳା କେବଳ ମଇଳା । କର୍ମଚାରୀ ଅଭାବରୁ ବେଡରେ ସଫା ବେଡ୍ସିଟ ପଡିପାରୁନି । ଯାହା ଫଳରେ ରୋଗୀ ସେବା ପାଇବା ବଦଳରେ ଦୁଇ ଗୁଣା ଅଧିକ ରୋଗର ଶୀକାର ହେଉଛନ୍ତି । ଦାଇତ୍ୱରେ ଥିବା ବରିଷ୍ଠ ସେବିକାଙ୍କୁ ପଚାରିବାରେ କୁହନ୍ତି ବେଡସିଟ କେବଳ ରହିଲେ କଣ ହେବ । ତାକୁ କଣ ମୁଁ ପ୍ରତିଦିନ ସଫା କରିବି ନା ମୁଁ ନେଇ ବେଡ୍ ଉପରେ ବିଛାଇବି । କର୍ମଚାରୀ ନାହାନ୍ତି ଖାଲିରେ କଣ ମେଡିକାଲ ଚାଲିବ । ପ୍ରାୟ ୪୦ ହଜାର ମହିଳା ରୋଗିଙ୍କ ପାଇଁ ନାହାନ୍ତି ଗାଇନିଂ ଡାକ୍ତର । ଯେଉଁ ଡାକ୍ତର ଏଠାରେ ମହିଳା ରୋଗୀଙ୍କୁ ଚିକିସôା କରୁଥିଲେ ସେ ନେତା ମନ୍ତ୍ରୀ,ଅଫିସରଙ୍କୁ ହାତ ବାରିସି କରି ବଦଳି ଯାଇ ବଜାର ମଧ୍ୟରେ ଥିବା ଏକ କ୍ଲିନିକରେ ରବିବାର ଘରୋଇ ଚିକିସôା କରୁଛନ୍ତି । ପାରାଦୀପ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ପତିଷ୍ଠାତା ସଭ୍ୟ ସରକାରୀ ମୁଖ୍ୟ କାର୍ଯ୍ୟାଳୟରେ ତଦନ୍ତ କଲାବେଳେ ଯାହା ଜଣା ଯାଇଛି ଅଫିସରଙ୍କ କଳା କାରନାମା ପାଇଁ ଗାଇନିଂ ସ୍ଥାନରେ ଆସିଷ୍ଟାଣ୍ଟ ସର୍ଜ୍ଜନକୁ ନିୟୋଜିତ କରାଯାଇଛି । ବିଭିନ୍ନ ସେଚ୍ଛାସେବୀ ସଂଗଠନ,ଅଠରବାଙ୍କୀ ବଜାର କମିଟି,ପାରାଦୀପ ପୈାର ପାଳିକା ତରଫରୁ ଉଦ୍ୟମ କରାଯାଇ ଯତ୍ କିନ୍ଚିତ୍ ଭିତର ହତାର ପରିବେଶକୁ ସଫା କରାଯାଇଛି । ହେଲେ ସବୁଠାରୁ ବିଡମ୍ବନାର ବିଷୟ ମଣିଜଙ୍ଗା,କୁଜଙ୍ଗ ଭଳି ଡାକ୍ତରଖାନା ସାମ୍ନାରେ ବିରାଟ ତୋରଣ ସଦୃଶ ମେଡିକାଲ ଫଳକ ଲେଖାଥିବା ଫାଟକ ଛିଡା ହୋଇଥିବା ବେଳେ ଜିଲ୍ଲାର ଗୁରୁତ୍ୱ ପୂର୍ଣ୍ଣ ସମ୍ବେଦନଶୀଳ ଡାକ୍ତର ଖାନାର ପରିଚୟ ପ୍ରଦାନ କରିବା ପାଇଁ ଫଳକ ଲେଖାଥିବା ଫାଟକ ନିର୍ମ୍ମାଣ ହୋଇ ପାରିଲା ନାହିଁ । ଦୀର୍ଘ ଦିନ ତଳେ ନିର୍ମାଣ ହୋଇଥିବା ୬ ଫୁଟିଆ ଗେଟ୍କୁ କେହି ଗାଡି ବାଡେଇ ଭାଙ୍ଗି ଦେଇଛି । ଜରାଜିର୍ଣ୍ଣ ଅବସ୍ଥାରେ ପଡିଛି ମେଡିକାଲର ମୁଖ୍ୟ ଫାଟକ । ସରକାର,ସ୍ଥାନୀୟ ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ହୀନ ଚକ୍ରାନ୍ତରେ ପେଶି ହୋଇଯାଇଛି ବିଜୁ ମେମୋରିଆଲ ହସ୍ପିଟାଲ । ଯାହା ପାଇଁ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କ୍ଷୋଭର ସହ କହିଛନ୍ତି ବିଜୁ ମେମୋରିଆଲ ରାସ୍ତା ପ୍ରବେଶ ପଥରେ ମଦ ଦୋକାନ ହୋଇ ପାରୁଛି ହେଲେ ଦେଶ ବିଦେଶ ତଥା ସ୍ଥାନୀୟ ଅଂଚଳରୁ ଆସୁଥିବା ରୋଗୀ ସହଜ ଜାଣିବା ପାଇଁ ବିଜୁ ମୋମୋରିଆଲ ହସ୍ପିଟାଲ ଲେଖାଥିବା ଗେଟ୍ ଟିଏ ନାହିଁ । ତୁରନ୍ତ ମହିଳା ବିଭାଗ ଡାକ୍ତର ନିଯୁକ୍ତି ଏବଂ ପ୍ରବେଶ ପଥରେ ଗେଟ୍ ନିର୍ମାଣ ନହେଲେ ବଡ ଧରଣର ଆନେ୍ଦାଳନ କରାଯିବ ବୋଲି ସ୍ଥାନୀୟ ଅଠରବାଙ୍କୀ ରେଲୱେ କଲୋନୀ,ବାଉରିଆ ପାଳନ୍ଦା,ମା ଅମ୍ବିକାପଡା,ରାଜିବ ନଗର,ଲକ୍ପଡାର ଯୁବକମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.