ରାଜ୍ୟସ୍ତରୀୟ ୫୩ ତମ ବାର୍ଷିକ ଗୁରୁଭକ୍ତ ସମ୍ମିଳନୀ
ନୟାହାଟ(ପୁରୀ), ଓଏନ୍ଏସ୍) : ସର୍ବଧର୍ମ ସମନ୍ୱୟ ସତ୍ୟ ଧର୍ମବାଣୀର ପ୍ରୟିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ୱାରା ୧୯୬୭ ମସିହାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ୫୩ ତମ ବାର୍ଷିକ ଗୁରୁଭକ୍ତ ସମ୍ମିଳନୀ ଆସନ୍ତା ମେ ୭ ଓ ୮ ଦୁଇ ଦିନ ବ୍ୟାପି ମୁଖ୍ୟ ଆଶ୍ରମ ପୁରୀ ଜି୍ଲ୍ଲା ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଶ୍ରମ ପରିସରରେ ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ଗଞ୍ଜାମ ଅଂଚଳରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦେବେ । ଆଶ୍ରମ ତରଫରୁ ସମସ୍ତଙ୍କ ପାଇଁ ସୁବନେ୍ଦାବସ୍ତ କରାଯାଇଛି । ଶ୍ରୀ ଶ୍ରୀ ଗୁରୁଦେବଙ୍କ ଜନ୍ମ ଶତବାର୍ଷିକୀ ବିଶେଷାଙ୍କ ପାଇଁ ସ୍ୱରଚିତ ଲେଖା ମେ ୭ ତାରିଖ ସୁଦ୍ଧା ଆଶ୍ରମରେ ପହଂଚାଇବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ଏହି ସମ୍ମିଳନୀକୁ ସୁଚାରୁ ରୂପେ ପରିଚାଳନା ପାଇଁ ବିଶେଷକରି ପ୍ରାଚୀ ଅଂଚଳର ଭକ୍ତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ସହଯୋଗ ପାଇଁ ଡ. ରନôାକର ମହାନ୍ତି ଅନୁରୋଧ କରିଛନ୍ତି । ଏହି ବୈଠକରେ ସର୍ବଶ୍ରୀ ରଂଜନ କୁମାର ଦିକ୍ଷୀତ, ମୀନକେତନ ଦାସ, ଦ୍ୱାରିକା ସାହୁ, ନିଳମଣି ସାହୁ, ବ୍ରଜବନ୍ଧୁ ସାହୁ, ମହେଶ୍ୱର ସାହୁ, ହାଡିବନ୍ଧୁ ବିଶ୍ୱାଳ, ରମେଶ ପାତ୍ର, ପ୍ରବୀର ମହାନ୍ତି , କିଶୋରୀ ପଟ୍ଟନାୟକ, ପ୍ରୀତିରଂଜନ ଦାସ, ସବିତା ଦାସ, ଶକ୍ୁନ୍ତଳା ଦାସ, ସୁଚେତା ଦାସ, ବିନୋଦିନୀ ଦାସ, ଶୈବାଳିନୀ ପରିଜା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପବିତ୍ର ଅକ୍ଷି ତୃତୀୟା ଦିନ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଭୁବନେଶ୍ୱର, କଟକ ବସ ଷ୍ଟାଣ୍ଡରୁ କାକଟପୁର ଅଭିମୁଖେ ଆସୁଥିବା ବସରେ ନୟାହାଟ ହାଇସ୍କୁଲ ଛକରେ ଓହ୍ଲାଇଲେ ଅଶ୍ରମରେ ସୁବିଧାରେ ପହଂଚିପାରିବେ ବୋଲି ସେବକ ପ୍ରୀତିରଂଜନ ସୂଚନା ଦେଇଛନ୍ତି । ଓଡିଶାର ବହୁ ସାଧୁସନ୍ଥ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।