ଆଇନଜୀବିଙ୍କ ଇଫତାର ପାର୍ଟି
ଭୁବନେଶ୍ୱର, (ଆଇଏନ୍ଏସ୍) : କଳିଙ୍ଗ ଲ’ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଇନଜୀବି ମାନଙ୍କର ଇଫତାର ପାର୍ଟି ବୁଧବାର ସଂଧ୍ୟାରେ ଚନ୍ଦ୍ରଶେଖରପୁର ସ୍ଥିତ ଗ୍ରାଣ୍ଡ୍ ଲୁମ୍ବିନୀ କନ୍ଭେନ୍ସନ୍ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୋଜା ଭଙ୍ଗ ପରେ ସମୁହ ନମାଜପାଠ ଓ ପବିତ୍ର ରମ୍ଜାନ ମାସର ଉପକାର ମହାତ୍ମ୍ୟ ଉପରେ ଆଲୋଚନା କରାଯାଇଥିଲା । ବ୍ୟସ୍ତବହୁଳ ଜୀବନରେ ଆଇନଜୀବିମାନେ ଏହି ଅବସରରେ ଭାଇ•ରାର ବାତାବରଣ ମଧ୍ୟରେ ପରସ୍ପରର ଆଲିଙ୍ଗନରେ ମଜା ଉଠାଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ଆଇନଜୀବିମାନେ ଯୋଗଦେଇଥଲେ । ଟ୍ରଷ୍ଟ୍ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବି ମଧୁମାଧବ ଜେନାଙ୍କ ଆବାହାକତ୍ୱରେ ଅନୁଷ୍ଠିତ ଏହି ପାର୍ଟିରେ ହାଜିବୁର୍ ରହେମନ୍, ହାସନ୍ ଖାଁ, ଦିଆଉଲ୍ ହକ୍, ମକ୍ବୁଲ୍ ଅଲ୍ଲୀ, ମହମ୍ମଦ କୁତବ୍, ବିଜ୍ଞାନ ମହାନ୍ତି, ଶିତାଂଶୁ ଦ୍ୱିବେଦୀ, ସିଦ୍ଧାର୍ଥ ଦାସ, ବିରେନ୍ଦ୍ର ପଟ୍ଟନାୟକ, ସମରେନ୍ଦ୍ର ସାହୁ, ମଦନମୋହନ ଭୂୟାଁ, ଇଂ. ଦିଲ୍ଲୀପ ସାହୁ, ରାଜଧାନୀ ଶାନ୍ତି କମିଟିର ସଂପାଦକ ନବକିଶୋର ବେହେରାଙ୍କ ସମେତ ବହୁତ ଆଇନଜୀବି ଓ ସମାଜସେବୀ ଉପସ୍ଥିତ ଥିଲେ । ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।