ସୂର୍ଯ୍ୟପାତ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ
ଭୁବନେଶ୍ୱର, (ଆଇଏନ୍ଏସ୍): ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ଦୀର୍ଘବର୍ଷ ଧରି ମନ୍ତ୍ରୀ ରହିଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଛି । ପଞ୍ଜାବର ଦେଶ ଭଗତ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଦୀର୍ଘ ୨୨ ବର୍ଷ ଧରି ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଥିବା ସୂର୍ଯ୍ୟ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜନୀତିରେ ସଫଳତା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ଅଧିକ ସମୟ ଧରି ସକିମିର ମୁଖ୍ୟମନ୍ତ୍ରୀ ଥିବା ପୱନକୁମାର ଚାମଲିଙ୍ଗ୍ଙ୍କୁ ମଧ୍ୟ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।
ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ବିଧାନସଭାକୁ ଲଗାଥର ଭାବେ ୭ ଥର ନିର୍ବାଚିତ ହୋଇଛନ୍ତି । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥରେ ଏବଂ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଚାରିଥର ସ୍ଥାନ ପାଇଛନ୍ତି । ମନ୍ତ୍ରୀ ଭାବେ ସେ ରାଜସ୍ୱ, ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସଂସ୍କୃତି, ପରିବେଶ, ମସô୍ୟ, ବିଜ୍ଞାନ ଓ କାରିଗରୀ କୌଶଳ, ଖାଦ୍ୟ ଏବଂ ଯୋଗାଣ ବିଭାଗ ପରି ୧୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)