ଥାନା ଭିତରେ କଙ୍ଗାରୁ କୋର୍ଟ
ବାଲେଶ୍ୱର, (ଓ.ଏନ୍.ଏସ୍): ଦେଶର ବିଭିନ୍ନ ସ୍ଥାନରେ ଖାପ୍ ପଂଚାୟତ, ଜନ ଅଦାଲତ ଓ କଙ୍ଗାରୁ କୋର୍ଟ ଭଳି ବେଆଇନ୍ କାର୍ଯ୍ୟ କ୍ରମଶଃ ବଢ଼ିବଢ଼ି ଚାଲିଛି । ଏହିସବୁ ଘଟଣାକୁ ବନ୍ଦ କରିବା ପରିବର୍ତେ ଥାନା ଭିତରେ କଙ୍ଗାରୁ କୋର୍ଟ ଚାଲିବା ଓ ଏଥିପାଇଁ ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ଘଟଣା ନିକଟରେ ଘଟିଯାଇଥିବା ବେଳେ ଏହି ଆତ୍ମହତ୍ୟା ପାଇଁ ସୋର ପୋଲିସ ଦାୟୀ ବୋଲି କହିଲେ ଭୁଲ୍ ହେବନାହିଁ ।
ସୋର ଥାନା ଅନ୍ତର୍ଗତ ବେଲପୁର ଗ୍ରାମର ଉମେଶ ଉମେଶ ରଣା ବେକରେ ଶାଢ଼ୀ ଳଗାଇ ୨୪ତାରିଖରେ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିଛି । ଉମେଶ, ତାଙ୍କର ବଡ଼ ଭାଇ ରମେଶଙ୍କ ନାବାଳିକା ଶାଳୀ ସହିତ ଅସୋ÷ଜନ୍ୟ ବ୍ୟବହାର କରିବା, ମାଡ଼ମାରି ହାତ ଭାଙ୍ଗି ଦେଇଥିବା ଝିଅର ମା’ (ରମେଶଙ୍କ ଶାଶୁ) ସୋର ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ କିଛି ମଧ୍ୟସ୍ଥ ବସି ଘଟଣାର ବିଚାର କରି ଉମେଶ ଉପରେ ୫୦ହଜାର ଟଙ୍କା ଜୋରିମାନା କରି ସେହିଦିନ (୨୪ତାରିଖ) ସନ୍ଧ୍ୟାସୁଧା ୨୦ହଜାର ଟଙ୍କା ଦେବା ସହିତ ବାକି ୩୦ହଜାର ଟଙ୍କା ଦୁଇଟି କିସ୍ତିରେ ଦେବାକୁ ଉମେଶକୁ କହିଥିଲେ । ଏହି ବିଚାର ସରିବା ପରେ ଉମେଶ ଘରକୁ ଯାଇ ଆତ୍ମହତ୍ୟା କରିଦେଇଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା, (୧) ଏହି ଘଟଣାର ବିଚାର ସୋର ଥାନା ପରିସରରେ ହୋଇଥିଲା । (୨) ଯେହେତୁ ଝିଅଟି ନା’ବାଳିକା ତେଣୁୁ ପକ୍ସ ଆକ୍ଟ ଅନୁସାରେ ଏହି ଘଟଣାର ଆପୋସ୍ ସମାଧାନ ହେବା କଥା ନୁହେଁ । କିନ୍ତୁ ସୋର ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ ନକରି ସମାଧାନ କରିବା ପାଇଁ ଛାଡ଼ି ଦେବା ପରେ ଥାନା ପରିସରରେ ସମାଧାନ ନାମରେ ବସିଥିବା କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଉମେଶ ୁପରେ ୫୦ହଜାର ଟଙ୍କା ଜୋରିମାନା କରାଯାଇଥିଲା, ଯାହା ତାହା ଆର୍ଥିକ ସକ୍ଷମତା ବାହାରେ ଥିଲା । ଫଳରେ ଉମେଶ ଆତ୍ମହତ୍ୟା କରିଦେଇଥିଲା । ପୋଲିସ ଏହି ଘଟଣାରେ ସମାଧାନ ପାଇଁ ଅନୁମତି ନଦେଇ ଅଭିଯୁକ୍ତ ଉମେଶକୁ ଗିରଫ କରିଥିଲେ ଉମେଶ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇ ନଥାଆନ୍ତା ।
ଏହି ଘଟଣାକୁ ତର୍ଜମା କରାଯାଏ, ତେବେ ଉମେଶର ମୃତୁ୍ୟ ପାଇଁ ମୁଖ୍ୟତଃ ସୋର ପୋଲିସ ହିଁ ଦାୟୀ । ଦ୍ୱିତୀୟରେ ଥାନା ପରିସରରେ କଙ୍ଗାରୁ କୋର୍ଟ ବସାଇ ଅଭିଯୁକ୍ତକୁ ଦଣ୍ଡ ବିଧାନ କରିବା କେଉଁ ଆଇନରେ ରହିଛି (?) ଯାହାକୁ ଆଧାର କରି ସୋର ପୋଲିସ କଙ୍ଗାରୁ କୋର୍ଟ ପାଇଁ ଅନୁମତି ଦେଇଥିଲା? ଯେଉଁମାନେ (ସମାଧାନ କରିଥିବା ବବ୍ୟକ୍ତିମାନେ) ଉମେଶ ଉପରେ ୫୦ହଜାର ଜୋରିମାନା କରି ମାତ୍ର କେଇଘଂଟା ଭିତରେ ୨୦ହଜାର ଦେବାକୁ ଅଡ଼ିବସିଥିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବକି? କାରଣ- ସେମାନେ ମଧ୍ୟ ଉମେଶ ଆତ୍ମହତ୍ୟା ପାଇଁ ପରୋକ୍ଷରେ ଦାୟୀ । ଅନ୍ୟ ଅର୍ଥରେ କହିବାକକୁ ଗଲେ ଉମେଶକୁ ଆତ୍ମହତ୍ୟା କରିବା ପାଇଁ ଏହି ବ୍ୟକ୍ତିିମାନେ ବାଧ୍ୟ କରିଥିଲେ ବୋଲି କହିଲେ ଭୁଲ୍ ହେବନାହିଁ । ଉମେଶ ଭୁଲ କରିଥିଲା, ଦଣ୍ଡ ପାଇବା ଉଚିତ ଥିଲା । କିନ୍ତୁ ଦଣ୍ଡ ଦେବାର ଅଧିକାର ଏହିଭଳି ବ୍ୟକ୍ତିମାନଙ୍କୁ ଆମର ସମ୍ବିଧାନ ଦେଇଛି କି? ଯଦି ଏମାନେ ଦଣ୍ଡ ଦେଇପାରିବେ ତେବେ ଭାରତରେ ନ୍ୟାୟପାଳିକାର ଆବଶ୍ୟକତା ନାହିଁ । କୋର୍ଟ ବନ୍ଦ କରିଦିଆଯିବା ଉଚିତ୍ ।
ତେଣୁ ଉମେଶର ମୃତୁ୍ୟ ପାଇଁ ପ୍ରଥମରେ ସୋର ପୋଲିସ ଓ ଦ୍ୱିତୀୟରେ ସମାଧାନ କରି ଦଣ୍ଡବିଧାନ କରିଥିବା ବ୍ୟକ୍ତିମାନେ ହିଁ ଦାୟୀ । ତେଣୁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ନୁହେଁ କି?