କିର୍ତିମାନ ରେକର୍ଡ ରଚିଲା ପାରାଦୀପ ବନ୍ଦର

କିର୍ତିମାନ ରେକର୍ଡ ରଚିଲା ପାରାଦୀପ ବନ୍ଦର

୨୪ ଘଣ୍ଟାରେ ୩୦ ଜାହଜ ଚଳାଚଳ
ପାରାଦୀପ, (ଆଇଏନ୍ଏସ୍): ବର୍ଷକୁ ବର୍ଷ ଗୋଟିଏ ପରେ ଗୋଟିଏ ରେକର୍ଡ ଯୋଡି ହୋଇ ଯାଉଛି ପାରାଦୀପ ବନ୍ଦର ଇତିହାସରେ । ବିଗତ ବର୍ଷ ଅକ୍ଟୋବର ତା ୧୫/୨୦୧୮ ରିଖରେ ଗୋଟିଏ ଦିନରେ ୨୭ ଜାହାଜ ଚଳାଚଳ କରି ଯେଉଁ ନୂତନ ଅଧ୍ୟାୟ ଶୃଷ୍ଟି କରିଥିଲା ତାକୁ ଟପି ଚଳିତ ମାସ ୨୭ ରିଖ ସକାଳ ୭.୩୦ ରୁ ୨୮ ରିଖ ସକାଳ ୭.୩୦ ମଧ୍ୟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୩୦ ଜାହାଜ ଚଳାଚଳ କରିଛି । ଯାହା ବନ୍ଦର ଇତିହାସରେ ସର୍ବାଧିକ ରେକର୍ଡ ଯୋଡିହୋଇଛି । ୧୦ ଜାହାଜ ଆସିଥିବା ବେଳେ ୯ ଜାହାଜ ଯାଇଛି,୩ ସିପ୍ଟିଂ ଏବଂ ୮ ସିପ୍ଟିଂ ସହାୟତା ଜାହାଜ ସମିଲ ହୋଇଛନ୍ତି । ଏଥିସହ ଆଙ୍କରେଜ୍ ଏରିଆ ମଧ୍ୟରେ ୩୯ ଜାହାଜ ଅପେକ୍ଷା କରି ରହିଥିବା ସମସ୍ତ ତଥ୍ୟ ବନ୍ଦର ଜନସୂଚନା ଅଧିକାରୀ ପ୍ରକାଶ ମିଶ୍ରଙ୍କ ତରଫରୁ ପ୍ରଦାନ କରାଯାଇଛି । ବିଗତ ବର୍ଷ ୧୦୯.୨୭ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଦେଶର ଦ୍ୱିତୀୟ ବୃହତମ ବନ୍ଦର ମାନ୍ୟତାକୁ ବଜାୟ ରଖିଥିବା ବେଳେ ଚଳିତ ବର୍ଷ ୧୨୦ ଏମଏମଟି କାର୍ଗୋ ପରିବହନ କରି ଏକ ନମ୍ବର ସ୍ଥାନରେ ନିଜର ଗୈାରବ ବଜାୟ ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବନ୍ଦର ତରଫରୁ କ୍ୟାପ୍ଟେନ୍ ଅତୁଲ୍ୟ କୁମାର ମହାପାତ୍ର । ଏହି ନୂଆ ରେକର୍ଡ ଶୃଷ୍ଟି କରିବା ପାଇଁ କ୍ୟାପ୍ଟେନ ଶ୍ରୀଯୁକ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ହାରବର ମାଷ୍ଟର, ମେରାଇନ ପାଇଲଟ, ବନ୍ଦର କର୍ମଚାରୀ ସିପିଂ ଏଜେଣ୍ଟ, ରପ୍ତାନୀ ଏବଂ ଆମଦାନୀ କାରୀ ସଂସ୍ଥାଙ୍କ ସହିତ ଟ୍ରାଫିକ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଏହି ଶ୍ରେୟ ପ୍ରଦାନ କରିଛନ୍ତି ବନ୍ଦର କର୍ତୃପକ୍ଷ ।

Leave a Reply

Your email address will not be published.