ଇଫକୋ ପାରାଦୀପ ୟୁନିଟ୍ ତରଫରୁ ଅଗ୍ନି ବିପନ୍ନ ଙ୍କୁ ସହାୟତା
ପାରାଦୀପ, (ଆଇଏନ୍ଏସ୍): ମହାକାଳପଡା ବ୍ଲକର ଜଳକଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩୦ ପରିବାରର ଗୃହ ସହ ସମସ୍ତ ଆସବାବ ପତ୍ର ଜଳି ଯାଇଛି । ପଶୁ ସମ୍ପଦ ମଧ୍ୟ ନଷ୍ଟ ହୋଇଛନ୍ତି । ତେଣୁ ସରକାରୀ ସ୍ଥରରୁ ବେସରକାରୀ ସ୍ଥର ପର୍ଯ୍ୟନ୍ତ ସମସ୍ତେ ବିପନ୍ନଙ୍କୁ ସହାୟତା କରିବାକୁ ଆଗେଇ ଆସୁଥିବା ଦେଖା ଯାଉଛି । ସହାୟତାରେ ସାମିଲ ହୋଇଛନ୍ତି ଇଫକୋ ପାରାଦୀପ ୟୁନିଟର ପରିବାର । ସଂସ୍ଥା ତରଫରୁ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବେଉରା, ସଭାପତି ସୁଭେନ୍ଦୁ ମାଝୀ, ସାଧାରଣ ସଂପାଦକ ତୃପ୍ତିରଞ୍ଜନ ପୁହାଣ, ଗୋବିନ୍ଦ ସେଠୀ ଏବଂ ଇଫ୍କୋ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ଦାସ ପହଁଚି କ୍ଷତିଗ୍ରସ୍ଥ ପରିବାରଙ୍କୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ।