ପାରାଦୀପ ବନ୍ଦର ନ୍ୟାସ ଓ ପାରାଦୀପ ସାକ୍ଷରତା ସମିତି ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦୀପ, (ଓଏନ୍ଏସ୍): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସ୍ଥାନୀୟ ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ଜୁନ୍୍ ୫, ୨୦୧୯ ସକାଳେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ମୁଖ୍ୟ ଅତିଥି ଏବଂ ପାରାଦୀପ ଲେଡିଜ କ୍ଲବ ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ରାୟ ସମ୍ମାନିତ ଅତିଥି ତଥା ବନ୍ଦରର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ବୃକ୍ଷଚାରା ରୋପଣ କରିଥିଲେ । ଏହାଛଡା, ପାରାଦୀପ ସାକ୍ଷରତା ସମିତି (ପି.ଏସ୍.ଏସ୍), ବୃନ୍ଦାବନ କଲୋନୀରେ ସ୍ଥାନୀୟ ମହିଳାମାନଙ୍କୁ ସଙ୍ଗଠିତ କରି ଏକ ସମୂହ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ୱାଳ ଯୋଗ ଦେଇଥିଲେ ।
ଅପରାହ୍ନରେ ପି.ଏସ୍ଏସ୍ଉପାଧ୍ୟକ୍ଷ ଇଂ ଦୀପକ କୁମାର ରଥଙ୍କ ପୌରୋହିତ୍ୟରେ ଅଫିସର୍ସ କ୍ଲବରେ ଏକ ପରିବେଶ ସଚେତନତାମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକାୟୁକ୍ତ ସଦସ୍ୟ ଡଃ ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି, ଭୂତତ୍ୱବିତ ଡଃ ଜେନାମଣି ସଂଜୀବ କୁମାର ମୁଖ୍ୟବକ୍ତା, ପାରାଦୀପ ବନ୍ଦରର ସି.ଏମ୍.ଇ. ଶ୍ରୀ ସରୋଜ କୁମାର ଦାସ ଏବଂ ପରିବେଶ ଉପଦେଷ୍ଟା ଶ୍ରୀଜିତଶତ୍ରୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପି.ଏସ୍ଏସ୍ ପକ୍ଷରୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ମାନପତ୍ର ସହିତ ସଂବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ପି.ଏସ୍ଏସ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପି.ଏସ୍.ଏସ୍ ସଂଯୋଜକ ଶ୍ରୀ ଅଶୋକ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ସଚିବ ଶ୍ରୀ ପ୍ରଭାତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.