ସଫଳ ରାଜନେତା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଜନୀତିକ କାହାଣୀ
ଶରତ କୁମାର ରାଉତ
ରାଜନୀତି କ୍ଷେତ୍ରରେ ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନେତାଙ୍କ ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ ଓଡ଼ିଶାର ଜଣେ ତୁଙ୍ଗ ନେତା, ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।
ପାଠପଢା ଶେଷ ପରେ ନବବାବୁ ସମାଜସେବା ସହ ଓକିଲାତି କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର କଂଗ୍ରେସର ନୀତି-ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ଇତିମଧ୍ୟରେ ନବ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ ଝାରସୁଗୁଡ଼ା କି ସମ୍ବଲପୁର ନୁହେଁ, ଓଡ଼ିଶା ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟ ଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି, ଓଡ଼ିଶା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ଦଳ ଟିକଟରେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ସେ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ମୁଖ୍ୟତଃ ସେ ପାଠାଗାର,ରେଲୱେ ଓ ସଂଖ୍ୟାଲଘୁ ଭାଷା ସଂପର୍କୀୟ ଗୃହ କମିଟିର ସଦସ୍ୟ ଥିବାବେଳେ ଶିଳ୍ପ, ଇଷ୍ପାତ-ଖଣି, ବାଣିଜ୍ୟ-ପରିବହନ, ଜଙ୍ଗଲ-ପରିବେଶ ଓ ଯୋଜନା-ସମନ୍ୱୟ ଷ୍ଟାଣ୍ଡିଙ୍ଗ୍ କମିଟିର ସଦସ୍ୟ ରହିଥିଲେ । ଗତ ପଂଚାୟତ ନିର୍ବାଚନରେ ସାରା ଓଡ଼ିଶାରେ କଂଗ୍ରେସ ଦଳକୁ ରାଜ୍ୟର ମତଦାତା ମାନେ ପ୍ରାୟତଃ ପ୍ରତ୍ୟାଖାନ କରିଥିବାବେଳେ ଝାରସୁଗୁଡ଼ା ଜିଲ୍ଲାବାସୀ ନବ ବାବୁଙ୍କ ପ୍ରତି ନିଜର ବିପୁଳ ଆସ୍ଥା ପ୍ରକଟ କରିଥିଲେ । ଏବେ ସେ ଝାରସୁଗୁଡ଼ା ଜିଲ୍ଲାର ଅପ୍ରତିଦ୍ୱନ୍ଦୀ ଓ ଅଦ୍ୱିତୀୟ ନେତା ପାଲଟି ଯାଇଛନ୍ତି । ଜଣେ ଅଭିଜ୍ଞ ବିଧାୟକ ତଥା ମନ୍ତ୍ରୀ ଭାବେ ନିଜ ନିର୍ବାଚନ କ୍ଷେତ୍ର ସହିତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ନବବାବୁ । ସେହିପରି ଝାରସୁଗୁଡ଼ା ଜିଲ୍ଲାର ମନୋରମ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ବିକାଶ, ଝାରସୁଗୁଡ଼ା ବିମାନ ବନ୍ଦରର ଉନ୍ନତିକରଣ, ସାଧାରଣ ଲୋକଙ୍କର ରୋଜଗାର ବୃଦ୍ଧି, ରେଳସେବା ଓ ଗମନାଗମନ ବ୍ୟବସ୍ଥାର ବିକାଶ କରାଇବା ମଧ୍ୟ ନବବାବୁଙ୍କର ଲକ୍ଷ୍ୟ ।
ବିଧାନସଭା ଅଧିବେଶନରେ ନବ ବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା, ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ମୁଖ୍ୟତଃ ବିଧାନସଭା ଅଧିବେସନରେ ମହତ୍ୱପୂର୍ଣ୍ଣ ଆଲୋଚନାରେ ସକି୍ରୟ ଭାଗ ନେଇ ସେ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି ।
ଘଟଣା କ୍ରମରେ ୨୦୧୯ ନିର୍ବାଚନ ପୂର୍ବରୁ ନବ ବାବୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ଆଉ ବିଜେଡ଼ି ଟିକଟରେ ସେ ଝାରସୁଗୁଡ଼ା ଆସନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ବିଜୟ ହାସଲ କରିଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦିନେଶ ଜୈନ ଙ୍କୁ ସେ ୪୫,୬୯୯ ଭୋଟ ବ୍ୟବଧାନରେ ପରାଜିତ କରିବାରେ ସମର୍ଥ ହୋଇଥିଲେ । ତାଙ୍କର ନିଷ୍ଠା ଓ ଲୋକାଭିମୁଖୀ କାର୍ଯ୍ୟ ଯୋଗୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବା ସହିତ ଅତି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟୀତ୍ୱ ସମର୍ପିଛନ୍ତି । ଏହି ଗୁରୁ ଦାୟିତ୍ୱ ସେ ସଫଳତାର ସହ ନିର୍ବାହ କରି ପାରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ବାସ୍ତବତା ଦେଖାଗଲେ, ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଅତି ଖରାପ ରହିଛି । ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ଇତିମଧ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଦୁର୍ନୀତି ଓ ଅନିୟମିତତାର ଗର୍ଭ ମଧ୍ୟକୁ ଠେଲି ହୋଇ ଯାଇଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ମାତ୍ର ଟଳମଳ ଅବସ୍ଥାାରେ ଥିବା ସ୍ୱାସ୍ଥ୍ୟ ଭିତିଭୂମିିର ବିକାଶ ହୋଇପାରି ନାହିଁ । ଏବେ ପ୍ରାୟ ୭୦ଭାଗ ଲୋକେ ଘରୋଇ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଚିକିତ୍ସାସେବା ଉପରେ ମାତ୍ର ୩୦ ଭାଗ ଲୋକେ(ଦରିଦ୍ର, ଅସହାୟ) ନିର୍ଭର କରନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସରାକାରୀ ସ୍ୱାସ୍ଥ୍ୟ ସେବା ମାଗଣାରେ ମିଳୁଥିବା ବେଳେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ଚିିକିତ୍ସାଳୟକୁ ଯାଆନ୍ତି କାହିଁକି? ରାଜ୍ୟରେ ତୃଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ମୁଖ୍ୟତଃ ରାଜନୀତିକ ହସ୍ତକ୍ଷେପ ମୁଖ୍ୟ ଭୂମିକା ଗ୍ରହଣ କରୁଥିôବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଭାଗୀୟ ନିଦେ୍ର୍ଦଶକ ଓ ସିଡ଼ିଏମ୍ଓଙ୍କ ହାତରେ କୌଣସି କ୍ଷମତା ନାହିଁ କି ସେମାନେ କୌଣସି ନୀତି ନିର୍ଦ୍ଧାରଣ କରନ୍ତି ନାହିଁ । ନେତାଙ୍କ ଫୋନ୍ ଦ୍ୱାରା ସ୍ୱାସ୍ଥ୍ୟସେବା ପରିଚାଳନା ହୁଏ, ଡ଼ାକ୍ତର ଓ କର୍ମଚାରୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯାଏ । ଯଦିଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ହୋଇଥାନ୍ତେ, ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ବହୁବର୍ଷ ତଳୁ କୌଣସି ଅଭିଜ୍ଞ ମନ୍ତ୍ରୀଙ୍କୁ ବିଭାଗରେ ଦେଖିବାକୁ ମିଳିନାହିଁ । ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ କି ସଚିବ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ବର୍ତମାନର ମନ୍ତ୍ରୀ ନବ ବାବୁ ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ସରକାରୀ ନୀତି କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦିଅନ୍ତୁ । ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ସମୀକ୍ଷା ହେବା ଉଚିତ । ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ, ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଣ ତଥା ମଜଭୁତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ସଚିବାଳୟ ଓ ନିଦେ୍ର୍ଦଶାଳୟରେ ସଂସ୍କାର ଆଣନ୍ତୁ-ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟଲିପ୍ତ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।
ଦଳମତ ନିର୍ବିଶେଷରେ ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରନ୍ତି । ଚିରଦିନ ପାଇଁ ଝାରସୁଗୁଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ସରଳତା, ନିଷ୍ଠାପରତା, ସାହସିକତା, ଅନ୍ୟକୁ ପ୍ରୋତ୍ସାହନ, ମୂଲ୍ୟବୋଧରେ ବିଶ୍ୱାସ, ଯୁବଗୋଷ୍ଠୀକୁ ଉତ୍ସାହ, ଅମାୟିକ ରାଜନୀତି,ସମର୍ପିତ ରାଜନେତା, ଆକର୍ଷଣୀୟ ଲୋକପି୍ରୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର । ହେଲେ ଆଜି ଏଭଳି ରାଜନେତାଙ୍କର ସଂଖ୍ୟା ବହୁତ୍ କମ୍ ।