୧୨ରୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନ ଉତ୍ସବ
ଯୋଗଦେବେ ଗଜପତି ଦିବ୍ୟସିଂହ ଦେବ
ନୟାହାଟ, (ଆଇଏନ୍ଏସ୍): ନୟାହାଟସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋସôବର ଉଦ୍ୟାପନ ଉତ୍ସବ ଆସନ୍ତା ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ମହାମାନ୍ୟ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଉସôବରେ ଓଡିଶାର ବହୁ ସାଧୁ ସନ୍ଥ ଯୋଗଦେଉଛନ୍ତି । ଗୁରୁଦେବଙ୍କ ଆସନ ମନ୍ଦିରରୁ ସ୍ୱତନ୍ତ୍ର ପୂଜା ମଣ୍ଡପକୁ ଶ୍ରୀ ଶ୍ରୀ ଗୁରୁଦେବଙ୍କ ପାଦୁକା ସକାଳ ୯ଟାରେ ଅଣାଯିବା ପରେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ସମାଜର ମୁୁଦ୍ରାକର ତଥା ପ୍ରକାଶକ ନିରଂଜନ ରଥ, ଜଳ ସଂପଦ ଓ ସୂଚନା ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଯୁବ ବ୍ୟାପାର, କ୍ରୀଡା ଏବଂ ଆଇଟି ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା, କବି ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ବିଷ୍ଣୁପଦ ଦାସ, ବୈଷ୍ଣବ ଚରଣ ସାମଲ, ଡ. ବିଜୟାନନ୍ଦ ସିଂହ, ଡ. ନଟବର ଶତପଥୀ, ଡ. କଳ୍ପନା କୁମାରୀ ରାଉତ, ଡ. ନିରଂଜନ ସାହୁ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇଙ୍କ ସମେତ ସନ୍ଥ ପରମହଂସ ପ୍ରଜ୍ଞାନନ୍ଦଜୀ ମହାରାଜ, ମହନ୍ତ ରାମକୃଷ୍ଣ ଦାସ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ସ୍ୱାମୀ ବ୍ରହ୍ନାନନ୍ଦ ସରସ୍ୱତୀ, ମହନ୍ତ ଚିନ୍ତାମଣି ପର୍ବତ, ବାବାଜୀ ଦିବାକର ଦାସ, ବାବା ବିପିନ ବିହାରୀ ଦାସ ମହାରାଜ, ଶ୍ରୀମଦ୍ ବାୟାବାବା, ସ୍ୱାମୀ ସଦାନନ୍ଦ ସରସ୍ୱତୀ ମହାରାଜ, ବାବା ବ୍ରଜବନ୍ଧୁ ଦାସ, ପ୍ରବଚକ ଡ. ତାରକା ପ୍ରସନ୍ନ ତ୍ରିପାଠୀ, ସଂସ୍କୃତି ଗବେଷକ ଶପଥ ମହାପାତ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରେମାଚାର୍ଯ୍ୟଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଓଡିଆ ଚାନେଲ ଏମବିସି ତରଫରୁ ପଣ୍ଡିତ ବିଶ୍ୱନାଥ ଶତପଥୀ ଭାଗବତ ଟୁଙ୍ଗୀ ପରିବେଷଣ କରିବେ । ଏହାଛଡା ସମ୍ବଲପୁରୀ ଭାଷାରେ ପାଲା ପରିବେଷଣ, ଓଡିଶୀ ଓ ପ୍ରେମାଚାର୍ଯ୍ୟଙ୍କ ଲିଖିତ ଭଜନ ପରିବେଷଣ କରାଯିବ ବୋଲି ସେବକ ତଥା ପ୍ରଚାର ପ୍ରମୁଖ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଏଥିରେ ସମସ୍ତ ମଧୁ ପରିବାରର ସଭ୍ୟ/ସଭ୍ୟା, ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ଆଶ୍ରମ ପକ୍ଷରୁ ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସ ନିବେଦନ କରିଛନ୍ତି ।