ଡି.ଏ.ଭି. କଳିଙ୍ଗ ନଗରରେ ଅନ୍ତର୍ଜାତିକ ଯୋଗ ଦିବସ
ଭୁବନେଶ୍ୱର, (ଆଇଏନ୍ଏସ୍): ଡି.ଏ.ଭି.କଳିଙ୍ଗ ନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ପତଞ୍ଜଳୀ ଯୋଗପୀଠ ଓଡ଼ିଶା ଶାଖାର ମୁଖ୍ୟ ଶ୍ରୀ ଶୁଧାଂଶୁ ଅଧିକାରୀ ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ଶିକ୍ଷାର ମହତ୍ୱ ଓ ଏହା ଶରୀର ପାଇଁ ଏକ ମହୌଷଧି ବୋଲି ନିଜ ବକ୍ତବ୍ୟରେ ମତ ରଖିଥିଲେ । ଏହି ଯୋଗ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କେତେକ ବିଶେଷ ଉପଯୋଗ ମୂଳକ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିିପିନ୍ କୁମାର ସାହୁ ଉପସ୍ଥିତ ରହି କାର୍ଯକ୍ରମଟିକୁ ପରିଚାଳନା କରିଥିଲେ ।