କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ବୃକ୍ଷରୋପଣ
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ୟୁନିଟ୍ ଛଅସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୫ଲକ୍ଷ ବୃକ୍ଷ ରୋପଣ ତଥା ସାମାଜିକ ସଂଗଠନ ସଜାଗ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ୍ର ନିଦେ୍ର୍ଦଶକ ଅଶୋକ ପଟ୍ଟନାୟକ ବୃକ୍ଷ ରୋପଣ କରିବା ସହ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଆମ ଐତିହ ଓ ସଂସ୍କୃତିର ବାର୍ତାବହ ସଦୃଶ, ରୋଗୀଙ୍କ ଜୀବନ ବଂଚାଇବା ଭଳି ବୃକ୍ଷରୋପଣ କରି ବଂଚାଇ ରଖିବା ମଣିଷର ଶ୍ରେଷ୍ଠ ଧର୍ମ ହେବା ଆବଶ୍ୟକ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଡିଏଫଓ ଅଶୋକ କୁମାର ମିଶ୍ର କହିଥିଲେ ରକ୍ତ ଦେବା ଦ୍ୱାରା ଜଣେ ରୋଗୀ ବଂଚିଥାଏ, କିନ୍ତୁ ବୃକ୍ଷ ରୋପଣ ଦ୍ୱାରା ହଜାର ହଜାର ରୋଗୀଙ୍କୁ ଜୀବନଦାନ ମିଳିଥାଏ । ୭୦ତମ ବନ ମହୋତ୍ସବ ଆୟୋଜନ ଦ୍ୱାରା ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ରାଜଧାନୀର ଉଜୁଡା ପରିବେଶ ପୁଣିଥରେ ସବୁଜ ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ. ନାରାୟଣ ସେଠୀ, ଡ. ଧନଞ୍ଜୟ ଦାସ, ଡ.ଲିଙ୍ଗରାଜ ହୋତା, ସଜାଗର ସୁନିତା ନନ୍ଦ, ପ୍ରଶାନ୍ତ ଆଦିତ୍ୟ ଓ ବିଜେପି ନେତ୍ରୀ ବନ୍ଦନା ଦାସକାନୁନ୍ଗୋଙ୍କ ସମେତ ବହୁ ସାମାଜିକ କର୍ମୀ ଏବଂ ହସ୍ପିଟାଲ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଚାଲୁରହି ୭ ତାରିଖରେ ଉଦଯାପିତ ହେବ ।