ବାହୁଡ଼ାରେ ବାହୁଡ଼ିଲେ ଦୟାନିଧି

ଭୁବନେଶ୍ୱର, (ଆଇଏନ୍ଏସ୍): ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜକନିକା ଆର୍ ଏନ୍ ହାଇସ୍କୁଲ୍ ର ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ନାୟକ ଜୁଲାଇ ୧୨ ତାରିଖ ପବିତ୍ର ବାହୁଡ଼ା ଯାତ୍ରା ପୂର୍ବାହ୍ନ ଘ୯ ଟା ୩୫ ମି.ରେ ନିଜ ଜନ୍ମସ୍ଥାନ ରାଜକନିକାର ବଡ଼ତଇଳା ଗ୍ରାମରେ ଇହଲୀଳା ସମ୍ବରଣ କରିଛନ୍ତି । ୧୯୨୪ ମସିହା ଅକ୍ଟୋବର ୨୫ ତାରିଖରେ ଜନ୍ମିତ ସ୍ୱର୍ଗତ ନାୟକଙ୍କୁ ମୃତୁ୍ୟ ବେଳକୁ ଛୟାନବେ ବର୍ଷ ବୟସ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲ୍, ସୋର ଚୁଡ଼ିଗଡ଼ିଆ ହାଇସ୍କୁଲ୍ ଓ ଚାନ୍ଦବାଲିର ଦାଖା ହାଇସ୍କୁଲ୍ରେ ଶିକ୍ଷକତା କରି ସେ ଜନମାନସରେ ଆଦୃତ ହୋଇଥିଲେ । ସେ ରାଜକନିକା ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ରାଜକନିକା ଆଥ୍ଲେଟିକ୍ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲାବେଳେ ଏହି ଅଂଚଳର ବିଭିନ୍ନ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଜଡ଼ିତ ଥିଲେ । ସ୍ୱର୍ଗତ ନାୟକଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଯୋଗୁ ତାଙ୍କର ପରଲୋକରେ ସାରା ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଏହି ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ତଥା ବରିଷ୍ଠ ନାଗରିକ ମାନେ ତାଙ୍କ ପରଲୋକରେ ସ୍ତବ୍ଧ ହୋଇ ଯାଇଛନ୍ତି । ଏହି ଅଂଚଳର ଆବାଳ ବୃଦ୍ଧ ବନିତା ସମସ୍ତେ ତାଙ୍କର ଅନ୍ତିମ ଦର୍ଶନ କଲା ପରେ ତାଙ୍କର ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱ୍ୱାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ଼ପୁଅ ଅକ୍ଷୟ, ସାନପୁଅ ଅଭୟ ଓ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି ତଥା ମଧ୍ୟମ ପୁତ୍ର ଅଜୟ, ବଡ଼ଝିଅ ଶାନ୍ତିଲତା, ମଝିଆ ଝିଅ ବସନ୍ତ ମଂଜରୀ, ସାନଝିଅ ଆରତୀବାଳା, ସାନ ଜ୍ୱାଇଁ ସଂଜୟ ଓ ମଝିଆ ଜ୍ୱାଇଁ ମହାବୀର ଗ୍ରୁପ ଶିକ୍ଷାନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଡ଼କ୍ଟର ଗନ୍ଧର୍ବ ଚନ୍ଦ୍ର ନାୟକ, ଭଣଜା ରାଜୀବ, ପ୍ରଭାସ, ନାତି ଡ଼ାକ୍ତର ଅତନୁ, ସୌମ୍ୟରଂଜନ, ଅମରେଶ ଓ ନାତୁଣି ଇପ୍ସିତା ଓ ପୁତୁରା ବିଶ୍ୱଭୂଷଣ ତଥା ଗ୍ରାମବାସୀଙ୍କ ସହିତ ଆଖପାଖର ଜନସାଧାରଣ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published.