ଆମ ଗାଁ ବ୍ୟାଙ୍କ ସମିତି ଉଦଘାଟିତ

ଭୁବନେଶ୍ୱର, (ଆଇଏନ୍ଏସ୍): ଅପପୁଷ୍ଟି ଓ ଅପହଂଚ ପାହାଡ ପର୍ବତ ଘେରା ଯାଜପୁର ଜିଲ୍ଲାର ନଗଡା ଗ୍ରାମରେ ଆମ ଗାଁ ବ୍ୟାଙ୍କ ସମିତି ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଓଡିଆ ଯୁବକ ଏନ୍.ଆର.ଆଇ ସତ୍ୟ ସୁତାର ଉଦଘାଟନ କରିଥିଲେ । ନଗଡାବାସୀଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ନୂଆ ପୋଷାକ, ପାଠ୍ୟ ଉପକରଣ, ନିତି ଦିନିଆ ବ୍ୟବହାର ସାମଗ୍ରୀ ଓ ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ । କେନ୍ଦୁଝର ଆନନ୍ଦପୁରର ଫକୀରପୁର ଗ୍ରାମବାସିନ୍ଦା ସତ୍ୟ ଏବେ ସିଙ୍ଗାପୁରର ଏଫ୍.ଇ.ଏମ୍.ଏନ୍.ସି କମ୍ପାନୀର ସାଧାରଣ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଛନ୍ତି । ସତ୍ୟ ଏକ ଅଭିନବ ଉପାୟ ଚିନ୍ତାକରି ନଗଡାବାସୀଙ୍କ ଆର୍ଥିକ ଅସୁବିଧା ଦୂର କରିବା ପାଇଁ ଆମ ଗାଁ ବ୍ୟାଙ୍କ ସମିତିର ଶୁଭାରମ୍ଭ କରିଛନ୍ତି । ଏହି ବ୍ୟାଙ୍କ ଉପର ନଗଡାରେ ହୋଇଥିବା ବେଳେ ଏଥିରେ ତଳନଗଡା ଓ ମଝିନଗଡାର ମହିଳା ସମିତି ସଭ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହି ସମିତିକୁ ସତ୍ୟ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି, ଯାହାକୁ ସମିିତିର ସଭ୍ୟମାନେ ସଦୂପଯୋଗ କରିପାରିବେ । ନଗଡାବାସୀ ଚାଷ କାର୍ଯ୍ୟ ପାଇଁ ଅତ୍ୟାବଶକୀୟ ଜିନିଷ କିମ୍ବା ଝିଅ ବିଭାଘର ପାଇଁ ଲୋନ୍ ନେଇ ପାରିବେ । ଯାହାକୁ ତିନି ମାସ ପରେ ବିନା ସୁଧରେ କିସ୍ତି କରି ଟଙ୍କା ଫେରସ୍ତ କରି ପୁଣି ନେଇ ପାରିବେ । ଏପରି ହେବା ଦ୍ୱାରା ଅର୍ଥ ଆବଶ୍ୟକ ବେଳେ ନଗଡା ବାସୀମାନେ ଆଉ କାହା ଉପରେ ନିର୍ଭର କରିବେ ନାହିଁ । ସେମାନେ ନିଜ ସମିତିରୁ ଟଙ୍କା ଆଣି ଧିରେ ଧିରେ ସମିତିକୁ ଟଙ୍କା ଫେରସ୍ତ କରିପାରିବେ ବୋଲି ଅନୁଷ୍ଠିତ ସଭାରେ ଶପଥ ନେଇଥିଲେ । ଏପରି ହେବା ଫଳରେ ଅପହଂଚ ନଗଡାରେ ଅନ୍ୟ କିଛି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇବେ ବୋଲି ସତ୍ୟ ଆଶା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ସିନେ ଆର୍ଟର ସଂପାଦକ ବିଦ୍ୟାଧର ବାରିକ ଓ ଯୋଗେନ୍ଦ୍ରନାଥ ଭୋଇ ଏବଂ ଯାଜପୁର ସଂଗଠନ ସେବକ ସଭ୍ୟମାନେ ପରିଚାଳନା କରିଥିଲେ । ନିଦେ୍ର୍ଦଶକ ଶାନ୍ତନୁ କୁମାର ସିଆ ନଗଡାର ବର୍ତମାନ ପରିସ୍ଥିତିକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରବେ ବୋଲି କହିଛନ୍ତି । ନଗଡାବାସୀଙ୍କୁ ଏଭଳି ସାହାଯ୍ୟର ହାତ ବଢାଇଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ଆୟୋଜକ ସଂସ୍ଥା ଆଶା ରଖିଛନ୍ତିି ।

Leave a Reply

Your email address will not be published.