ଭାରତ ବନାମ ପାକିସ୍ତାନ
ବାଲେଶ୍ୱର, (ଆଇଏନ୍ଏସ୍): ଭାରତର ବିଭାଜନ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତୃତା ଲାଗି ରହିଛି । ବିଶେଷକରି କାଶ୍ମୀରକୁ କେନ୍ଦ୍ରକରି ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଶତୃତା ଚରମ ସୀମାରେ ପହଂଚିଛି । ପାକିସ୍ତାନ ବିଭିନ୍ନ ଉପାୟରେ ଭାରତ ସହିତ ଛାୟା ଯୁଦ୍ଧ ଜାରୀ ରଖିଛି । ଆତଙ୍କବାଦ, ବିଛିନ୍ନତାବାଦୀଙ୍କୁ ସହାୟତା, ସୀମାରେ ଗୁଳିଗୋଳା ବର୍ଷଣ ପ୍ରଭୃତି ପାକିସ୍ତାନର ଛାୟାଯୁଦ୍ଧର ଗୋଟିଏ ଗୋଟିଏ ନମୂନା । କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୁଦ୍ଧରେ ଅଧିକ ବିଷୋଦଗାର କରିଚାଲିଛି । ପାକିସ୍ତାନ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବକ୍ତବ୍ୟ ଏବଂ ଭାରତ ଉପରେ ଆତଙ୍କି ହାମଲାର ଧମକ ସହିତ ଭାରତ ବିରୁଦ୍ଧରେ ଜାତିସଂଘରେ ଫେରାଦ ହେବା ତାହାର ଗୋଟିଏ ଗୋଟିଏ ଉଦାହରଣ । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ବିରୋଧୀ ରାଜନୈତିକ ଦଳଗୁଡ଼ିକ ଇମ୍ରାନ ଖାଁଙ୍କ ସରକାରକୁ ଟାର୍ଗେଟ କରୁଥିବା ବେଳେ କାଶ୍ମୀରରୁ ୩୭୦ଧାରା ଉଛେଦ ହେବାପରେ ରାଜନୀତିର ଉଦ୍ଧ୍ୱର୍କୁ ଯାଇ ପାକିସ୍ତାନର ସବୁରାଜନୈତିକ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି । ଅପରପକ୍ଷରେ ପାକିସ୍ତାନ ଭାରତ ବିପକ୍ଷରେ ସବୁବେଳେ ଶତୃ ମନୋଭାବ ରଖିଆସିଥିବା ବେଳେ ଭାରତର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଭିନ୍ନତା ଦେଖିବାକୁ ମିଳେ । ଭାରତର ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ନିଜର ରାଜନୈତିକ ଫାଇଦା ପାଇଁ ଜାତୀୟ ସ୍ୱାର୍ଥକୁ ବଳିଦେବାକୁ ମଧ୍ୟ ପଛାଉ ନାହାନ୍ତି । ଉଦାହରଣଭାବେ କଂଗ୍ରେସର ସିଦ୍ଧୁ, ଗୁଲାବ୍ନବୀ ଆଜାଦ୍, ଖୋଦ୍ ରାହୁଲ ଗାନ୍ଧୀ ସମେତ ବହୁ କଂଗ୍ରେସ ନେତା, କାଶ୍ମୀରର ପିହିପି ନେତ୍ରୀ ମେହେବୁବା ମୁଫତି, ନେସନାଲ କନ୍ଫରେନ୍ସର ଓମର ଅବ୍ଦୁଲ୍ଲା ଓ ବାମପନ୍ଥୀ ନେତା ଓ କେତେକ ରାଜନୈତିକ ଦଳର ନେତାମାନଙ୍କର ବୟାନକୁ ତର୍ଜମା କରାଯାଇପାରେ । ସିଦ୍ଧୁ ବିଭିନ୍ନ ସମୟରେ ପାକିସ୍ତାନ ସପକ୍ଷରେ ବିବୃତିମାନ ଦେଉଥିବା ବେଳେ ୩୭୦ଧାରା ଉଛେଦ ସମ୍ପର୍କରେ ଅନ୍ୟ ନେତାମାନଙ୍କର ବିବୃତିକୁ ଦେଖିଲେ ତାହା କେବଳ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ଦୀର୍ଘ ୭୨ବର୍ଷ ଧରି କାଶ୍ମୀରରେ ରହିଆସିଥିବା ଏକ କଳା ଆଇନ୍କୁ ଉଠାଇବାକୁ ଭାରତର ପ୍ରାୟ ପ୍ରତ୍ୟେକ ନାଗରୀକ ସ୍ୱାଗତ କରୁଥିବା ବେଳେ ଏହିସବୁ ରାଜନୈତିକ ଦଳର ନେତାମାନେ ତାହାକୁ ୩୭୦ଧାରାର ଉଛେଦକୁ ବିରୋଧ କରିଛନ୍ତି, ଯାହା ଜାୟତା ବିରୋଧୀ ଅନ୍ୟଅର୍ଥରେ ଦେଶଦ୍ରୋହୀ କହିଲେ ଭୁଲ ହେବନାହିଁ । ଏହି ନେତାମାନଙ୍କର ତୁଣ୍ଡରେ ଲଗାମ ନାହିଁ ।
କିନ୍ତୁ ୩୭୦ଧାରା ଉଛେଦରେ ପାକିସ୍ତାନର ସବୁ ରାଜନୈତିକ ଦଳ ଯଦି ଏକ ହୋଇ ପାରୁଛନ୍ତି, ଭାରତରେ ତାହା ହୋଇପାରୁନାହିଁ କାହିଁକି (?) ତାହା ଏକ ମୁଖ୍ୟ ପ୍ରଶ୍ନ ଓ ତାହାର ତର୍ଜମା ମଧ୍ୟ ଆବଶ୍ୟକ । ଏଥି ସହିତ ନେତାମାନଙ୍କର ଦେଶ ବିରୋଧୀ ବିବୃତିକୁ କାହିଁକି ଅପରାଧ ଭାବେ ଗଣନା କରାଯାଉନାହିଁ? ରାଜନୈତିକ ଦଳଗୁଡ଼ିକର ଲଗାମହୀନ ବୟାନକୁ ଲଗାମ ଦେବା ପାଇଁ ଆଇନର ଆବଶ୍ୟକତା ଜରୁରୀ । ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ରାଜନେତାମାନେ ପାକିସ୍ତାନ ନେତାଙ୍କ ଠାରୁ କିଛି ଶିଖିବାର ମଧ୍ୟ ରହିଛି ।