ଏକଛତ୍ରବାଦ ଆଡ଼କୁ ମୁହାଁଉଛି ଓଡ଼ିଶା ଶାସନ

ବାଲେଶ୍ୱର, (ଆଇଏନ୍ଏସ୍) : ଗୋଟିଏ ରାଜନୈତିକ ଦଳ ଦୀର୍ଘ ଦିନ ଶାସନ ଗାଦିରେ ରହିଲେ ତାହା ଏକଛତ୍ରବାଦ ଆଡ଼କୁ ଗତିକରେ । ଯାହା ବର୍ତମାନ ଓଡ଼ିଶାରେ ଦେଖିବାକୁ ମିଳୁଛି । ଓଡ଼ିଶାର ଶାସକ ବିଜେଡି ତଥା ନବୀନ ପଟ୍ଟନାୟକ ନିଜକୁ ନିଜେ ଓଡ଼ିଶାର ଭାଗ୍ୟନିୟନ୍ତା ବୋଲି ଭାବୁଛନ୍ତି । ସରକାରୀ ଅର୍ଥ ବ୍ୟୟରେ ବିଜୁ ଯୁବବାହିନୀ ହେଉ କିମ୍ବା ୱାର୍ଡ଼ ଅଫିସର ନିଯୁକ୍ତି ହେଉ, ତାହାର ଯଥାର୍ଥତା, ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନରେ ଜିତିବା ପାଇଁ ବିଜୁ ଯୁବବାହିନୀ ଗଠନ କରି, ସେଥିପାଇଁ ସରକାରୀ ଅର୍ଥକୁ ବରବାଦ କରୁଥିବା ବେଳେ ଏବେ ପୋ÷ର ନିର୍ବାଚନ ପରିପ୍ରେକ୍ଷୀରେ ନିଯୁକ୍ତି କରାଯାଉଛି ୱାର୍ଡ଼ ଅଫିସର । ଦୃଢ଼ ବିରୋଧୀଦଳ ଅଭାବର ସୁଯୋଗ ନେଇ ନବୀନବାବୁ ମନଇଛା କାର୍ଯ୍ୟ କରିଚାଲିଛନ୍ତି ।
କେବଳ ଏହି ଦୁଇଟି ଉଦାହରଣ ନୁହେଁ, ରେସନକାର୍ଡ଼, କାଳିଆ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ଯୋଜନା ପ୍ରଭୃତି କ୍ଷେତ୍ରରେ ଦେଖିବାକୁ ଗଲେ ସବୁଠାରେ ନବୀନଙ୍କ ଏକଛତ୍ରବାଦୀ ମନୋଭାବ ଦେଖିବାକୁ ମିଳେ । ରେସନକାର୍ଡ଼ ସମୟରେ ଉପଯୁକ୍ତ ଯାଂଚ ନକରି ରେସନକାର୍ଡ଼ ଇସୁ୍ୟ କରିଦେବା ପରେ ଯାଂଚ କରିବା ଓ ରେସନକାର୍ନ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରିବା, କେତେକ ମହିଳାଙ୍କୁ ଜେଲରେ ପୁରାଇବା ଭଳି ଘଟଣା ଏହି ଓଡ଼ିଶା ଦେଖିଛି । ଏହାପରେ ଏବେ ଆସିଛି ଅଯୋଗ୍ୟ କାଳିଆ ହିତାଧିକାରୀ ମାମଲା । ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ଲକ୍ଷରେ ଯୋଗ୍ୟ, ଅଯୋଗ୍ୟ ବିବେଚନା ନକରି ଆପାତକାଳୀନ ପାଣ୍ଠିରୁ ଟଙ୍କା ଉଠାଇ କାଳିଆ ଯୋଜନାରେ ଟଙ୍କା ବାଂଟିଦେଲେ ଏବଂ ଭୋଟ ହାତେଇବାରେ ନବୀନ ସଫଳ ହେଲେ ମଧ୍ୟ । ଭୋଟ ହାତେଇ ନିର୍ବାଚନ ଜିତିବା ପରେ ଏବେ ଯୋଗ୍ୟ, ଅଯୋଗ୍ୟ ବାଛ ବିଚାର ଚାଲିଛି । ଅଯୋଗ୍ୟ ରେସନକାର୍ଡ଼ ହିତାଧିକାରଈଭ୍କ ଠାରୁ ଟଙ୍କା ଆଦାୟ କରିବା ଭଳି, ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ବାବୁ ନବୀନ ଏବେ ଅଂଟାରେ ଗାମୁଛା ବାନ୍ଧି ବାହାରିଛନ୍ତି ।
ବର୍ତମାନ ଏକ ବଡ଼ ପ୍ରଶ୍ନ ହେଲା, ଆଜି ଯିଏ ଅଯୋଗ୍ୟ ହିତାଧିକାରୀ (ରେସନକାର୍ଡ଼ ହେଉ କିମ୍ବା କାଳିଆ ଯୋଜନା) ଗତକାଲି ସେ ଯୋଗ୍ୟ ଥିଲା କିପରି? କିଏ ଅଯୋଗ୍ୟମାନଙ୍କୁ ଯୋଗ୍ୟ କରିଥିଲା? ଯାଂଚ ଅଧିକାରୀମାନେ ଏଭଳି ବେଆଇନ କାର୍ଯ୍ୟ କାହିଁକି କରିଥିଲେ (?) ଓ କାହା ନିଦେ୍ର୍ଦଶରେ କରିଥିଲେ? ସର୍ବୋପରି ଅଯୋଗ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଅଯୋଗ୍ୟଙ୍କୁ ଯୋଗ୍ୟ କରିଥିବା ଯାଂଚ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି? ଏହାକୁ କଣ ଏକଛତ୍ରବାଦ କୁହାଯିବ ନାହିଁ?
ଠିକ୍ ସେହିପରି, ପିଏମ୍ କିଶାନ ଯୋଜନାରେ ଓନିଶାର ସମସ୍ତ କୃଷକଙ୍କୁ ସାମିଲ କରିବା ପାଇଁ ତାଲିକା ପଠାଇବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ସହିତ ଆୟୁସ୍ମାନ ଯୋଜନାକୁ ଓଡ଼ିଶାରେ ନବୀନ ବାବୁ ଲାଗୁ ନକରିବା ଏକଛତ୍ରବାଦୀ ନୀତିର ଗୋଟିଏ ଗୋଟିଏ ଉଦାହରଣ ନୁହେଁ କି?
ଅପରପକ୍ଷରେ ଦୃଢ଼ ବିରୋଧୀ ବିନା ଶାସକ ଦଳ ଏକଛତ୍ରବାଦୀ ପାଲଟି ଯାଏ । ଯାହା ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି । କଂଗ୍ରେସର ସତା ହଜିବାକୁ ବସିଥିବା ବେଳେ ବିଜେପି ଉପରେ ବିରୋଧ କଲେ ମଧ୍ୟ ଭିତରେ ସେମାନଙ୍କ ମଧ୍ୟରେ ବୁଝାମଣା ଥିବା ଅତୀତରୁ ପ୍ରମାଣ ମିଳିଛି । ବିଜେଡିର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଥିବାବେଳେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କରିବା ହେଉ କିମ୍ବା ତିନି ତଲାକ ବିଲ୍, ୩୭୦ଧାରା ଉଛେଦ ବିଲକୁ ସମର୍ଥନ ହେଉ, ଏସବୁ ବିଜେଡି ବିଜେପିର ଭିତିରି ବୁଝାମଣାକୁ ପ୍ରମାଣିତ କରୁଛି । ଦୀର୍ଘ ୨୦ବର୍ଷ ଧରି ନବୀନବାବୁ ଓଡ଼ିଶାର ଏକାଙ୍ଗଚକ୍ରବର୍ତି ସାଜିଛନ୍ତି । ମନକୁ ଯାହା ଆସୁଛି ତାହା କରୁଛନ୍ତି, ଯାହା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.