ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ଆସନ କମିଲା!
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଗତ ଥର ପରି ସଫଳତା ପାଇ ପାରି ନଥିବାରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ବିଜେପିକୁ କଟାକ୍ଷ କରିଛନ୍ତି । ନିଜ ପ୍ରତିକି୍ରୟାରେ ଶ୍ରୀ ପାୱାର କହିଛନ୍ତି ଯେ, ମତଦାତା ମାନେ ବିଜେପିର ଅହଙ୍କାରକୁ ହରାଇ ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, କଂଗ୍ରେସ ଓ ଏନସିପିର ପ୍ରାର୍ଥୀ ଓ ନେତାମାନେ କଠିନ ପରିଶ୍ରମ କରି ସଫଳତା ପାଇଛନ୍ତି । ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଂଟ ୧୫୯ ଆସନରେ ଆଗୁଆ ରହିଛି । ସେଥିମଧ୍ୟରେ ବିଜେପି ୧୦୩ ଓ ଶିବସେନା ୫୬ ଆସନରେ ଆଗୁଆ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଓ ଏନସିପି ମେଂଟ ୧୦୫ ଆସନରେ ଆଗୁଆ ଅଛନ୍ତି । ସେଥିରେ କଂଗ୍ରେସ ୪୪ ଓ ଏନସିପି ୫୪ ଆସନରେ ଆଗୁଆ ରହିଛନ୍ତି । ତେବେ ୨୦୧୪ ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ଏକାକୀ ୧୨୨ ଟି ଆସନ ନିଜ ଅକ୍ତିଆରକୁ ନେଇଥିଲା । ଅର୍ଥାତ୍ ବିଜେପି ଏଥର କେତେକ ଆସନ ହରାଇବାକୁ ଯାଉଥିବା ସ୍ପଷ୍ଟ ହେଉଛି ।