ହରିୟାଣାରେ ଝୁଲା ବିଧାନସଭା
ଗୁରୁଗାଁଓ: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ସନେ୍ଦହ ଥିବାରୁ ସେଠାରେ ଝୁଲା ବିଧାନସଭା ହେବାର ସ୍ପଷ୍ଟ ହେଉଛି । ବର୍ତମାନ ସୁଦ୍ଧା ବିଜେପି ମେଂଟ ପ୍ରାର୍ଥୀ ମାନେ ୪୦ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ମେଂଟ ପ୍ରାର୍ଥୀ ମାନେ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ଦଳ ୯ ଆସନରେ ଆଗୁଆ ରହିଛନ୍ତି ।