ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ରୀତା ସାହୁଙ୍କର ସବୁଠୁ ବଡ଼ ବିଜୟ!

ଭୁବନେଶ୍ୱର, (ଆଇଏନ୍ଏସ୍): ବିଜେପୁର ବିଧାନସଭା ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୯୭,୯୯୦ ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ ଗଡ଼ତିଆଙ୍କୁ ପରାସ୍ତ କରିଛନ୍ତି । ତେବେ ରୀତା ସାହୁ ନିଜର ବିଜୟ ମାଧ୍ୟମରେ ରାଜ୍ୟ ନିର୍ବାଚନ ଇତିହାସରେ ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏଥିପୂର୍ବରୁ ୨୦୦୦ ବିଧାନସଭା ନିର୍ବାଚନରେ ବିଜେପିର ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯୪,୫୫୪ ଭୋଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ଼ କରିଥିଲେ । ଏହି ନିର୍ବାଚନରେ ରୀତା ସାହୁ ୧,୩୫, ୯୪୯ ଭୋଟ ପାଇଥିବାବେଳେ ବିଜେପିର ଶ୍ରୀ ଗଡ଼ତିଆ ୩୭,୯୬୭ ଓ କଂଗ୍ରେସର ଦିଲିପ କୁମାର ପଣ୍ଡା ୫,୮୭୬ ପାଇଛନ୍ତି ।

Leave a Reply

Your email address will not be published.