ଡି.ଏ.ଭି କଳିଙ୍ଗ ନଗରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ
ଭୁବନେଶ୍ୱର, (ଆଇଏନ୍ଏସ୍): ଛାତ୍ରଛାତ୍ରୀଙ୍କ ମଧ୍ୟେରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ଏହାର କଳାତ୍ମକ ପରିପ୍ରକାଶ ଲକ୍ଷ୍ୟରେ ଡି.ଏ.ଭି କଳିଙ୍ଗ ନଗର ପରିସରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ “ଏକ୍ଜିବିଟ୍” ପ୍ରଦର୍ଶିତ ହୋଇଅଛି । ଏହି ପ୍ରକଳ୍ପ ସମାରୋହକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଗଣିତ, ବିଜ୍ଞାନ, ସାମଜିକ ବିଜ୍ଞାନ, ଇଂରାଜୀ, ଭାଷା ଓ ସାହିତ୍ୟ, ହିନ୍ଦୀ, ମୁ୍ୟଜିକ୍ ଓ ଯୋଗ, ନୃତ୍ୟ ବିଭାଗ ଦ୍ୱାରା ଅଭିନବ ଉପାୟରେ ନିର୍ମିତ ବାସସ୍ଥାନ, ଖାଦ୍ୟ, ପୋଷାକ, ଜଳବାୟୁ, ଶିକ୍ଷା, ଶିଷ୍ଟାଚାର, ହାପିନେସ୍, ହେଲ୍ପିଙ୍ଗ୍ ହ୍ୟାଣ୍ଡ ତଥା ବିଭିନ୍ନ ଧର୍ମୀୟ ସଂସ୍କୃତି ସମ୍ବନ୍ଧୀୟ ପ୍ରାୟ ୨୫୦ରୁ ଊଦ୍ଧ୍ୱର୍ ପ୍ରୟୋଗାତ୍ମକ ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଏଲ୍.କେ.ଜି ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ଓ ନିମନ୍ତ୍ରିତ ଅତିଥି ମାନେ ପ୍ରକଳ୍ପ ଗୁଡିÿକୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥି ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁସଂଖ୍ୟକ ଅଭିଭାବକ ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶନ କରି ଭୁୟସୀ ପ୍ରଶଂସା କରିଥିଲେ ।