ଓଡ଼ିଶା ରାଜନିତୀର ଭିଷ୍ମ ପିତାମହ ମହତାବଙ୍କ କାହାଣୀ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଶ୍ରଦ୍ଧାରେ ଲୋକମାନେ ତାଙ୍କୁ ଉକôଳ କେଶରୀ ବା ଓଡ଼ିଶାର ସିଂହ ବୋଲି କହୁଥିଲେ । ସେ ହେଉଛନ୍ତି ନୂତନ ଓ ବିଶାଳ ଓଡ଼ିଶାର ନିର୍ମାତା ଡ଼କ୍ଟର ହରେକୃଷ୍ଣ ମହତାବ, ଯିଏ କି ଓଡ଼ିଶା ରୁପି ଅରଣ୍ୟରେ ଏକମାତ୍ର ସିଂହ ଥିଲେ । ତାଙ୍କର ଭିମ ଗର୍ଜନ ଓଡ଼ିଶା ବାହାରେ ମଧ୍ୟ ପ୍ରତିଧ୍ୱନିତ ହେଉଥିଲା । ଦିର୍ଘ ୫୦ ବର୍ଷ ଧରି ରାଜ୍ୟର ରାଜନିତୀ ଓ ସଂସ୍କୃତି କୁ ସେ ନିଜ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଦ୍ୱରା ଆଚ୍ଛନ୍ନ କରି ରଖିଥିଲେ । ଏହି ଯୁଗ ଜନ୍ମା ମହାପୁରୁଷ ତକ୍ରାଳିନ ବାଲେଶ୍ୱର ଜିଲ୍ଲା ଓ ବର୍ତମାନର ଭଦ୍ରକ ଜିଲ୍ଲାର ଅଗରପଡା ରାଜ ପରିବାରରେ ୨୧ ନଭେମ୍ବର ୧୮୯୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଇତିହାସ ଯାହା କହୁ ଲେଖକ ଗର୍ବିତ ଯେ, ତାଙ୍କ ଜନ୍ମ ସ୍ଥାନ ର ଅତି ନିକଟରେ ମହତାବଙ୍କ ଜନ୍ମ ସ୍ଥାନ ବୋଲି ଜନଶ୍ରୁତି ରହିଅଛି । ଜନଶୃତି କହେ, କଟକ ଜିଲ୍ଲାର ଏକ ମୁଖ୍ୟ ଗ୍ରାମ ଓ ପ୍ରଗନା ଅସୁରେଶ୍ୱର ହେଉଛି ମହତାବଙ୍କ ଜନ୍ମ ସ୍ଥାନ, ଯେଉଁଠି କର୍ମବୀର ଗୈାରି ଶଙ୍କର ରାୟ ମଧ୍ୟ ଜନ୍ମ ନେଇଥିଲେ । ଅସୁରେଶ୍ୱର କୁ ଛୁଇଁ ସଦା ପୂର୍ଣ୍ଣଗର୍ଭା ଲୁଣା ନଈ ଘନ ଶ୍ୟାମଳିମା ଭେଦ କରି ଅଙ୍କା ବଙ୍କା ହୋଇ ବହି ଯାଇଛି । ତାହା ସହିତ ସମାନ୍ତର ହୋଇ ଲମ୍ବି ଯାଇଛି କେନ୍ଦ୍ରାପଡା କେନାଲ । ଏହି ନଈ ଓ କେନାଲ ମଝିରେ କେତେକ ପରିବାର ବାସ କରନ୍ତି; ଯେଉଁ ମାନଙ୍କର ସଜ୍ଞା ହେଉଛି ମହତାବ । ଲୋକେ କୁହନ୍ତି ହରେ କୃଷ୍ଣ ମହତାବ ସେହି ପରିବାରରେ ଜନ୍ମ ଗ୍ରହଣ କରି ସଙ୍ଗେ ସଙ୍ଗେ ଅଗର ପଡାକୁ ପୋଷ୍ୟପୂତ୍ର ହୋଇ ଯାଇଥିଲେ ଓ ଏହି ଘଟଣାକୁ ଗୋପନ ରଖାଯାଇଥିଲା । ଘଟଣା କ୍ରମେ ସେହି ପରିବାରର ଆଉ ଜଣେ ହରେକୃଷ୍ଣ ମହତାବ କଟକର ଜୋବ୍ରା ଠାରେ ଥିବା ଲଂଚ ଘାଟର ମାଲିକ ଥିବାର ଲେଖକ ଜାଣି ଅଛି ।
ଲୁଣା ନଦୀର ଅପର ପାଶ୍ୱର୍ରେ ଆଉ ଗୋଟିଏ ଗ୍ରାମ ଅଛି । ଯାହାର ନାମ ଘଂଟାଳୋ । ଯେଉଁଠାରେ ରାୟ ସଜ୍ଞା ଧାରି କିଛି କ୍ଷତ୍ରୀୟ ପରିବାର ଏବେ ମଧ୍ୟ ବାସ କରୁଛନ୍ତି । ଏହି ଗ୍ରାମ ହେଉଛି ସୁଭଦ୍ରା ମହତାବଙ୍କ ଜନ୍ମଭୂମି । ଯିଏ କି ପରେ ହରେକୃଷ୍ଣ ମହତାବଙ୍କୁ ବିବାହ କରିଥିଲେ । ମହତାବଙ୍କ ପୋଷ୍ୟ ପୁତ୍ର ଓ ବର୍ତମାନ କଟକର ସାଂସଦ ଭତୃହରୀ ମହତାବ ସେହି ସ୍ଥାନ ସହିତ ନିବିଡ ସଂପର୍କ ରଖିଛନ୍ତି ଓ ବହୁ ବର୍ଷ ତଳୁ ନିଜ ମା’ ଙ୍କ ନାମରେ ସେଠାରେ ଏକ ଦାତବ୍ୟ ଚିକିତ୍ସାଳୟ ସ୍ଥାପନ କରିଛନ୍ତି, ଯାହା ଏପର୍ଯ୍ୟନ୍ତ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି । ଅସୁରେଶ୍ୱର ଠାରେ ଭତୃହରିଙ୍କ ଉଦ୍ୟମରେ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ।
କଲେଜ ଶିକ୍ଷା ନସରୁଣୁ ମହତାବ ଦେଶର ରାଜନୈତିକ ଓ ସାମାଜିକ ଜିବନରେ ଜଡିତ ହୋଇ ପଡିଲେ । ସେତେବେଳେ ଦେଶରେ ଇଂରେଜ ମାନଙ୍କ ବିରୁଦ୍ଧରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଅହିଂସା ଆନେ୍ଦାଳନ ଆରମ୍ଭ ହୋଇଯାଇଥାଏ । ୧୯୨୧ ମସିହାରେ ଗାନ୍ଧିଜୀ ଓଡ଼ିଶା ଆସିଲା ବେଳେ ମହତାବ କଂଗ୍ରେସ ଦଳରେ ଯୋଗଦେଲେ ଓ ଖୁବ ଶିଘ୍ର ଏହାର ନେତୃତ୍ୱ ଗ୍ରହଣ କଲେ । ଉକ୍ରଳ ମଣି ଗୋପବନ୍ଧୁ ଦାସଙ୍କ ୧୯୨୮ ମସିହାରେ ମୃତୁ୍ୟ ଘଟିଲା ପରେ ଦଳର ଦାୟିତ୍ୱ ତାଙ୍କ ଉପରେ ପଡିଲା । ସେ ବାଲେଶ୍ୱର ମୁ୍ୟନିସିପାଲିଟିର ଚେୟାରମ୍ୟାନ ହେଲେ ଓ ୧୯୩୦ ମସିହାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇ ଲବଣ ସତ୍ୟାଗ୍ରହରେ ଯୋଗ ଦେଲେ । ସେ ସମୟରେ ହୋଇଥିବା କନିକା ପ୍ରଜା ଆନେ୍ଦାଳନକୁ ସେ ବାହାରୁ ସମର୍ଥନ ଦେଉଥିଲେ । ୧ ଏପି୍ରଲ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା । ଓଡ଼ିଶା ଅଂଚଳରେ ଥିବା ୨୬ ଗଡଜାତ, ଶାସନର ବାହାରେ ରହିଲା । ୧୯୩୮ ମସିହାରେ ବିଭିନ୍ନ ଦେଶିୟ ରାଜ୍ୟରେ ଲୋକ ପ୍ରତିନିଧି ମୂଳକ ଶାସନ ପାଇଁ ତାଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ସଂଗଠନ ଗଢି ଉଠିଲା । କପିଳେଶ୍ୱର ନନ୍ଦ, ସାରଙ୍ଗଧର ଦାସ,ବୀରବୈଷ୍ଣବ ଚରଣ ଓ ପବିତ୍ର ମୋହନ ପ୍ରଧାନଙ୍କ ଭଳି ନେତା ମାନଙ୍କ ଦ୍ୱାରା ଏହି ଆନେ୍ଦାଳନ ସବୁ ରାଜ୍ୟକୁ ବ୍ୟାପିଗଲା ଓ ରଣପୁର ଠାରେ ଲୋକଙ୍କ ଆକ୍ରମଣରେ ଇଂରେଜ ଏଜେଂଟ ବେଜେଲଗେଟ୍ ସାହେବ ମୃତୁ୍ୟ ବରଣ କଲେ । ଦେଶିୟ ରାଜ୍ୟ ମାନଙ୍କରେ ହେଉଥିବା କୁ ଶାସନ ସମ୍ବନ୍ଧରେ ଅନୁସନ୍ଧାନ ପାଇଁ ମହତାବଙ୍କ ନେତୃତ୍ୱରେ ଏକ କମିଶନ ବସିଲା(୧୯୩୮) ଓ ମହତାବ ଏହି କୁଶାସନର ମୁଳୋତ୍ପାଟନ ପାଇଁ ସେଗୁଡିକୁ ଓଡ଼ିଶା ପ୍ରଦେଶ ସହ ମିଶେଇ ଦେବାର ସୁପାରିଶ କରିଥିଲେ । ସାରା ଭାରତରେ ଦେଶିୟ ରାଜ୍ୟ ମିଶ୍ରଣ ର ଏହାଥିଲା ପ୍ରଥମ ପ୍ରତିଧ୍ୱନି । ୧୯୪୬ ମସିହାରେ କ୍ୟାବିନେଟ ମିଶନ୍ ଭାରତ ଆସିଥିଲେ । ସେମାନଙ୍କୁ ଏକ ପତ୍ର ଲେଖି ମହତାବ୍ ଦେଶିୟ ରାଜ୍ୟର ବିଲୋପ ପାଇଁ ଦାବି କରିଥିଲେ । ସେ ସମୟର ରାଜନୈତିକ ଅସ୍ଥିରତା ଯୋଗୁଁ ମିଶନ କୌଣସି ପଦକ୍ଷେପ ନନେଲେ ମଧ୍ୟ ମହତାବଙ୍କର ମତକୁ ପ୍ରଶଂସା କରିଥିଲେ ।
ସେତେବେଳେ ଓଡ଼ିଶାରେ ୨୬ ଟି ଗଡଜାତ ରାଜ୍ୟ ଥିଲା । ଏଗୁଡିକୁ ଏ, ବି, ସି ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଏ ଶ୍ରେଣୀରେ ଥିବା ୧୧ ଟି ଦେଶିୟ ରାଜ୍ୟ ହେଲେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ପାଟଣା -ବଲାଙ୍ଗିର, ନୟାଗଡ, ବାମୁଣ୍ଡା, ବାମରା, ଗାଙ୍ଗପୁର, ସୋନପୁର ଓ ଷଢେଇକଳା । ବି ଶ୍ରେଣୀରେ ଥିବା ୧୨ ଟି ରାଜ୍ୟ ହେଲେ ଆଠଗଡ, ଆଠମଲ୍ଲୀକ, ହିନେ୍ଦାଳ, ବଣେଇ, ଖରସୁଆଁ, ବଡମ୍ବା, ନରସିଂପୁର, ଖଣ୍ଡପଡା ଓ ଦଶପଲା । ସି ଶ୍ରେଣୀରେ ଥିବା ୩ ଟି ଦେଶିୟ ରାଜ୍ୟ ହେଲେ ତିଗିରିଆ, ରେଢାଖୋଲ ଓ ପାଲଲହଡା । ଏହି ରାଜ୍ୟ ଗୁଡିକ ଇଂରେଜ ମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧନାରେ ଜଣେ ଏଜେଂଟଙ୍କ ଦ୍ୱାରା ଶାସିତ ହେଉଥିଲା । ଏହାକୁ ଟ୍ରିବୁଟାରି ମାହଲ କୁହାଯାଉଥିଲା । ଏହି ରାଜା ମାନେ ହୁଂକା ପିଟା ପୁରୁଣା କାଳିଆ ଶାସନ କରୁଥିଲେ ଓ ପ୍ରଜା ମାନଙ୍କ ଉପରେ ନାନା କର ବସାଉଥିଲେ । ଘନ ଜଙ୍ଗଲରେ ଏହି ଅଂଚଳ ପୁରିଥିଲା । ଅଧିବାସି ମାନେ ମୁଖ୍ୟତଃ ଆଦିବାସୀ ଥିଲେ ଓ ବିଭିନ୍ନ ମୁଲ୍ୟବାନ ଖଣିଜ ପଦାର୍ଥରେ ଏହି ଅଂଚଳ ଭରପୁର ହୋଇ ରହିଥିଲା । ଏହି ରାଜ୍ୟ ଗୁଡିକ ମଧ୍ୟରେ ମୟୁରଭଞ୍ଜ ସବୁଠାରୁ ବଡ ଥିଲା । ଏହାର ଲୋକ ସଂଖ୍ୟା ଥିଲେ ୧୦ ଲକ୍ଷ ଓ କ୍ଷେତ୍ର‘ଳ ଚାରି ହଜାର ବର୍ଗ ମାଇଲ । ତିଗିରିଆ ଥିଲା ସବୁଠୁ ଛୋଟ ରାଜ୍ୟ ଯାହାର କ୍ଷେତ୍ରଫଳ ଥିଲା ମାତ୍ର ୪୩ ବର୍ଗ ମାଇଲ ଓ ଲୋକ ସଂଖ୍ୟା ୨୦,୦୦୦ । ୧୯୪୭ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧିନତା ପାଇଲା । ସେତେବେଳକୁ ମହତାବ ଥିଲେ ଓ ଡ଼ିଶାର ପ୍ରଧାନମନ୍ତ୍ରୀ । ନୂଆ ଓଡ଼ିଶା ଗଠନ ପାଇଁ ସେ ଲାଗି ପଡିଲେ । କଟକରୁ ରାଜଧାନୀ ଉଠିଯାଇ ଭୁବନେଶ୍ୱରରେ ଏକ ଆଧୁନିକ ନୂଆ ରାଜଧାନୀ ତିଆରି ହେଲା । ହିରାକୁଦ ଠାରେ ଏସିଆର ବୃହତମ ଜଳ ଭଣ୍ଡାରର ଭତି ପଡିଲା ।
୧୯୪୬ ମସିହା ଜୁଲାଇ ୨୦ ରେ ମହତାବ ସମ୍ବଲପୁର ଠାରେ ଦେଶିୟ ରାଜା ମାନଙ୍କୁ ଡାକି ଓଡ଼ିଶା ସହ ମିଶାଇବା ପାଇଁ ବୁଝାଇଲେ ମଧ୍ୟ ସେମାନେ କର୍ଣ୍ଣପାତ କଲେନାହିଁ । ବରଂ ସେମାନେ ମହତାବଙ୍କୁ ବିରୋଧ କରି ଏଯୁଗର ପର୍ଶୁରାମ ବୋଲି ଡାକିବାକୁ ଲାଗିଲେ । ଦେଶିୟ ରାଜା ମାନେ ସ୍ୱାଧିନତା ପରେ ଏକ ସ୍ୱୟଂ ଶାସିତ ରାଜ୍ୟ ସଂଘର କଳ୍ପନା କରି ଅଗଷ୍ଟ ୧/୧୯୪୭ ମସିହା ଦିନ ରାୟପୁରର ରାଜକୁମାର କଲେଜ ଠାରେ ଏକ ସମ୍ମିଳନିର ଆୟୋଜନ କଲେ । ସେମାନେ ଇଷ୍ଟର୍ଣ୍ଣ ଷ୍ଟେଟସ ୟୁନିଅନ ନାମକ ଏକ ରାଷ୍ଟ୍ର ସଂଘ ଗଠନ କଲେ । ଏହା ପାଇଁ ଏକ ସ୍ୱତନ୍ତ୍ର ସମ୍ବିଧାନ, ହାଇକୋଟ, ଏକ ସେକ୍ରେଟେରିଏଟ ଓ ପ୍ରଧାନମନ୍ତ୍ରୀ ପଦ ସୃଷ୍ଟି କଲେ । ଜଣେ ଇଂରେଜ ମିଲିଟାରି ଅଫିସର ଅଧିନରେ ଏକ ସାମରିକ ପୋଲିସ ବାହିନି ମଧ୍ୟ ଗଠନ କଲେ ଓ ଘୋଷଣା କରାଗଲା ଯେ, ଯେଉଁଠି ଶାସକ ମାନଙ୍କ ବିରୁଦ୍ଧରେ ଆନେ୍ଦାଳନ ହେବ ସେଠାରେ ଯାଇ ୟୁନିୟନ ପୋଲିସ ପହଂଚି ଯିବେ । ଠିକ ଏତିକି ବେଳେ ବାଲେଶ୍ୱର ନିକଟରେ ଥିବା ଏକ କ୍ଷୁଦ୍ର ଦେଶିୟ ରାଜ୍ୟ ନିଳଗିରୀ ଠାରେ ପ୍ରଜା ବିଦ୍ରୋହ ଆରମ୍ଭ ହେଲା । ପ୍ରଜା ମାନେ କୈଳାସ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱ ରେ ଏକ ପ୍ରଜା ସରକାର ଗଠନ କଲେ । ସେମାନଙ୍କ ଦମନ ପାଇଁ ରାଜା ବାହାର ରାଜ୍ୟ ରୁ ପୋଲିସ ମଗାଇଲେ । ରାଜ୍ୟରେ ଥିବା ବାଥୁଡି ଆଦିବାସି ମାନଙ୍କୁ ପ୍ରରୋଚିତ କରି ଆନେ୍ଦାଳନ କାରିଙ୍କ ସହିତ ଲଗାଇଦେଲେ । ଆଦିବାସି ମାନେ ଖଣ୍ଡା, ଧନୁ ଓ ତିର ଧରି ରଜାଙ୍କ ପାଇଁ ପ୍ରାଣ ଦେବାକୁ ଘୋଷଣା କଲେ ଓ ଅଣ ଆଦିବାସୀଙ୍କ ଉପରେ ଆକ୍ରମଣ କଲେ । ବିଲରୁ ଫସଲ କାଟିନେଲେ, ଘରେ ନିଆଁ ଲଗାଇଦେଲେ । ଅଯୋଧ୍ୟା ନାମକ ଏକ ଗ୍ରାମ ଉପରେ ଆକ୍ରମଣ କଲାବେଳେ ୭ ଜଣ ଲୋକଙ୍କ ମୃତୁ୍ୟ ଘଟିଲା । ଅନ୍ୟ ଦେଶିୟ ରାଜ୍ୟରେ ମ୍ମ ରାଜା ମାନେ ଆଦିବାସୀ ଙ୍କୁ ମତେଇବାରେ ଲାଗିଲେ । ଅବସ୍ଥା ଭୟାବହ ହେବାକୁ ଯାଉଛି କହି ମହତାବ କେନ୍ଦ୍ର ଗୃହ ମନ୍ତ୍ରୀ ପଟେଲ ଙ୍କୁ ହସ୍ତକ୍ଷେପ କରିବାପାଇଁ ତାର କଲେ । ସରଦାର ପଟେଲ ପୋଲିସ ପଠାଇ ନିଳଗିରି ରାଜ୍ୟକୁ ଅଧିବାର କରିବାକୁ ଆଦେଶ ଦେଲେ । ରାଜ୍ୟ ମିଶ୍ରଣ ର ଏହା ଥିଲା ପ୍ରଥମ ପରୀକ୍ଷା । ସଫଳ ବା ବିଫଳ ହେବାର ଦାୟିତ୍ୱ ମହତାବଙ୍କ ବୋଲି ପଟେଲ ଜଣାଇ ଦେଲେ । ମହତାବଙ୍କ ଆଦେଶରେ ବାଲେଶ୍ୱର ଜିଲ୍ଲାପାଳ ମିଲିଟାରି ପୋଲିସ ନେଇ ନିଳଗିରି ଯାତ୍ରା କଲେ । ରାଜ୍ୟ ଗୃହ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ସହିତଗଲେ । ରାଜା ଭୟରେ ୧୪/୧୧/୧୯୪୭ ଦିନ ତାଙ୍କ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲେ ଓ ସରକାରୀ ଗେଜେଟ୍ ଅନୁଯାୟି ୦୧/୧୨/୧୯୪୭ ଦିନ ନିଳଗିରି ରାଜ୍ୟ ଓଡ଼ିଶା ସହ ମିଶିଲା । ପଟେଲଙ୍କ ତଥା କଥିତ ଫଳ ଟୋକେଇରେ ନିଳଗିରୀ ହେଲା ପ୍ରଥମ ଫଳ ଓ ହରେକୃଷ୍ଣ ମହତାବ ହେଲେ ଭାରତ ପାଇଁ ଦେଶିୟ ରାଜ୍ୟ ମିଶ୍ରଣର ପଥ ପଦର୍ଶକ । ମହତାବଙ୍କୁ ପ୍ରଶଂସା କରି ପଟେଲ କହିଲେ, ବହୁ ବର୍ଷ ତଳେ କଳିଂଗର ଏହି ପ୍ରାଚିନ ଭୂମି ସାରା ଭରତକୁ ଆଲୋକର ପଥ ଦେଖାଇଥିଲା । ଏହାର ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ପୁଣି ୨୦୦୦ ବର୍ଷ ପରେ ସେହି ମାଟି ଭାରତକୁ ଦେଶିୟ ରାଜ୍ୟ ମିଶ୍ରଣର ବାଟ ଦେଖାଇଦେଲା । ଏହାର ସମସ୍ତ ଶ୍ରେୟ ମହତାବଙ୍କ ପ୍ରାପ୍ୟ ।
ନିଳଗିରି ଘଟଣା ପରେ ସମସ୍ତ ରାଜା ଆତଙ୍କିତ ହୋଇ ଘନ ଘନ ମନ୍ତ୍ରଣା ଚଳାଇଲେ ଓ ଦିଲ୍ଲୀ ଯାଇ ସରଦାର ପଟେଲଙ୍କୁ ସାକ୍ଷାତ କଲେ । ସରଦାର ପଟେଲ ତାଙ୍କୁ ଅବୈଧ ୟୁନିୟନ କୁ ଭାଙ୍ଗବା ପାଇଁ ପରାମର୍ଶ ଦେଲେ । ମହତାବ ଙ୍କ ଡକରାରେ ସରଦାର ପଟେଲ ସ୍ୱରାଷ୍ଟ୍ର ସଚିବ ଭିପି ମେନନ୍ ଓ ପଟେଲଙ୍କ ବ୍ୟକ୍ତଗତ ସଚିବ ଏସ.ଶଙ୍କର ଙ୍କ ସହ ରାଜଧାନୀ କଟକରେ ପହଂଚିଲେ ଡିସେମ୍ବର ୧୩,୧୯୪୭ ଦିନଓ ରାଜଭବନର ଅତିଥୀ ହେଲେ । ତାଙ୍କ ସହ ସାକ୍ଷାତ ପାଇଁ ୨୬ ଟି ଦେଶିୟ ରାଜାଙ୍କୁ କଟକ ଡକାଗଲା । ଡିସେମ୍ବର ୧୪ ସକାଳୁ ଆଲୋଚନା ଆରମ୍ଭ ହେଲା । ପଟେଲ ପ୍ରଥମେ ବି ଓ ସି ବିଭାଗର ରାଜାଙ୍କୁ ମିଶ୍ରଣ ପାଇଁ ବୁଝାଇଦେଲେ । ସମୟ ବଦଳି ଯାଇଛି । ସବୁଆଡେ ରାଜତନ୍ତ୍ର ଲୋପ ପାଇ ଲୋକତନ୍ତ୍ର ପ୍ରତିଷ୍ଠିତ ହେଉଛି । ନୂଆ ଯୁଗରେ ଛୋଟ ଛୋଟ ରାଜ୍ୟ ମାନ ତିଷ୍ଠି ପାରିବେ ନାହିଁ । ନୂତନ ଓ ଏକ ଭାରତ ଗଠନ ପାଇଁ ସେମାନେ ହାତ ବଢେଇଦେବା ଉଚିତ୍ । ପଟେଲଙ୍କ କଥାରେ ବି ଓ ସି ଶ୍ରେଣୀର ସମସ୍ତ ରାଜା ମାନେ ରାଜି ହୋଇ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଦେଲେ । ଅପରାହ୍ନ ରେ ଏ ଶ୍ରେଣୀର ରଜା ମାନଙ୍କୁ ଡକାଗଲା । ପାଟଣା ମହାରାଜ ଆର ଏନ୍ ସିଂ ଦେଓ ତାଙ୍କର ନେତା ଥିଲେ । ସଭା ଆରମ୍ଭ ରୁ ମୟୁରଭଞ୍ଜ ମହାରାଜ କହିଲେ ଯେ ତାଙ୍କ ରାଜ୍ୟରେ ନିର୍ବାଚିତ ମନ୍ତ୍ରୀ ମଣ୍ଡଳ ହାତରେ ସମସ୍ତ କ୍ଷମତା ରହିଅଛି । ସେମାନେ ହିଁ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରିପାରିବେ । ଏତିକି କହି ସେ ସଭା ତ୍ୟାଗ କରି ଚାଲିଗଲେ । ଅନ୍ୟ ରାଜା ମାନେ ନା ନା ପ୍ରକାର ଅବାନ୍ତର ଯୁକ୍ତି କଲେ । ବିରକ୍ତ ହୋଇ ପଟେଲ ସଭା ଛାଡି ଚାଲିଗଲେ । ଯିବା ଆଗରୁ ରାଜା ମାନଙ୍କୁ ସତର୍କ କରିଦେଲେ । ତୁମ ରାଜ୍ୟରେ ଲୋକ ମାନେ ଚାହିଁ ବସିଛନ୍ତି; ସ୍ୱାକ୍ଷର ନକରି ଗଲେ ତୁମ ମାନଙ୍କୁ ଗୋଡେଇ ଗୋଡେଇ ପିଟିବେ । ସେତେବେଳକୁ ସୁରକ୍ଷା ଦେବାକୁ କେହି ନଥିବେ । ବରଂ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ ତୁମର ଉପାଧି , ହାତପାଣ୍ଠି ଓ ବ୍ୟକ୍ତିଗତ ସମ୍ପତି ର ସୁରକ୍ଷା ସରକାର ନେବେ । ପଟେଲ ଚାଲିଗଲା ପରେ ମହତାବ ଓ ମେନନ୍ ରାଜା ମାନଙ୍କୁ ବୁଝେଇବାକୁ ଲାଗିଲେ । ଶେଷରେ ବିଳମ୍ବିତ ରାତିରେ ୧୦ ଜଣ ରାଜା ସ୍ୱାକ୍ଷର କଲେ । ପଟେଲ ସେତେବେଳକୁ କଟକ ରେଳ ଷ୍ଟେସନରେ ରାୟପୁର ଯିବାପାଇଁ ଅପେକ୍ଷା କରି ବସିଥାନ୍ତି । ମହତାବ ଓ ମେନନ୍ ତାଙ୍କୁ ନେଇ ମିଶ୍ରଣ ଦଲିଲ ହସ୍ତାନ୍ତର କଲେ । ଖୁସିରେ ପଟେଲ ଆତ୍ମହରା ହୋଇ ପଡିଲେ ଓ କହିଲେ ଓଡ଼ିଶା ଆଜି ଭାରତ କୁ ବାଟ ଦେଖାଇଲା ।
୦୧/୦୧/୧୯୪୮ ଦିନ ସମସ୍ତ ଦେଶିୟ ରାଜ୍ୟ ଓଡ଼ିଶାରେ ମିଶିଗଲା । ବର୍ଷକ ପରେ ୦୧/୦୧/୧୯୪୯ ଦିନ ମୟୁରଭଞ୍ଜ ମଧ୍ୟ ମିଶ୍ରଣ ହେଲା । ଦୁଇଟି ଦେଶିୟ ରାଜ୍ୟ ଷଢେଇ କଳା ଓ ଖରସୁଆ ଁ ଓଡ଼ିଶା ସହିତ ପ୍ରଥମରୁ ମିଶିଲେ ମଧ୍ୟ ଉଚ୍ଚ ସ୍ତରିୟ ଚକ୍ରାନ୍ତ ଯୋଗୁଁ ଓଡ଼ିଶାରୁ ଯାଇ ବିହାର ସହିତ ମିଶିଲା । ବର୍ତମାନ ୬ ଟି ଜିଲ୍ଲା ବଦଳରେ ୧୩ ଜିଲ୍ଲା ହେଲା ଓ କ୍ଷେତ୍ରଫଳ ୩୦ ହଜାର ବର୍ଗ ମାଇଲରୁ ୬୦ ହଜାର ହେଲା ଓ ଲୋକ ସଂଖ୍ୟା ହେଲା ୧ କୋଟି ୨୦ ଲକ୍ଷ । ମହତାବଙ୍କ ସ୍ୱପ୍ନ ସାକାର ହେଲା । ଡ଼କ୍ଟର ମହତାବ ୧୯୪୬ ରୁ ୧୯୫୦ ଓ ପରେ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ମ୍ମରେ ସେ ପାର୍ଲାମେଂଟର ସଭ୍ୟ, କଂଗ୍ରେସ ପାର୍ଲାମେଂଟାରି ବୋର୍ଡର ସମ୍ପାଦକ. ଦଳର ଜାତିୟ ଉପସଭାପତି, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ବୃହତର ବମ୍ବେର ରାଜ୍ୟପାଳ ହୋଇଥିଲେ । ୧୯୬୧ ମସିହାରେ ତାଙ୍କର ଏକଦା ଶିଷ୍ୟ ଥିବା ବିଜୁ ପଟ୍ଟନାୟକ ତାଙ୍କୁ କ୍ଷମତା ଚୁ୍ୟତ କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଡ଼କ୍ଟର ମହତାବ, ବିଜୁପଟ୍ଟନାୟକ ଓ ତାଙ୍କର ସାଥୀ ବିରେନ୍ ମିତ୍ର ନିଳମଣି ରାଉତରାୟ ୍ରଙ୍କୁ ରାଜନିତିକୁ ଆଣିଥିଲେ ଓ ସେମାନଙ୍କୁ ମହତାବଙ୍କର ୩ ସିପାହି କୁହାଯାଉଥିଲା । ମହତାବ କଂଗ୍ରେସ ପରିତ୍ୟାଗ କରି ଜନ କଂଗ୍ରେସ ନାମରେ ଏକ ଆଂଚଳିକ ଦଳ ଗଠନ କେଲେ ଓ ୧୯୬୭ ନିର୍ବାଚନରେ କଂଗ୍ରେସ ଦଳକୁ କ୍ଷମତା ଚୁ୍ୟତ କରି ପୂର୍ବ ଅପମାନ ର ପ୍ରତିଶୋଧ ନେଲେ ।
ବର୍ତମାନ ସିଂହର ବିଶ୍ରାମ ସମୟ ଉପସ୍ଥିତ । ପୁରୁଣା ଭୁବନେଶ୍ୱରର ଏକାମ୍ର କାନନରେ ଥିବା ତାଙ୍କର ବାସଗୃହ ହୋଇଗଲା ସବୁ ଓ ଡ଼ିଆ ଙ୍କପାଇଁ ଏକ ତିର୍ଥ ସ୍ଥଳ । ତାଙ୍କର ଆର୍ଶିବାଦ ଓ ପରାମର୍ଶ ପାଇଁ ସମସ୍ତେ ଧାଇଁଲେ । ତାଙ୍କର ଅନ୍ୟଏକ ପ୍ରିୟ ଶିଷ୍ୟ ଜାନକି ବଲ୍ଲବ ପଟ୍ଟନାୟକ ଦିର୍ଘ ୧୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିଥିଲେ । ରାଜନିତୀରେ ତାଙ୍କର ଧୁରଂଧର ଗୋଟି ଚାଳନା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଯାହାକି ମହତାବ ପଲିସି ରୁପରେ ପ୍ରଚାରିତ ହେଉଥିଲା । ଏବେ ବି ଲୋକେ ମନେ ପକାନ୍ତି । ମଳିନ ଅପରାହ୍ନରେ ଜାତିୟ ରାଜପଥ ୫ ଦେଇ ନାଲି କାର ଟିଏ ବମ୍ବେ ରେଜିଷ୍ଟ୍ରେସନ ଧାରଣ କରି ଭୁବନେଶ୍ୱର ରୁ କଟକ ଅଭିମୁଖେ ଛୁଟି ଚାଲିଥିବ ଓ ବାଟୋଇ ମାନେ କହୁଥିବେ ଡ଼କ୍ଟର ମହତାବ ଯାଉଛନ୍ତି । କଟକର ନିମଚଉଡି ଠାରେ ଥିବା ପ୍ରଜାତନ୍ତ୍ର ଭବନ ତାଙ୍କର ଶେଷ କର୍ମସ୍ଥଳି ହୋଇଥିଲା । ସେଠାରେ ସମ୍ପାଦକର ସିଂହାସନରେ ରାଜକିୟ ଠାଣିରେ ବସି ସେ ସମ୍ପାଦକିୟ ଓ ଗାଁ ମଜଲିସ ଲେଖୁଥିଲେ । ଅନେକ ଲୋକ ସାକ୍ଷାତ ପାଇଁ ଆସୁଥିଲେ । ସେ ଥିଲେ ଓଡ଼ିଶାର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠାତା ଓ ସାପ୍ତାହିକ ଇଂରାଜୀ ଇଷ୍ଟର୍ଣ୍ଣ ଟାଇମ୍ସର ସମ୍ପାଦକ । ତାଙ୍କର ଜିବନୀ ଆରବସାଗରରୁ ଚିଲିକା ଓ ଓଡ଼ିଶାର ଇତିହାସ ପୁସ୍ତକ ପାଇଁ ସେ ଅମର ହୋଇ ରହିଛନ୍ତି । ତାଙ୍କ ନାମରେ ତିଆରି ହୋଇଥିଲା ରାଜ୍ୟର ପ୍ରଥମ କଂକି୍ରଟ୍ ରୋଡ, ମହତାବ ରୋଡ । ଦୋଳମୁଣ୍ଡେଇ ଛକରୁ ଛତ୍ରବଜାର ଦେଇ ମାଲଗୋଦାମ ପର୍ଯ୍ୟନ୍ତ ଯାଇଥିଲା । ସେ ଥିଲେ ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି ଓ ତାଙ୍କ ନାମରେ ସ୍ଥାପିତ ହୋଇଛି ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରି । ଏଭଳି ମହାପୁରୁଷଙ୍କୁ ଭାରତ ରତ୍ନ ଉପାଧି ନଦେଇ ଜାତି ଯେ ଅବହେଳା କରିଛି ଏଥିରେ ସନେ୍ଦହ ନାହିଁ । ଶେଷକୁ ଆସିଗଲା ଚିର ବିଦାୟର ବେଳ । ୨ ଜାନୁୟାରୀ ୧୯୮୭ ମସିହାରେ ଓଡ଼ିଶା ରାଜନିତୀର ଭିଷ୍ମ ପିତାମହ ଅମୃତ ଧାମକୁ ଯାତ୍ରା କଲେ । ସେ ଛାଡିଥିବା ଶୁନ୍ୟ ସ୍ଥାନ ଚିର ଦିନ ପାଇଁ ଅପୁରଣିୟ ହୋଇ ରହିଗଲା ।

Leave a Reply

Your email address will not be published.