କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଭୁମିପୁତ୍ର ସମ୍ମାନ
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବିଚାର ମନ୍ଥନ ଦିବସ
ଭୁବନେଶ୍ୱର, (ଆଇଏନ୍ଏସ୍): ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଇନଫୋସିସ୍ ନିକଟ ମିଟସ୍ କଲେଜ ପରିସରରେ ଏକ ଦିବସୀୟ ମାନସ ମନ୍ଥନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଏସ୍ଏନ୍ସିସି ବିଭାଗର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତା ଓ ଭୋ÷ତିକ ଚିନ୍ତା ଉପରେ କହିଥିଲେ । ଜଣେ ମଣିଷର ଜୀବନ ଯାପନ ପକ୍ରିୟା କେବଳ ଆଧ୍ୟାତ୍ମିକ ଚେତନା ଦ୍ୱାରା ପରିବର୍ତନ ହୁଏନାହିଁ । ତାହାର ଚାଲିଚଳନି କାର୍ଯ୍ୟକରିବାର ଶୈଳିୀ ପରିବର୍ତନର ବାଟ ଦେଖାଇଥାଏ । ଆଗ ମାଟିକୁ ମଜଭୁତ କଲେ ତା’ପରେ ଯାଇ ଶୀର୍ଷକୁ ଛୁଇଁହେବ । ଚିନ୍ତା ଚେତନାର ପରିବର୍ତନ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଗାୟତ୍ରୀ ପରିବାର କାର୍ଯ୍ୟକରି ଆସୁଛି । ସେଥିପାଇଁ ସେ ଧନ୍ୟବାଦ ର ପାତ୍ର । ଏହି ବିଚାର ମନ୍ଥନ ଦିବସରେ ସମସ୍ତ ମଣିଷଜାତି ନିଜର ବିଚାରଧାରାକୁ ସମାଜର ହିତ ପାଇଁ ବ୍ୟବହାର କରନ୍ତୁ । ଓଡିଶା ଜୋନର ମୁଖ୍ୟ ସଂଯୋଜକ ବାଳକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାନ୍ତିକୁଞ୍ଜ ହରିଦ୍ୱାର ଦକ୍ଷିଣପୁର୍ବ ଜୋନର କେନ୍ଦ୍ରୀୟ ପ୍ରଭାରୀ ଅରୁଣ ଖଣ୍ଡାଗ୍ଲେ ଯୋଗଦେଇ ମାନବିକ ଜୀବନ ଧାରାର ଶୈଳୀ ଉପରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ମନ୍ତ୍ରୀଙ୍କୁ ଭୁମିପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗାୟତ୍ରୀ ପରିବାର ଓଡିଶ ଶାଖା ପକ୍ଷରୁ ୩୦ଜଣ ଡେରାଡୁନ ଯାଇ ମହୁମାଛି ପାଳନର ତାଲିମ ଶିକ୍ଷା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅରୁଣ ପ୍ରସନ୍ନ ନାୟକ, ଦୁର୍ଗାପ୍ରସାଦ ସାହୁ, ମହେଶ୍ୱର ମହନ୍ତଙ୍କୁ ମହୁମାଛି ପାଳନ ବାକ୍ସ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ଗାୟତ୍ରୀ ପରିବାର ନିଶାନିବାରଣ ର ମୁଖ୍ୟ ବିଚିତ୍ରାନନ୍ଦ ସାହୁ ନେଇଥିଲେ । ଓଡିଶାର କୋଣ ଅନୁକୋଣରୁ ଗାୟତ୍ରୀ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ । ଶେଷରେ ପାଣ୍ଡବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।