ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ କ୍ଷେତ୍ର ପରିକ୍ରମା ଉତ୍ସବ
ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠରେ ଶ୍ରୀକ୍ଷେତ୍ର ଜଗନ୍ନାଥ ସଂସ୍କୃତି ରୀତି ନୀତି ଅନୁଯାୟୀ ମାର୍ଗଶିର ମାସ କୃଷ୍ଣ ପଂଚମି ତିଥିରେ କ୍ଷେତ୍ର ପରିକ୍ରମା ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଯୋଗଦେଇ ପରିକ୍ରମାରେ ଭାଗ ନେଇଥିଲେ । ପ୍ରଥମେ ଶ୍ରୀ ଗୁରୁଙ୍କ ଆସନ ମନ୍ଦିରରେ ଶହ ଶହ ଭକ୍ତ ଏକତ୍ରିତ ହେବା ପରେ ସେଠାରେ ପୂଜାର୍ଚ୍ଚନା ଶେଷ ପରେ ସମାଧି ମନ୍ଦିର, ରାଧାରାଣୀ ମନ୍ଦିର, ମହାମାନବ ମନ୍ଦିର, ହନୁମାନ ଜୀଉ, ଶ୍ରୀକୃଷ୍ଣ ନାଟ ମନ୍ଦିର, ରାଧାକୃଷ୍ଣ ଯୁଗଳ ପାଦପଦ୍ମ ମନ୍ଦିର ଇତ୍ୟାଦି ପରିକ୍ରମା କଲା ପରେ ମହାମନ୍ତ୍ର ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ, ଶଙ୍ଖଧ୍ୱନୀ, ହୁଳହୁଳି, ହରିବୋଲ ଦେଇ ଭକ୍ତମାନେ ଗୋପୀଦାସ ମଠ, ଅନନ୍ତ ବଟ, ମାଧବାନ୍ଦ, ମା ଚର୍ଚ୍ଚିକା, ଈଶାନେଶ୍ୱର, ବୀରସିଂହ ଗାଦି ପ୍ରମୁଖ ଦେବ ସ୍ଥାନ ଭକ୍ତମାନେ ଦର୍ଶନ କରିଥିଲେ । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ନିଦେ୍ର୍ଦଶରେ ଏହି ସ୍ୱତନ୍ତ୍ର ଗୁରୁଧର୍ମ ପରିସରରେ କ୍ଷେତ୍ର ପରିକ୍ରମା ଉସôବ ଆରମ୍ଭ ହୋଇଥିଲା । ଯାହାକି ପ୍ରତିବର୍ଷ ଏହି ତିଥିରେ ପାଳନ କରାଯାଇଥାଏ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାବାଜୀ ନିତ୍ୟାନନ୍ଦ ଦାସ, ବାବାଜୀ ଅକ୍ଷୟ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ସେବିକା ସବିତା ଦାସ, ଡା.ରନôାକର ମହାନ୍ତି, ଈଶ୍ୱର ଚନ୍ଦ୍ର ବାରିକ, ମହେଶ୍ୱର ସାହୁ, ନିଳମଣି ସାହୁ, ରବୀନ୍ଦ୍ର ଦାଶ, ରମୟ ରାଉତ ପ୍ରମୁଖ ଯୋଗଦେଇଥିଲେ ।