ବଙ୍ଗୀୟ ଅନୁପ୍ରବେଶ ସମସ୍ୟା ଉକ୍ରଟ ହେଉଛି!
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ମହାକାଳପଡ଼ା ଓ ରାଜନଗର ଅଂଚଳରେ ବଙ୍ଗୀୟ ଅନୁପ୍ରବେଶ ସମସ୍ୟା କ୍ରମେ ଉକ୍ରଟ ହେବାରେ ଲାଗିଛି । ଅନୁପ୍ରବେଶକାରୀ ମାନେ ବହୁ ସମ୍ବେଦନଶୀଳ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି । ସେମାନ ଭୋଟ୍ ପରିଚୟ ପତ୍ର, ଭୂମିହୀନ ପଟ୍ଟା, ଇନ୍ଦିରା ଆବାସ, ବିଧବା ଓ ବାର୍ଦ୍ଧକ୍ୟ ଭତା, ବିପିଏଲ ସୁବିଧା ଆଦି ପାଉଛନ୍ତି । ସେମାନଙ୍କୁ ରାଜନୈତିକ ଓ ପ୍ରଶାସନିକ ସହଯୋଗ ମିଳି ଆସୁଛି । ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଅନେକ ଅନୁପ୍ରବେଶକାରୀ ବଙ୍ଗୀୟଙ୍କୁ ଶାସକ ଦଳ ପକ୍ଷରୁ ଭୂମିହୀନ ପଟ୍ଟା ବଂଟନ କରା ଯାଇଥିବା ବେଳେ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ୍ କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଆଇଏନ୍ଏସ୍ ।