ପର୍ଯ୍ୟଟନ ଶିଳ୍ପର ପ୍ରଚୁର ସୁଯୋଗକୁ ଉପଯୋଗ କରାଯାଉ
ରାଜନଗର, (ଆଇଏନ୍ଏସ୍): ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଅବହେଳିତ ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟ କୋଠାଘର ହୁକିଟେଲା ଓ ବରୁଣେଇ ହେନ୍ତାଳ ବଣ ଆଦିର ସୁରକ୍ଷା ଓ ବିକାଶ ଆଶା ସ୍ୱପ୍ନ ହୋଇ ରହିଛି । ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଜିଲ୍ଲାରେ । ତେବେ ପର୍ଯ୍ୟଟନ ଶିଳ୍ପର ପ୍ରଚୁର ସୁଯୋଗକୁ ଉପଯୋଗର ଆବଶ୍ୟକତା ଥିବାବେଳେ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି । ଆଇଏନ୍ଏସ୍ ।