ସୋରରେ କାର୍ଯ୍ୟକାରୀ ହେଉନାହିଁଁ ହାଇକୋର୍ଟଙ୍କ ନିର୍ଦେଶ
ବାଲେଶ୍ୱର, (ଆଇଏନ୍ଏସ୍) : ସୋର ଏଭଳି ଏକ ସ୍ଥାନ, ଯେଉଁଠି ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୁଏ ନାହିଁ । ବିନା ପାର୍କିଂପ୍ଲେସରେ କୋ÷ଣସି ବ୍ୟବସାୟୀ ସଂସ୍ଥା ଚାଲିପାରିବ ନାହିଁ । ଯଦି କୌଣସି ବ୍ୟବସାୟ ସଂସ୍ଥା ବିନା ପାର୍କିଂପ୍ଲେସରେ ଚାଲୁଥାଏ ତାହାକୁ ବନ୍ଦ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶକୁ ଆଧାରକରି ବିଭିନ୍ନ ସହରରେ ଧରପଗଡ଼ ଆରମ୍ଭ ହୋଇଥିଲେ ମଧ୍ୟ ସୋରରେ ଏଥିପ୍ରତି ପ୍ରଶାସନର ନିଘା ନାହିଁ ।
ସୋରର ପ୍ରବେଶ ପଥ ତଥା ବ୍ୟସ୍ତ ବହୁଳ ଉତରେଶ୍ୱର ଠାରେ ରହିଛି ‘ସିଟି ଲାଇଫ’ ଓ ଷ୍ଟେସନ ଛକ ରହିଛି ‘ପି ଲଞ୍ଜ’ ନାମକ ସପିଂମଲ । ଏହି ଦୁଇଟି ସପିଂମଲ ବିନା ପାର୍କିଂ ପ୍ଲେସ୍ରେ ଚାଲିଛି । ପାର୍କିଂ ପ୍ଲେସ ନଥିବାରୁ ବିଭିନ୍ନ ସମୟରେ ଏହିସବୁ ସପିଂମଲକୁ ଆସୁଥିବା ଗ୍ରାହକମାନେ ସେମାନଙ୍କର ଯାନବାହନକୁ ରାସ୍ତା ଉପରେ ରଖି ଜିନିଷ କିଣାକିଣି କରିବାକୁ ଯାଉଥିବାରୁ ରାସ୍ତା ଜାମ ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି ।
ଏସମ୍ପର୍କରେ ପୋଲିସକୁ ଜଣାଇଲେ, ତାହା ପୌରପାଳିକାର କାର୍ଯ୍ୟବୋଲି କହି ପୋଲିସ ନିଜ ଦାୟୀତ୍ୱରୁ ଓହରି ଯାଇଛି । ଅପରପକ୍ଷରେ ପୌରପାଳିକାର ଏହି ସମସ୍ୟା ପ୍ରତି ଆଖିବୁଜି ଦେଇଛି । କେବଳ ଜନସାଧାରଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିନା ପାର୍କିଂପ୍ଲେସରେ ମଲ୍ ଚାଲିପାରିବ ନାହିଁ ଏବଂ ଯଦି ଚାଲୁଥାଏ ତାହାକୁ ତୁରନ୍ତ ବନ୍ଦ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ନିର୍ଦେଶ ଥିବା ବେଳେ ସୋରରେ ବିନା ପାର୍କିଂପ୍ଲେସରେ ‘ସିଟି ଲାଇଫ’ ଓ ‘ପି ଲଞ୍ଜ’ ସମେତ ଅନେକ ବ୍ୟବସାୟ ସଂସ୍ଥା ଚାଲିଥିଲେ ମଧ୍ୟ ସେହିସବୁ ବ୍ୟବସାୟ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସୋର ପୋ÷ରପାଳିକା ଓ ସୋର ପୋଲିସ ହାଇକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହିଁ, ଯାହା ହାଇକୋର୍ଟଙ୍କ ନିର୍ଦେଶର ଅବମାନନା । ଜନତା, ସୋର ପୌରପାଳିକା ଓ ସୋର ପୋଲିସ ହାଇକୋର୍ଟଙ୍କ ନିର୍ଦେଶ ପାଳନ କରୁନଥିବାରୁ ଜନତା କୋର୍ଟଅବମାନନା କେସ୍ ରୁଜୁ କରିବା ସମ୍ଭବ ହେଉନଥିବାରୁ, ସୋର ପୌରପାଳିକା ଓ ସୋର ପୋଲିସର କୋର୍ଟ ଅବମାନନା ପାଇଁ ମାନ୍ୟବର ହାଇକୋର୍ଟ ନିଜଆଡ଼ୁ, ସୋର ପୌରପାଳିକା ଓ ସୋର ପୋଲିସ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କଲେ ଜନସାଧାରଣ ଉପକୃତ ହୁଅନ୍ତେ ।