ସାଂପ୍ରଦାୟିକ ବିବାଦ ସମାଧାନ ପାଇଁ ଉଦ୍ୟମ ହେଉ

ସାରା ପୃଥିବୀରେ ପୁଣ୍ୟ ନଗରୀ କହିଲେ ଲୋକେ ଜେରୁଜେଲମ କୁ କହିଥାନ୍ତି । ବିଶ୍ୱର ଏହା ଅନ୍ୟତମ ପ୍ରାଚୀନତମ ନଗରୀ । ଏହାକୁ ଘେରି ରହିଛି ବାଇବେଲ ବର୍ଣ୍ଣିତ ବିସ୍ତିର୍ଣ୍ଣ ଅଂଚଳ, ଯେଉଁଠି ହଜାର ହଜାର ବର୍ଷ ତଳର ସଭ୍ୟତାର ଚିହ୍ନ ମାନ ଏବେ ବି ଦେଖାଯାଏ । ପୃଥିବୀର ତିନୋଟି ପ୍ରସିଦ୍ଧ ଧର୍ମ ଯଥା:-ଜୁଡାଇଜିମ, ଇସଲାମ୍ ଓ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ଏହି ସହର ଅତ୍ୟନ୍ତ ପବିତ୍ର ଅଟେ ।
ଇହୁଦି ମାନେ ଏହାର ପ୍ରାଚିନତମ ଅଧିବାସୀ । ଓଲ୍ଡଟେଷ୍ଟାମେଂଟ ଅନୁଯାୟି ଇହୁଦି ମାନଙ୍କର ଆଦି ପୂରୁଷ ଆବ୍ରାହମ ଯାହାଙ୍କୁକି ମୁସଲମାନ ଓ ଖ୍ରୀଷ୍ଟିୟାନ ମାନେ ମଧ୍ୟ ନିଜର ଆଦି ପୂରୁଷ ରୂପେ ସମ୍ମାନ ଦିଅନ୍ତି, ଇଶ୍ୱରଙ୍କ ଠାରୁ ଏହି ଅଂଚଳ (ଜୁଡାଇ) ପାଇଥିଲେ । ଇହୁଦି ମାନଙ୍କର ପରାକ୍ରମଶାଳି ରାଜା ଡାଭିଡ ୧୨ ଟି ଇସ୍ରାଏଲ ସଂପ୍ରଦାୟକୁ ଏକାଠି କରି ଜେରୁ ଜଲମ ସହରର ପ୍ରତିଷ୍ଠା କରିଥିଲେ । ତାଙ୍କର ପୂତ୍ର ସୋଲେମନ ଜେରୁଜେଲମ ସହରରେ ଇହୁଦି ମାନଙ୍କ ପାଇଁ ପ୍ରଥମ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହା ଖ୍ରୀ.ପୂ ୮୦୦ ଶତାଦ୍ଦିର କଥା । ଇତିହାସରେ ସଲୋମନ ଦି ୱାଇଜ ନାମରେ ପରିଚିତ । ପରବର୍ତି କାଳରେ ବେବିଲୋନ ଈଇଈଣଖଙଘଋର ସମ୍ରାଟ ନେଦୁରୁ ଚାଦେଜ ୬୪୩ ଖ୍ରୀ.ପୂରେ ଏହି ସହରକୁ ଆକ୍ରମଣ କରି ସହର ଓ ମନ୍ଦିର ଧ୍ୱଂସ କରିଦେଇଥିଲେ ଓ ଅଧିବାସୀ ମାନଙ୍କୁ କ୍ରୀତଦାସ କରି ବିକ୍ରୀ କରିଦେଇଥିଲେ । ପାରସ୍ୟ ସମ୍ରାଟ ଦାରିୟସ ଏହାକୁ ଅଧିକାରକରି ଭଗ୍ନ ମନ୍ଦିରକୁ ନିର୍ମାଣ କରିଥିଲେ ଓ ଇହୁଦି ମାନଙ୍କୁ ରହିବା ପାଇଁ ଡକାଇ ଆଣିଥିଲେ । ଖୀ୍ର.ପୂ ୬୩ ମସିହାରେ ରୋମ ସମ୍ରାଟ ଏହି ସହରକୁ ପୁଣି ଧ୍ୱଂସ କରିଦେଇଥିଲେ ଓ ଏହା ରୋମ ସମ୍ରାଟଙ୍କ ଦ୍ୱାରା ଶାସିତ ହେବାକୁ ଲାଗିଲା ।
ଜେରୁଜେଲେମ ସହରରେ ମାଉଂଟ ଅଲିଭ ହେଉଛି ସବୁଠାରୁ ପବିତ୍ରତମ ସ୍ଥାନ । ୩୭ ଏକର ପରିମିତ ପାହାଡ ଉପରେ ଏହି ଚଟ୍ଟାଣଟିରେ ତିନୋଟି ଧର୍ମର ଅନେକ ପବିତ୍ର ସ୍ମୃତି ରହିଛି । ଇହୁଦି ମାନେ ବିଶ୍ୱାସ କରନ୍ତି ଏଠାରେ ଥିବା ପବିତ୍ର ମାଟିକୁ ଇଶ୍ୱର ନିର୍ମାଢ଼ କରିଥିଲେ ଓ ସେଥିପାଇଁ ଇହୁଦି ମାନେ ଏହା ଏପରେ ଚାଲନ୍ତି ନାହିଁ । ଏହି ମାଉଂଟ ଅଲିଭର ପଶ୍ଚିମପଟ ପ୍ରାଚୀର ବା ୱେଷ୍ଟର୍ଣ୍ଣ ୱାଲ ଡଋଝଞଋଜଘ ଡଇଖଖଇହୁଦି ମାନଙ୍କ ପାଇଁ ଅତି ପବିତ୍ର । ଏହାକୁ ସେମାନେ ୱେଲିଂ ୱାଲଡଇଓଖଓଘଏଡଇଖଖ ବୋଲି କୁହନ୍ତି ଓ ବର୍ଷକର ଏକ ନିର୍ଦ୍ଧିଷ୍ଟ ଦିନ ଏହା ନିକଟରେ ରୁଣ୍ଡ ହୋଇ ପା୍ରଚିରକୁ ସ୍ପର୍ଶ କରି କାନ୍ଦିଥାନ୍ତି, ଅତିତର କଷ୍ଟକୁ ମନେପକାଇ ।
ମୁସଲମାନଙ୍କ ପାଇଁ ମାଉଂଟ ଅଲିଭରେ ସେମାନଙ୍କ ଧର୍ମର ତୃତୀୟ ପବିତ୍ର ମସ୍ଜିଦ ଆଲଆକ୍ସାଇଖ- ଅବସ୍ଥିତ । ସେମାନେ ବିଶ୍ୱାସ କରନ୍ତି ମହମ୍ମଦ ମକ୍କାରୁ ଏକ ଦେବଦୁତ ଦ୍ୱାରା ରାତ୍ରକାଳରେ ଏଠାକୁ ଅସିଥିଲେ ଓ ଏଠାରୁ ସ୍ୱର୍ଗକୁ ଯାଇ ଇଶ୍ୱର ବା ଆହ୍ଲା ଓ ଅନ୍ୟ ପୂର୍ବ ମହାପୁରୂଷ ମାନଙ୍କୁ ସାକ୍ଷାତ କରିଥିଲେ । ପ୍ରଥମେ ମୁସଲମାନ ମାନେ ଜେରୁଜେଲମ ଦିଗକୁ ମୁଖକରି ନମାଜ ପାଠ କରୁଥିଲେ । ମହମ୍ମଦ ମକ୍କା ଅଧିକାର କଲା ପରେ ସେମାନେ ମକ୍କା ଦିଗକୁ ମୁହଁ ଫେରାଇଲେ ।
ଖୀ୍ରଷ୍ଟିୟାନ ମାନଙ୍କ ପାଇଁ ଜେରୁଜେଲମ ସହର ଆହୁରି ପବିତ୍ରତମ । ଖୀ୍ରଷ୍ଟ ଧର୍ମ ର ପ୍ରଚାରକ ଯିଶୁ ଖ୍ରୀଷ୍ଟ ଜେରୁଜେଲମର ଅଦୁରରେ ବେଥେଲ୍ହମ ଗ୍ରାମରେ ଜନ୍ମ ନେଇଥିଲେ । ଶତୃ ମାନଙ୍କ ଠାରୁ ଆଶଂକା କରି ତାଙ୍କ ମାଁ ମେରୀ ଓ ବାପା ଜୋସେଫ ତାଙ୍କୁ ନାଜରାଥ୍ ନାମକ ସ୍ଥାନକୁ ଲୁଚାଇଥିଲେ । ଦିବ୍ୟ ଜ୍ଞାନ ଲାଭକରି ଯିଶୁ ଜେରୁଜେଲମର ମନ୍ଦିରକୁ ଆସି ପୂଜକ ମାନଙ୍କୁ ତାଂକ ଯୁକ୍ତିରେ ପରାସ୍ତ କରିଥିଲେ । ପ୍ରଧାନ ୧୨ଜଣ ଶିଷ୍ୟ ପରିବେଷ୍ଟିତ ହୋଇ ସେ ଶେଷ ରାତ୍ରି ଭୋଜନ ବା ଲାଷ୍ଟ ସପର କରିଥିଲେ । ପରେ ପରେ ଶତୁ୍ରମାନେ ତାଙ୍କୁ ବନ୍ଦି କରିଥିଲେ ଓ ବିଚାର ଦ୍ୱାରା ତାଙ୍କୁ କୃଶବିଦ୍ଧ କରି ମାରିଦିଆ ଯାଇଥିଲା । ବଦ୍ଧ ଭୁମିକୁ ଗଲାବେଳେ ନିଜର କୃଶ ଖଣ୍ଡକୁ ସେ ନିଜେ ବୋହି ବୋହି ନେଇଥିଲେ ଓ ତାଙ୍କୁ ଦୁଇଜଣ ଡକାୟତଙ୍କ ସହିତ କୃଶବିଦ୍ଧ କରାଯାଇଥିଲା । ସେହି ସ୍ଥାନରେ ଚର୍ଚ୍ଚ ଅଫ୍ ସ୍ପେକୁଲେଚେଉ ପ୍ରତିଷ୍ଠା କରାହୋଇଛି ।
ଜେରୁଜେଲମ ଠାରୁ କିଛି ଦୂରରେ ଯିଶୁ କବରରୁ ଉଠି ଶିଷ୍ୟ ମାନଙ୍କୁ ସାକ୍ଷାତ ଦେଇଥିଲେ । ଏ ସ୍ଥାନଟି ଗାଲିଲି ହ୍ରଦ କୁଳରେ ଅବସ୍ଥିତ । ଯିଶୁଙ୍କର ଜନ୍ମ ସ୍ଥାନ ବେଥେଲହମ ଠାରେ ଚର୍ଚ୍ଚ ଅଫ୍ ନେଟିଭିଟି ପ୍ରତିଷ୍ଠା ହୋଇଛି ।
ତିନି ସଂପ୍ରଦାୟର ପବିତ୍ର ସ୍ଥଳକୁ ଅଧିକାର ପାଇଁ ଇତିହାସରେ ଅନେକ ଯୁଦ୍ଧ ଓ ରକ୍ତପାତ ହୋଇଯାଇଛି । ତ୍ରୟୋଦଶ ଶତାଦ୍ଦିରେ ଅଟୋମାନ ତୁର୍କମାନେ ଜେରୁ ଜେଲମକୁ ଅଧିକାର କରିନେଲେ ।ଏହାକୁ ମୁକ୍ତ କରିବା ପାଇଁ ୟୁରୋପର ହଜାର ହଜାର ନାଇଟ, ବ୍ୟାରନ, ଡ୍ୱୁକ, ଅର୍ଲ ଓ ସାଧାରଣ ସୈନିକମାନେ ଶତାଧିକ ବର୍ଷ ଧରି କୃସେଡଉଜଟଝଋଊ ଡଇଜ ବା ଧର୍ମ ଯୁଦ୍ଧ ଚାଳାଇଥିଲେ । ପ୍ରଥମ ମହାଯୁଦ୍ଧ ପରେ ଇଂରେଜ ମାନେ ଏହାକୁ ଅଧିକାର କଲେ । ୧୯୪୮ ମସିହାରେ ଏହାକୁ ପରିତ୍ୟାଗ କଲାବେଳେ ପାଲେଷ୍ଟା୍ଇନକୁ ଦୁଇ ଭାଗରେ ବିଭକ୍ତ କଲେ । ବାସହରା ଇହୁଦି ମାନଙ୍କ ପାଇଁ ଇସ୍ରାଏଲ ରାଷ୍ଟ୍ର ଗଠନ ହେଲା । ଜେରୁ ଜେଲମକୁ ଦୁଇ ଭାଗକରି ଗୋଟିଏ ଅଂଶ ଇହୁଦି ଓ ଅନ୍ୟଟି ଜୋର୍ଡାନ ଅଧିନରେ ରହିଲା ।୧୯୬୭ ମସିହା ୬ ଦିନିଆ ଯୁଦ୍ଧରେ ଇସ୍ରାଏଲ ସଂପୂର୍ଣ୍ଣ ଜେରୁଜେଲମକୁ ଅଧିକାର କର,ତାହା ନିଜର ରାଜଧାନୀ ବୋଲି ଘୋଷଣା କଲା ।
ଇସ୍ରାଏଲ ର ଅଧିନରେ ରହିଲେ ମଧ୍ୟ ଏହି ପବିତ୍ର ଭୂମି ସବୁ ସଂପ୍ରଦାୟଙ୍କ ପ୍ରତି ଉନ୍ମୁକ୍ତ ରହିଛି । ସମସ୍ତେ ନିଜେ ନିଜର ସ୍ଥାନରେ ଉପାସନା କରୁଛନ୍ତି ମାଉଂଟ ଅଲିଭକୁ ଯିବା ୧୧ଟି ଦ୍ୱାର ମଧ୍ୟରୁ ୧୦ଟି ମୁସଲମାନ ମାନଙ୍କ ପାଇଁ ସଂରକ୍ଷିତ ରହିଛି ।
ଜରୁଜେଲମରେ ଅବତାରଣା କଲାବେଳେ ଭାରତରେ ଲାଗିଥିବା ସାଂପ୍ରଦାୟିକ ବିବାଦ କଥା ମନକୁ ଆସେ । ଅତିତର ତିକ୍ତତାକୁ ଆମେ ନଭୁଲି ପରସ୍ପର ସାଂପ୍ରଦାୟିକ ବିବାଦରେ ଲିପ୍ତ ରହିଛୁ । ରାମ ଜନ୍ମ ଭୁମି ଓ ବାବରି ମସଜିଦ ବିବାଦ ସମାଧାନ କରିବାରେ ବିଫଳ ହୋଇଛୁ । ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ଶତୁ୍ରତା ଲାଗି ରହିଛି । ଯେଉଁ ଜର୍ମାନ ଇଂଲଣ୍ଡକୁ ବୋମା ମାଡକରି ଧ୍ୱଂସ କରିଥିଲା ତାହା ଆଜି ଇଂଲଣ୍ଡର ପରମ ମିତ୍ର । ଜାପାନ ଉପରେ ପରମାଣୁ ବୋମା ପକାଇଥିବା ଅମେରିକା ଅଜି ଜାପାନର ଏକ ନଂବର ବଂଧୁ । ସମସ୍ତେ ଅତିତକୁ ଭୁଲି ବର୍ତମାନକୁ ଆପଣାଇ ବଇଂଧୁ ଭାବରେ ଚଳୁଛନ୍ତି। ଭାରତ ଓ ପାକିସ୍ତାନ ପକ୍ଷରେ ଏହା କାହିଁକି ସଂଭବ ହେଉନାହିଁ ଏହି ପ୍ରଶ୍ନ ମନକୁ ବ୍ୟଥିତ କରୁଛି । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Photo from www.israel21c.org

Leave a Reply

Your email address will not be published.