ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ!
ସୁନା ଅଳସି ର ଗାଲିଚା ବିଛାଇ ଏହି କୋରାପୁଟ ଭୂଇଁ, ସ୍ୱାଗତଂ ବଂଧୁ ଡାକୁଛି ତୁମକୁ ଥରେ ବୁଲିଯିବା ପାଇଁ
କଥାରେ ଅଛି ଗାଁ କନିଆ ସିଙ୍ଗାଣ ିନାକି । ଅବସର ସମୟରେ ଭ୍ରମଣ କରିବାକୁ ଆମେ ମାନେ ଦେଶର ବିଭିନ୍ନ ସ୍ଥାନ, ଯାହାକି କି ବିଖ୍ୟାତ ଭ୍ରମଣ ସ୍ଥଳିର ମାନ୍ୟତା ପାଇଛନ୍ତି ସେଠାକୁ ଯାଇଥାଉ । ବୁଲିବାକୁ ଯିବା କହିଲେ ମନରେ ଆମର ତାମିଲନାଡୁ ର ଉଟି, କାଶ୍ମିର ଉପତ୍ୟକାର ପହଲଗାଓଁ. ହିମାଚଳ ପ୍ରଦେଶର ସିମଳା ଓ ଉତରାଖଣ୍ଡର ଦେବ ଭୂମି ରୁପେ ପରିଚିତ, ବଦି୍ରିନାଥ, କେଦାରନାଥ, ଗଂଗୋତ୍ରୀ ଓ ଯମୁନେତ୍ରୀ ଭଳି ସ୍ଥାନ ମନକୁ ଆସିଥାଏ । ବି୍ରଟିଶ ମାନଙ୍କ ସମୟରୁ ଏହି ସ୍ଥାନ ଗୁଡିକ ବହୁଳ ପ୍ରଚାରିତ ହୋଇ ଲୋକମାନଙ୍କୁ ଆକର୍ଷିତ କରି ଆସିଛି । ଐତିହାସିକ ଘଟଣାବଳିର ମୁକ ସାକ୍ଷୀ ରୁପେ ଦଣ୍ଡାୟମାନ ରାଜସ୍ଥାନର ଭଗ୍ନ ଦୁର୍ଗ ଗୁଡିକ ମଧ୍ୟ ଭ୍ରମଣକାରିଙ୍କର ମନକୁ ପସନ୍ଦ ହୋଇଥାଏ । ମାତ୍ର ଆାମ ଓଡ଼ିଶାର ଅନେକ ସ୍ଥାନ, ଯେ ଏହି ସବୁ ବହୁ ଚର୍ଚ୍ଚିତ ସ୍ଥାନ ମାନଙ୍କ ଠାରୁ କୈାଣସି ଗୁଣରେ ନିମ୍ନ ନୁହନ୍ତି ଏହା ଆମ ମନକୁ ଆସିନଥାଏ ।
ଆମ ରାଜ୍ୟର ବଣ ପାହାଡ ନଦୀ, ଝରଣା ଓ ଉପତ୍ୟକା ପରିପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲା ଭମଣକାରି ମାନଙ୍କ ପାଇଁ ସ୍ୱିଜରଲ୍ୟାଣ୍ଡ ର ଅନୁଭୂତି ଦେଇଥାଏ । ଆଗନ୍ତୁକ ମାନଙ୍କ ପାଇଁ ଏହି ଅଂଚଳ ଅନେକ ପ୍ରାକୃତିକ ସମ୍ଭାର ସଜେଇ ରଖିଥାଏ । ମାତ୍ର ଏହା ଲୋକଲୋଚନ ର ଅଗୋଚରରେ ଏପର୍ଯ୍ୟନ୍ତ ରହି ଯାଇଛି । ଅତୁ୍ୟଚ ପୂର୍ବଘାଟ ପର୍ବତମାଳା ର ଉଭୟ ପାଶ୍ୱର୍ରେ ବିସ୍ତୃତ ଏହି ବିଶାଳ ଭୂଖଣ୍ଡ ଅନେକ ଦିନ ପର୍ଯ୍ୟନ୍ତ ଗମନାଗମନ ଅଭାବରୁ ସଭ୍ୟ ଦୁନିଆରୁ ବିଛିନ୍ନ ହୋଇ ପଡିଥିଲା । ଘନ ଜଙ୍ଗଲ, ହିଂସ୍ର ଜନ୍ତୁଦୈାରାତ୍ମ ଓ ମେଲେରିଆର ପ୍ରାବଲ୍ୟ ଯୋଗୁଁ ଏହି ଅଂଚଳକୁ ଇଂରେଜ ମାନେ ଏକ ପାର୍ବତ୍ୟ ଏଜେନ୍ସି ଏରିଆ ରୁପେ ଘୋଷଣା କରିଥିଲେ । ସ୍ୱାଧିନତା ପରେ ବହୁ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରିଆ ମାନେ ଏହି ଅଂଚଳକୁ ଯିବାକୁ ଭୟ କରୁଥିଲେ । କାଳକ୍ରମେ ବ୍ରହ୍ମପୁର ଠାରୁ କେଭ ିଲାଇନ ନାମକ ଏକ ରାଜ୍ୟ ରାଜପଥ ଓ ବିଜୟନଗରମ – ସାଲୁର ଠାରୁ ସୁଙ୍କି ଘାଟି ଦେଇ ଏକ ଜାତିୟ ରାଜପଥ ତିଆାରି ହୋଇ ଏହାକୁ ଓଡ଼ିଶାର ମୁଖ୍ୟ ଭୂଖଣ୍ଡ ସହ ସଂଯୁକ୍ତ କଲା । ପରେ ରାୟଗଡା ଠାରୁ ଏକ ରେଳ ଲାଇନ କୋରାପୁଟ କୁ ତିଆରି ହୋଇ କୋରାପୁଟ ଠାରେ କିରିଣ୍ଡୁଲ-କୋଟଭଳାସା ରେଳ ଲାଇନ ସହ ଯୋଡା ହେଲା । ବର୍ତମାନ ଆଉ ଦୁଇଟି ରେଳପଥ ଜୟପୁର ଠାରୁ ନବରଙ୍ଗପୁର ଓ ମାଲକାନାଗିରୀ କୁ ସଂଯୋଗିକରଣ ପାଇଁ ନିର୍ମାଣ ଆରମ୍ଭ ହୋଇଯାଇଛି ।
କଟକ ର ଶ୍ରୀରାମଚନ୍ଦ ଭଞ୍ଜ ମେଡିକାଲ କଲେଜର ୧୯୭୦ ବ୍ୟାଚ୍ ର କିଛି ବନ୍ଧୁ ଅବସର ପରେ ନିୟମିତ ଦେଶ ବିଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଯାଉଅଛୁ । କିଛି ମାସ ତଳେ ଆମ୍ଭେମାନେ ଭୁଟାନ୍ ଭ୍ରମଣରେ ଯାଇ ଫେରିଆସିଛୁ । ଉଚ୍ଚ ପାହାଡ ଘେରା ଭୁଟାନରେ ବୁଲିଲା ବେଳେ ମୁଁ କୋରାପୁଟ ର ପାହାଡିଆ ଅଂଚଳ ଭୁଟାନ ଠାରୁ ଯେ ଆହୁରି ଆକର୍ଷଣିୟ ଏହା ତାଙ୍କୁ କହିଥିଲି । ସେମାନଙ୍କ ମଧ୍ୟରୁ ମୁ ଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳ ଉମରକୋଟ ସହରରେ ବାସ କରୁଛି ଓ ସେଥିପାଇଁ ସେମାନଙ୍କୁ ଏହି ଅଂଚଳକୁ ଆସି ଏହାର ମନୋରମ ପ୍ରାକୃତିକ ଦୃଶ୍ୟ ଦେଖିଯିବା ପାଇଁ ବାରମ୍ବର ଅନୁରୋଧ କରିଆସୁଥିଲି । କୋରାପୁଟ ର ବିଭିନ୍ନ ପ୍ରାକୃତିକ ଦୃଶ୍ୟ ଯଥା- ମେଘ ଢଙ୍କା ପାହାଡ, କୁହୁଡି ଢଙ୍କା ରାଜପଥ, ଦିଗନ୍ତ ବିସ୍ତାରି ସୁନା ରଙ୍ଗର ଅଳସି ଫୁଲର ଖେତ ମାନ, ଆଦିବାସୀଙ୍କର ଢେମସା ନାଚ, କୋରାପୁରଟର ହାଟ.ଏ ଅଂଚଳରେ ଥିବା ବାଗ୍ରା ଓ ଡୁଡୁମା ଜଳ ପ୍ରପାତ ର ଅପୂର୍ବ ଛବି ତଥା ଏହି ଜିଲ୍ଲା କୁ ଲାଗି ରହିଥିବା ଆର୍କୁ ଭାଲି ର ବିରଳ ଦୃଶ୍ୟ ଓ ଚିତ୍ରକୁଟ ଜଳ ପ୍ରପାତର ମନଲୋଭା ଛବି ସେମାନଙ୍କ ପାଖକୁ ହ୍ୱାଟ୍ସଅପ ମାଧ୍ୟମରେ ବେଳେ ପଠାଉଥାଏ । ହଠାତ୍ ମୋତେ ଆଶ୍ଚର୍ଯ୍ୟ କରି ବନ୍ଧୁ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ଦେବତା ଦିନେ ଫୋନ୍ ରେ ଜଣାଇଦେଲେ ଯେ ସେମାନେ ସମୁଦାୟ ୧୯ ଜଣ କୋରାପୁଟ ଭ୍ରମଣ କରିବାକୁ ସ୍ଥିର କରିଛନ୍ତି ଓ ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ହିରାଖଣ୍ଡ ଏକ୍ସପ୍ରେସରେ ବାହାରି ତା ପରଦିନ କୋରାପୁଟ ରେ ପହଂଚିଯିବେ । ସେମାନଙ୍କ ରହିବା ଓ ବୁଲିବା ଦାୟିତ୍ୱ ନେବାକୁ ମୋତେ ଅନୁରୋଧ କରାଗଲା ।
ପ୍ରଥମେ ଟିକେ ଥକା ମାରିଗଲି । କୋରାପୁଟ ଜାଗାରେ ଭଲ ହୋଟେଲ ଟିଏ ମିଳିବା କଷ୍ଟ । ଯିବା ଆସିବା ପାଇଁ ଭଲ ଟ୍ରାଭେଲ ଏଜେଂଟ ମଧ୍ୟ ଏଠାରେ ନାଁହାନ୍ତି । ସେମାନେ ଏଠାରେ ୪ ଦିନ ରହିବେ । କେଉଁଠି, କେଉଁଠି ଯିବେ ତାହାର ଏକ ଯୋଜନା କଲି । ପ୍ରଥମ ତିନି ଦିନପାଇଁ କୋରାପୁଟର ଶାବର ଶ୍ରୀ କ୍ଷେତ୍ର ଅଧିନରେ ଥିବା ଅତିଥି ଭବନରେ ୧୦ ଟି ଡିଲକ୍ସ ରୁମ ବୁକ କରିଦେଲି ଓ ପ୍ରଥମ ଦିନ କୋରାପୁଟ ଠାରୁ ୬୫ କି.ମି ଦୂରରେ ଥିବା ରାଜ୍ୟର ଉଚ୍ଚତମ ସୃଙ୍ଗ ଦେଓମାଳି କୁ ଯିବାପାଇଁ ସ୍ଥିର କରାଗଲା । ଅପରାହ୍ନରେ କୋରାପୁଟର କାକିରିଗୁମା ଠାରେ ଥିବା ଗଉଡଗୁଡା ଗ୍ରାମରେ ହେଉଥିବା ପଂଚାୟତସ୍ତରୀୟ ପରବ ଉସôବରେ ଅତିଥି ରୁପେ ଯୋଗଦେଇ ସେମାନଙ୍କର ସଂସ୍କୃତିକୁ ପ୍ରତ୍ୟକ୍ଷ ଭାବେ ଦେଖିବା ପାଇଁ ସ୍ଥିର କରାଗଲା । କୋରାପୁଟ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସିମାଚଳ ମହାପାତ୍ର ନିଜେ ସେଠାରେ ରହି ସମସ୍ତ ସୁବିଧା କରିଦେବେ ବୋଲି ଆଶ୍ୱାସନା ଦେଇଦେଲେ । ସେହିଭଳି ଦ୍ୱିତୀୟ ଦିନ ନିକଟସ୍ଥ ଆନ୍ଧ୍ରପ୍ରଦେଶର ଆର୍କୁଭ୍ୟାଲି ଓ ବୋରାକେଭ୍, ତୃତୀୟ ଦିନ ମାଛକୁଣ୍ଡ ଜଳ ପ୍ରପାତ ଓ କୋଲାବ ନଦୀକୂଳରେ ଥିବା ପ୍ରସିଦ୍ଧ ଶୈ÷ବକ୍ଷେତ୍ର ଗୁପ୍ତେଶ୍ୱର ଯିବାପାଇଁ ସ୍ଥିର କରାଗଲା । ଚତୁର୍ଥ ଓ ଶେଷ ଦିନ ଛତିଶଗଡ ପ୍ରଦେଶର ଚିତ୍ରକୁଟ ଓ ତିରଥଗଡ ଜଳ ପ୍ରପାତ ଦେଖି ଶେଷ ରାତ୍ର ଉମରକୋଟ ସହରରେ ରହିବାର ଯୋଜନା କରାଗଲା ।
ଅବିଭକ୍ତ କୋରାପୁଟ ଜିଲ୍ଲା ଦିନେ ଭାରତର ଦ୍ୱିତୀୟ ବୃହତମ ଜିଲ୍ଲା ଥିଲା । ଏହି ଜିଲ୍ଲା ଦେଇ ପୂର୍ବଘାଟ ପର୍ବତ ମାଳା ଲମ୍ବିଯାଇଛି ଓ ତାହାର ଅପର ପାଶ୍ୱର୍ରେ ଦାକ୍ଷିଣାତ୍ୟ ମାଳଭୂମିର କିଛି ଅଂଶ ଜିଲ୍ଲାରେ ରହିଛି । ଏହି ଜିଲ୍ଲା ମ୍ମରେ ପୁରାଣ ବର୍ଣ୍ଣିତ ଦଣ୍ଡକାରଣ୍ୟ ର କିଛି ଅଂଶ ରହିଅଛି ଓ ଜିଲ୍ଲା ଦେଇ ମାଛକୁଣ୍ଡ ବା ସିଲେରୁ, କୋଲାବ ବା ସାବେରି, ଇନ୍ଦ୍ରାବତି ବଂଶଧାରା ନାଗାବଳି ଓ ଝଞ୍ଜାବତି ଇତ୍ୟାଦି ନଈ ବହି ଯାଉଛି । ଦୁଇଟି ବଡ ଜଳ ପ୍ରପାତ ଡୁଡୁମା ଓ ବାଗ୍ରା ଏହି ଜିଲ୍ଲାରେ ରହିଅଛି । ମାଛକୁଣ୍ଡ ଠାରେ ଓଡ଼ିଶାର ପ୍ରଥମ ଜଳ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହୋଇଥଲା । ପରେ ବାଲିମେଳା, ଇନ୍ଦ୍ରାବତୀ ଓ କୋଲାବ ଠାରେ ତିନୋଟି ବୃହତ ନଦୀବନ୍ଧ ଯୋଜନା ତିଆରି ହୋଇ ଜଳ ସେଚନ ପ୍ରଦାନ କରୁଛି । ସୂନାବେଡା ଠାରେ ରାଷ୍ଟ୍ରାୟତ ହାଲ ବିମାନ କାରଖାନା ଓ ଦାମନ୍ଜୋଡି ଠାରେ ରାଷ୍ଟ୍ରାୟତ ନାଲକୋ ଆଲୁମିନା କାରଖାନା ପ୍ରତିଷ୍ଟିତ ହୋଇଛି । କୋରାପୁଟ ଜିଲ୍ଲା ରେ ରହିଛି ମୁଲ୍ୟବାନ ବକ୍ସାଇଟର ଅସରନ୍ତି ଭଣ୍ଡାର, ଯାହା ସାରା ବିଶ୍ୱକୁ ଶହେ ବର୍ଷ ଧରି ବକ୍ସାଇଟ ଯୋଗାଇ ପାରିବ । ଏଠାରୁ ବକ୍ସାଇଟ ନେଇ ଲାଞ୍ଜିଗଡର ବେଦାନ୍ତ ଓ କାଶିପୁରର ଆଦିତ୍ୟ ଆଲୁମିନା କାରଖାନା ଗଢି ଉଠିଛି ଓ ଏହି ଜିଲ୍ଲାରେ ମିଳୁଥିବା ପ୍ରଚୁର ବାଉଁଶ କୁ ନେଇ ଜେକେ ପୁର ଓ ଜୟପୁର ଠାରେ ଦୁଇଟି କାଗଜ କଳ ବସା ଯାଇଛି । ଓଡ଼ିଶାର ପ୍ରଖ୍ୟାତ୍ ଶିଳ୍ପପତି ସ୍ୱର୍ଗତ ବଂଶିଧର ପଣ୍ଡା ଏହି ଜିଲ୍ଲାର ଥିରୁଭାଲି ଠାରେ ଏକ ଫେରୋଆଲଏ କାରଖାନା ବସାଇଛନ୍ତି ଓ ମାଲକାନାଗିରିରୁ ବକ୍ସାଇଟ ନେଇ ଏସାର ଗୃପ ବିଶାଖାପାଟଣାରେ ଏକ କାରଖାନା ବସାଇଛି । ଏହାର ପାହାଡ ଗର୍ଭ ରେ ରହିଛି ମୁଲ୍ୟବାନ ରତ୍ନ ଭଣ୍ଡାର । ଯାହାର ଉପଯୁକ୍ତ ସର୍ଭେ ଓ ସଂଗ୍ରହ ହେଉନଥିବାରୁ କଳା ବେପାରି ମାନେ ଲୋକମାନଙ୍କୁ ଲଗାଇ ସେଗୁଡିକ ସଂଗ୍ରହ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହାର ଅନେକ ପାହାଡିଆ ନଈ ବାଲିରୁ ସ୍ୱର୍ଣ୍ଣ କଣିକା ମାନ ମିଳିଥାଏ । ଯାହାକୁ କି ଆଦିବାସୀ ମାନେ ବାଲିକୁ ଛାଣି ସଂଗ୍ରହ କରିଥାଆନ୍ତି । ଏହି ଜିଲ୍ଲାର ରାୟଗଡା ହେଉଛି ଓଡ଼ିଶାର ଅନ୍ୟତମ ପୁରାତନ ଶିଳ୍ପନଗରି । ଏଠାରେ ଥିବା ପ୍ରସିଦ୍ଧ ଜୟପୁର ସୁଗର ମିଲ ଏବେ ବନ୍ଦ ହୋଇ ଯାଇଛି । କୋରାପୁଟ ଜିଲ୍ଲା ହେଉଛି ଅନେକ ପ୍ରକାର ଆଦିବାସୀଙ୍କର ନିବାସ ସ୍ଥଳ । ବିଶେଷତଃ ବଣ୍ଡା, ବିଦାଇ, କୋୟା, ଲାଞ୍ଜିଆ ସଉରା, ଡଙ୍ଗରିଆ କନ୍ଧ ଭଳି ଅତି ପୁରାତନ ଆଦିବାସୀ ମାନେ ଏଠାରେ ଦେଖା ଯାଆନ୍ତି । ସେମାନଙ୍କର ଏକ ସ୍ୱତନ୍ତ୍ର ସଂସ୍କୃତ,ି ସବୁ ବେଳେ ସନ୍ତୋଷ ଭାବ ଓ ସଙ୍ଗିତ ନୃତ୍ୟ ଭରା ଜୀବନ ବହୁ ପର୍ଯ୍ୟଟକଙ୍କୁ ତାଙ୍କ ନିକଟକୁ ଟାଣି ନେଇଥାଏ ।
ଅକ୍ଟୋବର ୨-୧୯୯୨ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲା କୁ ଭାଙ୍ଗି ୪ ଟି ଜିଲ୍ଲା – କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନାଗିରୀ ରେ ପରିଣତ କରାଗଲା । ଏହା ସତ୍ୱେ କୋରାପୁଟିଆ ସଂସ୍କୃତି ଓ ଜୀବନଧାରା ଏମାନଙ୍କୁ ଗୋଟିଏ ର୍ଜୁରେ ବାନ୍ଧି ରଖିଛି ଓ ସମସ୍ତେ ଆମେ କୋରାପୁଟିଆ କହି ଗର୍ବ ଅନୁଭବ କରିଥାଆନ୍ତି । ଅକ୍ଟୋବର ୨୯ ତାରିଖ ଦିନ ଠିକ୍ ସକାଳ ୯-୩୦ ବେଳେ ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର ରୁ ଆସି କୋରାପୁଟ ଷ୍ଟେସନରେ ପହଂଚିଗଲା । ବନ୍ଧୁ ମାନଙ୍କୁ ସ୍ୱାଗତ ପାଇଁ ମୁଁ ସ୍ୱସ୍ତ୍ରୀକ ସେଠାରେ ପହଂଚିସାରି ଥାଏ ।ଷ୍ଟେସନରୁ ସେମାନଙ୍କୁ ନେବାପାଇଁ ଜଗନ୍ନାଥ ମନ୍ଦିରର ବସଟି ମଧ୍ୟ ଆସିଥାଏ । ମୋ ସାଙ୍ଗରେ ପ୍ରଗତିବାଦୀର ସାମ୍ବାଦିକ ଗୋପାଳପଟ୍ଟନାୟକ ମ୍ମ ଥାଆନ୍ତି । ଦ୍ୱିତୀୟ ଶ୍ରେଣୀ ଏସି ଡବା ରୁ ୧୯ ଜଣ ଡ଼ାକ୍ତର ବନ୍ଧୁ (୮ ଜଣ ମହିଳା ଓ ୧୧ ଜଣ ପୁରୁଷ ଓହ୍ଲାଇ ପଡିଲେ) । ମୁଁ ଯାଇ ସେମାନଙ୍କୁ ସ୍ୱାଗତ ସମ୍ଭାଷଣ କଲି । ଗୋପାଳ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଲେ ଓ ଫଟୋ ଉଠାଇଲେ । ପରସ୍ପରକୁ ଆଦର ସମ୍ଭାଷଣ କଲାପରେ ପ୍ଲାଟଫର୍ମ ବାହାରକୁ ଆସି ସେମାନେ ବସରେ ବସିଲେ । ଜିନିଷ ପତ୍ର ସବୁ ବସରେ ଲଦାହେଲା ଓ ବସ ଟି ଅତିଥି ଭବନ ଅଭିମୁଖେ ଚାଲିଲା । ବସ ପଛେ ପଛେ ମୁଁ କାରରେ ଅନୁସରଣ କଲି । ଅତିଥି ଭବନରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରୁମ କୁ ଯାଇ ଅଳ୍ପ ସମୟ ମଧ୍ୟରେ ନିତ୍ୟକର୍ମ ସାରି ତଳ ଡାଇନିଂ ରୁମ କୁ ଆସି ଜଳଖିଆ ଖାଇଲେ । ସେତେବେଳକୁ ଦିନ ୧୧ ଟା । ଅତିଥୀ ଭବନକୁ ଲାଗି ରହିଛି ଶାବର ଶ୍ରୀକ୍ଷେତ୍ର । ଯେଉଁଠି ପୁରୀର ଅନୁକରଣରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ପ୍ରାୟ ୨୦୦ ଫୁଟ ଉଚ୍ଚ ପାହାଡ ଉପରେ ନିର୍ମିତ ହୋଇଛି । ଏହି ମନ୍ଦିରକୁ ଯିବା ପାଇଁ ସୁନ୍ଦର ପିଚୁ ରାସ୍ତା ଅଛି ଓ ଅନ୍ୟଏକ ପାଶ୍ୱର୍ରେ ପାହାଚ ର ମ୍ମ ବ୍ୟବସ୍ତା ଅଛି । ପାହାଡ ଉପର ଏକ ବିସ୍ତିର୍ଣ୍ଣ ଅଂଚଳ ସମତଳ କରି ମେଘନାଦ ପ୍ରାଚିର,ମୁଖ୍ୟ ମନ୍ଦିର, ପାର୍ଶ୍ୱ ମନ୍ଦିର ଓ ଆନନ୍ଦ ବଜାର ଆଦି ପ୍ରତିଷ୍ଠା ହୋଇଛି । ସବୁଆଡେ ବେଶ୍ ପରିଷ୍କାର ପରିଚ୍ଛନ୍ନ । ଚଟାଣରେ ମାର୍ବଲ ବିଛା ହୋଇଛି । ଆମେ ମାନେ ବସରେ ବସି ପାହାଡ ଉପରକୁ ଗଲୁ ଓ ଜଗନ୍ନାଥଙ୍କୁ ଦର୍ଶନ କଲୁ । ପରେ ପରେ ପାହାଡର ଅପର ପାଶ୍ୱରେ ସ୍ଥାପନ ହୋଇଥିବା ଆଦିବାସୀ ସଂଗ୍ରହାଳୟ ବା ଟ୍ରାଇବାଲ ମୁ୍ୟଜିୟମ ଦେଖିବାକୁ ଗଲୁ । ଲୁପ୍ତପ୍ରାୟ ଓ ବର୍ତମାନ ବ୍ୟବହୃତ ଆଦିବସୀଙ୍କ ହଜାର ହଜାର ବସ୍ତୁ ସଂଗ୍ରହ ହୋଇ ଏଠାରେ ରହିଅଛି । ଏହାର ସାଜ ସଜ୍ଜା ଓ ପରିଷ୍କାର ପରିଚ୍ଛନ୍ନତା ଭୂବନେଶ୍ୱର ର ରାଜ୍ୟ ମୁଖ୍ୟ ମୁ୍ୟଜିୟମ ଠାରୁ ମଧ୍ୟ ଉଚ୍ଚ କୋଟିର ବୋଲି ହୃଦବୋଧ ହେଲା । ଦିନ ଗୋଟାଏ ବେଳକୁ ମନ୍ଦିର କୁ ଆଉ ଥରେ ଯାଇ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କଲୁ । ଖାଇବା ସ୍ଥାନ ଟି ବେଶ ପରିଷ୍କାର । ପ୍ରସାଦର ମୁଲ୍ୟ ଜଣକା ୬୦ ଟଙ୍କା । ବରିଷ୍ଠ ନାଗରିକଙ୍କ ପାଇଁ ଟେବୁଲ ଚେୟାର ବ୍ୟବସ୍ଥା ଅଛି ଓ ଖାଦ୍ୟ ମଧ୍ୟ ବେଶ ସ୍ୱାଦ ଯୁକ୍ତ । ପାହାଡ ଉପରେ କିଛି ସମୟ ବୁଲିଲୁ । ଉଚ୍ଚା ପାହାଡ ଉପରୁ ବହୁ ଦୁର ଯାଏଁ ପରିଷ୍କାର ଦେଖା ଯାଉଥାଏ । ଆକାଶ ରେ ମେଘ ଭାସି ଯାଉଥାଏ । ଥଣ୍ଡା ପବନରେ ଆଖି ମୁଦି ହୋଇ ଯାଉଥାଏ । ଦିନ ୨ ଟା ବେଳକୁ ଆମର ପରବର୍ତି ସ୍ଥାନ ଦେଓମାଳୀ ଯିବାର କଥା । ତେଣୁ ବିଳମ୍ବ ନକରି ବସରେ ବସିଲୁ, ଯାତ୍ରା ଆରମ୍ଭ ହେଲା । କୋରାପୁଟ ସହର ଛାଡି ବିଜୟନଗରମ ରାସ୍ତାରେ ବସ ଛୁଟି ଚାଲିଲା । ଡାହାଣ କଡରେ କୋଲାବ ଜଳ ଭଣ୍ଡାରର ବିସ୍ତିର୍ଣ୍ଣ ଜଳ ରାଶି , ଅପରାହ୍ନ ସୂର୍ଯ୍ୟଙ୍କ କିରଣରେ ଝଲମଲ ହେଉଥାଏ । ସୁନାବେଡା ଓ ସିମିଳିଗୁଡା ଅତିକ୍ରମ କଲାପରେ ୪୦ କିମ ଦୁର କୁନ୍ଦୁଳି ଛକରେ ପହଂଚିଲୁ । ଏଠାରେ ଓଡ଼ିଶା ର ସବୁଠାରୁ ବଡ ପରିବା ହାଟ ବସେ । ଆଖ ପାଖର କନ୍ଧ ଆଦିବସୀ ମାନେ ଝରଣା ପାଣିରେ ନାନା ପରିବା ଫଳାନ୍ତି ଓ ସେଗୁଡିକୁ ବିକିବାପାଇଁ କୁନ୍ଦୁଲି ଆଣନ୍ତି । ରାତି ପାହାନ୍ତିଆ ୩ଟା ୪ଟା ବେଳେ ହାଟ ଆରମ୍ଭ ହୁଏ । ଦୂରରୁ ଆସିଥିବା ବ୍ୟବସାୟି ମାନେ ପରିବା କିଣି ଟ୍ରକରେ ସହରକୁ ନେଇ ଯାଆନ୍ତି । କୁନ୍ଦୁଲି ଛକ ରୁ ଦେଓମାଳି ଶୃଙ୍ଗର ଦୂରତା ୨୩ କିମି । ଅଙ୍କା ବଙ୍କା ସରୁ ରାସ୍ତା ଦେଇ ବସ ଚାଲିଲା । ବାଟରେ ଛୋଟ ଛୋଟ ଆଦିବାସୀ ଗାଁ ପଡୁଥାଏ । ଶେଷରେ ଗୋଟିଏ ଛକରେ ବିବାଦିୟ କୋଟିିଆ ଗ୍ରାମକୁ ରାସ୍ତା ଯିବାର ଦେଖିପାରିଲ ।ୁ ଅନ୍ୟ ରାସ୍ତାଟି ଦେଓମାଳି ପାହାଡ ଉପରକୁ ଯାଇଛି ।ଉଠାଣିଆ ଅଙ୍କା ବଙ୍କା ରାସ୍ତା ଦେଇ ବସଟି ଧୀରେ ଧୀରେ ଉଠିବାକୁ ଲାଗିଲା । ଶେଷରେ ପାହାଡ ଶିଖରରେ ପହଂଚିଗଲୁ । ଏଠାରେ ଗୋଟିଏ ବିଶ୍ରାମ ଗୃହ ରହିଅଛି । ଦେଓମାଳି ଉଚ୍ଚତା ସମୁଦ୍ର ପତନରୁ ୧୬୩୨ ମିଟର ବା ୫୪୩୦ ଫୁଟ୍ । ଏହାର ଶିଖରଟି ଏକ ବିସ୍ତିର୍ଣ୍ଣ ସମତଳ । ଏହି ସମତଳ ଭୁମି ଦେଇ ରାସ୍ତା ଆହୁରି ୩-୪ କିମି ବଢି ଯାଇଛି । ବସରୁ ଓହ୍ଲେଇ ଯାଇ ଆମେ ସବୁ ଆଡେ ସାଡେ ପିଲାଂକ ଭଳି ଧାଇଁବାକୁ ଲାଗିଲୁ । ଥଣ୍ଡା ପବନ ବହୁଥାଏ । ମେଘଗୁଡା ଯେପରି ହାତପାହାନ୍ତାରେ ଭାସୁ ଥଆନ୍ତି । ସବୁଆଡେ ଉଚ୍ଚା ଉଚ୍ଚା ପାହାଡ । ପାହାଡ ମଥାନରେ କୁହୁଡି ବସା ବାନ୍ଧିଛି । ଅଙ୍କା ବଙ୍କା ରାସ୍ତା ପାହାଡ ଉପରୁ କୁଆଡେ କୁଆଡେ ଲମ୍ବି ଯାଇଛି । ସମସ୍ତେ ମନଭରି ଫଟୋ ଉଠାଇଲେ । ପାଦରେ ଚାଲି ଚାଲି କେତେଆଡେ ଗଲେ । ଚାହୁଁ ଚାହୁଁ ସୂର୍ଯ୍ୟ ଡୁବିଗଲେ । ଅନ୍ଧାର ମାଡି ଆସିଲା । ଆଉ ବିଳମ୍ବ ନକରି ବସରେ ବସିଲୁ ଓ ସେଦିନର ଆମର ଦ୍ୱିତୀୟ ଗନ୍ତବ୍ୟ ସ୍ଥଳ ଲକ୍ଷ୍ମିପୁର ବ୍ଲକର ଗୈାଡଗୁଡା ଗ୍ରାମକୁ ଯାତ୍ରାକଲୁ । ନାଲକୋ ଛକରେ ପହଂଚିଲା ପରେ, ଡାହାଣ ମୋଡ ନେଇ କାକିରିଗୁମା ରାସ୍ତା ଧରିଲୁ । ନାଲକୋ ସହର ଦେଇ ଆମ ବସ ଉଡି ଚାଲିଲା । ଏଠାରୁ କାକିରି ଗୁମା ୨୨ କିମି । ଅନ୍ଧାର ଓ ଜଙ୍ଗଲିଆ ରାସ୍ତା । କାକିରିଗୁମାରୁ ୨ କିମି ଆଗରୁ ଗଉଡଗୁଡା ଛକ । ସେଠାରେ କୋରାପୁଟ ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆମକୁ ପାଛୋଟି ନେଲେ । ଅଳ୍ପଦୁର ଗଲାପରେ ପରବ ଉଚ୍ଛବ ହେଉଥିବାର ଦେଖିଲୁ । ଆମ ଗାଡି ରହିଲା । ପୂର୍ବ ନଦେ୍ର୍ଧଶ ଅନୁସାରେ ଆଦିବାସୀ ଲୋକମାନେ ବାଜା ବଜାଇ ଓ ଆମ ବେକରେ ଫୁଲ ମାଳ ଦେଇ ଉସôବ ସ୍ଥଳକୁ ପାଛୋଟି ନେଲେ । ସେଠାରେ ସ୍ଥାନିୟ ନେତା ଅଫିସର ଓ ପୂର୍ବତନ ସାଂସଦ ଝିନ୍ନଏକା ଉପସ୍ଥିତ ଥାଆନ୍ତି । କାର୍ଯକର୍ମ ଚାଲୁଥାଏ । ଆମକୁ ପାଛୋଟି ନେଇ ଆଗ ଚେୟାର ରେ ବସାଇଲେ ଓ ଆମେ ଯାଇଥିବାରୁ ସମସ୍ତେ ଖୁସି ହୋଇଗଲେ । ସ୍ଥାନିୟ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ମାଣ୍ଡିଆ ଖିରି ଖାଇବାକୁ ଦେଲେ । କିଛି ସମୟ ପରେ ଆଦିବାସୀଙ୍କ ଦ୍ୱାରା ଢେମସା ନୃତ୍ୟ ପରିବେଷଣ ହେଲା । ବାଜା ବାଜି ଉଠିଲା । ପାରମ୍ପରିକପୋଷାକ ପିନ୍ଧି ଆଦିବାସୀ ପୁଅ ଓ ଝିଅ ମାନେ ତାଳେ ତାଳେ ନାଚିଲେ, ଗିତ ଗାଇଲେ । ଆମ ମଧ୍ୟରୁ ଅଧିକାଂଶ ବନ୍ଧୁ ଓ ବନ୍ଧୁ ପତ୍ନି ମାନେ ମଂଚରେ ଯାଇ ନାଚରେ ଯୋଗଦେଲେ ଓ ଅନେକ ସମୟ ଧରି ନାଚ ଚାଲିଲା । ଏଭଳି ସୁଯୋଗ ପାଇଥିବାରୁ ସେମାନେ ଖୁସି ରେ ଆତ୍ମହରା ହୋଇଗଲେ ।
ରାତି ୯.୩୦ ବେଳେ ଉସôବ ସରିଲା । ଆମ ପାଇଁ ସେମାନେ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ । ପାଖ ସ୍କୁଲ ଘରେ ଟେବୁଲ ଚେୟାର ପକାଇ ନାନା ରକମର ସୁସ୍ୱାଦୁ ଖାଦ୍ୟ ପରିବେଷଣ କଲେ । ସମସ୍ତେ ଖାଇ ତୃପ୍ତିଲାଭ କଲେ ଓ ମଙ୍ଗଳ ଅଧିକାରୀଙ୍କୁ ଧନ୍ୟବାଦ ଦେଇ ବସ ରେ ବସି ହୋଟେଲକୁ ଫେରିଲୁ । ବନ୍ଧୁ ମାନଙ୍କ ପାଇଁ ସେଦିନର ରାତ୍ରୀ ଏକ ଅଭୁଲା ସ୍ମୃତି ହୋଇ ରହିଗଲା । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ