ସ୍ପିଡ୍ ପୋଷ୍ଟର କଚ୍ଛପ ଗତି

ସ୍ପିଡ୍ ପୋଷ୍ଟର କଚ୍ଛପ ଗତି

ବାଲେଶ୍ୱର, (ଆଇଏନ୍ଏସ୍) : ଚିଠିପତ୍ରକୁ ଶିଘ୍ର ଲୋକଙ୍କ ପାଖରେ ପହଂଚାଇବା ପାଇଁ ଭାରତୀୟ ଡାକ ବିଭାଗ ‘ସ୍ପିଡ ପୋଷ୍ଟ’ ପ୍ରଚଳନ କରିଥିଲେ । ଏହି ଚିଠିକୁ ମାତ୍ର ୨୪ଘଂଟା ମଧ୍ୟରେ ପ୍ରାପକ ନିକଟରେ ପହଂଚିବା କଥା । କିନ୍ତୁ ନିକଟରେ ଦେଖିବାକୁ ମିଳିଛିଯେ, ଏକ ସ୍ପିଡ୍ ପୋଷ୍ଟ ଚିଠି ପ୍ରାପକ ନିକଟରେ ପହଂଚିବାକୁ ୧୨ଦିନ ସମୟ ଲାଗିଛି । ସୋର ବ୍ଲକ ଅନ୍ତର୍ଗତ ନିଶ୍ଚନ୍ତପୁର ଗ୍ରାମର ଦାଶିନାଥ ଜେନାଙ୍କ ପୁଅ ଜ୍ୟୋତିସ୍ମାନ ଜେନାଙ୍କର କାମ ଅପରେସନ ସମ୍ପର୍କରେ ଏକ ଚିଠି ଦାଶିନାଥ ଜେନାଙ୍କ ନିକଟକୁ ମୁମ୍ବାଇର ‘ଅଲୀ ଯାବର ଜଂଗ ରାଷ୍ଟ୍ରୀୟ ବାକ୍ ଏବଂ ଶ୍ରବଣ ଦିବ୍ୟାଙ୍ଗଜନ’ ଠାରୁ ୨୩ ନଭେମ୍ବର ୨୦୧୯ରେ ସ୍ପିଡପୋଷ୍ଟରେ ଆସିଥିବା ବେଳେ ଏହି ଚିଠି ଟିକୁ କୁଡ଼େଇ-ନଦିଗାଁ ପୋଷ୍ଟ ଅଫିସ୍ ତା. ୦୫.୧୨.୨୦୧୯ରିଖରେ (୧୨ ଦିନ ପରେ) ଡେଲିଭେରି ଦେଇଥିଲେ । ଇତି ମଧ୍ୟରେ ଡାକ୍ତରଙ୍କ ଫୋନ ପାଇ ୪ତାରିଖରେ ଭୁବନେଶ୍ୱର ଏମସରେ ଜ୍ୟୋତିସ୍ମାନର କାନ ଅପରେସନ ସରିଯାଇଥିବା ଜାଣିବାକୁ ମିଳିଛି ।
ଭାରତୀୟ ଡାକ ବିଭାଗ କେତେ ତତ୍ପର/ଦାୟୀତ୍ୱବାନ ତାହାର ଏହା ଏକ ଜ୍ୱଳନ୍ତ ଉଦାହରଣ ।

Leave a Reply

Your email address will not be published.