ଟ୍ରାଫିକ୍ ସଚେତନତା ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର, ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଚତୁର୍ଥ ଟ୍ରାଫିକ୍ ସଚେତନତା ଶିବିର ଖଣ୍ଡଗିରିସ୍ଥିତ ଶ୍ରୀସାଇ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ଅଟୋ ମହାସଂଘର ସଭାପତି ସୁବାଷ ସିଂ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ ମଟର ଯାନ ଆଇନ୍ ଗରିବ ଖଟିଖିଆଙ୍କ ଉପରେ କିଭଳି ପ୍ରଭାବ ପକାଉଛି ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର-୧ର ପରିବହନ ଅଧିକାରୀ ପ୍ରଦିପ ମହାନ୍ତି ଯୋଗଦେଇ କହିଥିଲେ, ସରକାର ତିନି ମାସ ସମୟ ସୀମାକୁ ଆଉ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟ ସୀମା ମଧ୍ୟରେ ସମସ୍ତେ ଗାଡିର କାଗଜପତ୍ର ଠିକ୍ କରି ନିଅନ୍ତୁ ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଟ୍ରାଫିକ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ, ଶ୍ୱସ୍ତିକ ପଣ୍ଡା ଯୋଗଦେଇ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ସୟଦ ଅଲ୍ଲୀ ଜୋନେତ୍, ସମାଜସେବୀ ଜ୍ଞାନ ରଞ୍ଜନ ସ୍ୱାଇଁ, ଦେବେନ୍ଦ୍ର ରାଉତ, ଅଜୟ ଜେନା, ଦେବେନ୍ଦ୍ର ପରିଡା ପ୍ରମୁଖ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବରରେ ଭୁବନେଶ୍ୱର ୧ନଂ ଜୋନ୍ର ସିଆରପି, ପୋଖରୀପୁଟ, କଳିଙ୍ଗ ନଗର ଓ ଭରତ ପୁର ଅଟୋଷ୍ଟାଣ୍ଡ ମ୍ମରେ ଥିବା ସମସ୍ତ ଷ୍ଟାଣ୍ଡର ଅଟୋ ଚାଳକମାନେ ଯୋଗଦେଇ ତାଲିମ୍ ନେଇଥିଲେ । ଆସନ୍ତା କାଲି କିଟ୍ର କ୍ୟାମ୍ପସ୍-୫ର ଅଡିଟୋରିଅମ୍ଠାରେ ପଞ୍ଚମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ସାଧାରଣ ସଂପାଦକ ଶ୍ରୀଯୁକ୍ତ ସାମଲ ଜଣାଇଛନ୍ତି ।