ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ପୁଷ୍ୟାଭିଶେକ

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଆସନ ମନ୍ଦିରରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁଦେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ପୁଷ୍ୟାଭିଶେକ ବା ଦେବାଭିଶେକ ଉତ୍ସବ ଯଥାରୀତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ପରି ସନ୍ଧ୍ୟାରେ ଆଶ୍ରମରେ ଥିବା ୧୫ଗୋଟି ମନ୍ଦିରରେ ସନ୍ଧ୍ୟା ଆଳତୀ, ସମୂହ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଶହ ଶହ ଭକ୍ତଙ୍କ ନାମ କୀର୍ତନରେ କମ୍ପିଉଠିଥିଲା ଆସନ ମନ୍ଦିର । ସେଠାରେ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ମା’ ମାନଙ୍କ ଦ୍ୱାରା ବନ୍ଦାପନା ପରେ ଆରମ୍ଭ ହୋଇଥିଲା ଅଭିଶେକର ଉଦେ୍ଦଶ୍ୟ । ଗୁରୁ ପରମ୍ପରାରେ ସମସ୍ତେ ଭକ୍ତ ଶିଷ୍ୟ ବର୍ଷକରେ ଥରେ ଏହି ଅଭିଶେକ ଉସôବରେ ଏକାଠି ହୋଇ ନିଜର ଇଷ୍ଟ ତଥା ଗୁରୁଦେବଙ୍କୁ ଅଭିଶେକରେ ପୂଜାର୍ଚ୍ଚନା ପରେ ଦର୍ଶନ କରିବା ସମସ୍ତ ଶିଷ୍ୟଙ୍କ କର୍ତବ୍ୟ ବୋଲି ଡ.ରନôାକର ମହାନ୍ତି ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଅମୃତ ଭଜନ ଗାନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଉତ୍ସବରେ ଗୁରୁଦେବଙ୍କ ଦର୍ଶନ ଲାଗି ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥିଲା । ଏହି ପର୍ବ ଆଶ୍ରମର ବର୍ଷକରେ ପାଳନ ହୋଇ ଆସୁଥିବା ୨୮ ପର୍ବରୁ ଅନ୍ୟତମ । ଆସନ୍ତା ୧୫ ତାରିଖ ମକର ବେଢା ପରିକ୍ରମା ଆଶ୍ରମରେ ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଯୋଗଦେବା ପାଇଁ ସେବକ ପ୍ରୀତି ରଂଜନ ଦାସ ନିବେଦନ କରିଛନ୍ତି ।

Leave a Reply

Your email address will not be published.