ମା’ ବାରଭୂଜା ପୀଠକୁ ବାବା ମଧୁସୂଦନଙ୍କ ଶ୍ରୀବିଗ୍ରହ ଆଗମନ

ଭୁୁବନେଶ୍ୱର, (ଆଇଏନ୍ଏସ୍): ପବିତ୍ର ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖଣ୍ଡଗିରି ପାହାଡରେ ହେଉଥିବା ସାଧୁ ସମ୍ମିଳନୀରେ ପୁରୀ ଜିଲ୍ଲା ନୟାହାଟ ସ୍ଥିତ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ତଥା ସତ୍ୟ ଧର୍ମ ବାଣୀ ପ୍ରଚାରର ପ୍ରବକ୍ତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଏକ ସୁସଜ୍ଜିତ ପୁଷ୍ପ ବିମାନରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଶହ ଶହ ଭକ୍ତଙ୍କ ଗହଣରେ ପହଂଚିଥିଲା । ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମଯଜ୍ଞରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ସେଠାରେ ସନ୍ଧ୍ୟାରେ ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ପରେ ଧର୍ମ ସଭାର ଆୟୋଜନ ହୋଇଥିଲା । ଏହି ଉପଲକ୍ଷେ ସ୍ଥାନୀୟ ଶାଖା ଆଶ୍ରମ ଓଁ ଗୁରୁ ମଧୁସୂଦନ ସେବାକୁଂଜ ଆନୁକୂଲ୍ୟରେ ବାବାଜୀ ଚିତୋବିନୋଦ ଦାସଙ୍କ ତତ୍ୱାବଧାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚତୁର୍ଥ ପ୍ରହରୀ ଆୟୋଜନ ହୋଇଥିଲା । ପରେ ପରେ ମା’ ବାରଭୂଜା ପୀଠରୁ ଶ୍ରୀ ଗୁରୁଦେବଙ୍କ ବିଗ୍ରହ ଫେରିବା ପରେ ଆଶ୍ରମରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ମା’ମାନଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା । ଡ. ରନôାକର ମହାନ୍ତି ଗୁରୁବାଦ ଉପରେ ଆଲୋଚନା କରିଥିଲେ । କିମ୍ବଦନ୍ତୀ କହେ, ଏହି ସାଧୁ ସମ୍ମିଳନୀ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ୧୯୬୦ରେ ପ୍ରଥମେ ଆଗମନ କରିଥିଲେ । ସେହି ରାସ୍ତା ଯାଉଥିଲା ବେଳେ ସେହି ମହାପୁରୁଷ କେତେକ ଭକ୍ତଙ୍କ ଗହଣରେ ତମ୍ବୁ ପକାଇ ଆରମ୍ଭ କରିଥିଲେ ସାଧୁ ସମ୍ମିଳନୀ । ଏହି ଅବସରରେ ଖଣ୍ଡଗିରି ଚତୁଃପାଶ୍ୱର୍ର ସମସ୍ତ ସାଧୁ ସନ୍ଥ, ହରିଦ୍ୱାରରୁ ଆସିଥିବା ସାଧୁସନ୍ଥ ମ୍ମ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଶାଖାର ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇଥିବାର ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.