ସରକାରୀ କର୍ମଚାରୀଙ୍କୁ ଆମ୍ବ ବଦଳରେ ଆମ୍ବଡା?
ଭୁୁବନେଶ୍ୱର, (ଆଇଏନ୍ଏସ୍): ଆମ୍ବ ବଦଳରେ ଆମ୍ବଡା ଦେଇ ଲୋକଙ୍କୁ ଭଣ୍ଡେଇବା କଥା ଓଡିଶାର ଲୋକମାନଙ୍କୁ ଭଲଭାବେ ଜଣା । ଆମ୍ବ ଏକ ମୂଲ୍ୟବାନ ଫଳ । ମାତ୍ର ଆମ୍ବଡା ଏକ ସାଧାରଣ ଫଳ । ଆମେ ସେ ଯୁକ୍ତି ଭିତରକୁ ଯିବାକୁ ଚାହୁଁନା । ସିଧା ସଳଖ କଥାକୁ ଆସିବା । ଓଡିଶା ସରକାର ବାହାଦୂର ଇତି ମଧ୍ୟରେ ସରକାରୀ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ଦେଇଥିବା ବେତନର ବକେୟା ରାଶିରୁ ଆଉ ୧୦ ଭାଗ ଦେବାକୁ ଘୋଷଣା କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସପ୍ତମ ବେତନ କମିଶନ ସରକାର ଲାଗୁ କରିବା ପରେ ବକେୟ ବାବଦ ଅଥରୁ ଶତକଡା ୪୦ ଭାଗ ଦେଇଥିଲେ । ବାକି ୬୦ ଭାଗ ପରବର୍ତୀ ସମୟରେ ଦେବେ ବୋଲି କହିଥିଲେ । ମାତ୍ର ନିର୍ବାଚନ ପରେ ଆଉ ସରକାରୀ କର୍ମଚାରୀଙ୍କ ବକେୟା କଥା ଭୁଲି ଯାଇଥିଲେ । ଘରଭଡା ସମ୍ପର୍କୀୟ ନିଷ୍ପତି ଏ ପର୍ଯ୍ୟନ୍ତ ଝୁଲି ରହିଛି ।
ଏହା ଭିତରେ କେନ୍ଦ୍ର ସରକାର ୫ ଭାଗ ମହଙ୍ଗା ଭତା ମଧ୍ୟ ଘୋଷଣା କରିସାରିଛନ୍ତି । ଖୁବ ଶୀଘ୍ର ଆଉ ଏକ ଡୋଜ ମହଙ୍ଗା ଭତା କେନ୍ଦଅ ସରକାର ଘୋଷଣା କରିବେ । ମାତ୍ର ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତା ଘୋଷଣା କରିବା ପରେ ପ୍ରଥମେ ଓଡିଶା ସରକାର ସେମାନଙ୍କ କର୍ମଚାରୀଙ୍କ ମହଙ୍ଗା ଭତା ଦେଉଥିଲେ । ମାତ୍ର ଏଥରକ ଆଉ ୫ ଭାଗ ମହଙ୍ଗା ଭତା ଦେବାର ନାମଗନ୍ଧ ଧରୁ ନାହାନ୍ତି । ଅନେକ କହୁଛନ୍ତି, ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ର ପ୍ରାର୍ଥୀ ଜିତିବା ପରେ ନବୀନବାବୁଙ୍କର ଆଉ ସରକାରୀ କର୍ମଚାରୀଙ୍କ ଉପରେ ଭରସା ନାହିଁ । ତେଣୁ ଏପରି ହତାଦର । ଏ ଲେଖା ପ୍ରକାଶ ପାଇବାକୁ ଗଲା ବେଳେ ଜଣା ପଡିଲା ଯେ ସରକାର ଶତକଡା ୫ ଭାଗ ମହଙ୍ଗା ଭତା ମଂଜୁର କରିଛନ୍ତି । ମାତ୍ର ତାହା ଜାନୁୟାରି ୨୦୨୦ ମସିହାରୁ ଦିଆଯିବ । ଅର୍ଥାତ ଜୁଳାଇରୁ ଡିସେମ୍ବର ମାସ କର୍ମଚାରୀଙ୍କ ମହଙ୍ଗା ଭତା ଦେବାକୁ ସରକାର ଚାହାନ୍ତି ନାହିଁ୧ ଆଜିକୁ କୋଡିଏ ବର୍ଷ ଧରି ଶାସନ ଗାଦିରେ ରହିଥିବା ନବୀନବାବୁଙ୍କର ଏହା ହେଉଛି ପ୍ରଥମ କର୍ମଚାରୀ ମାରଣ ନୀତି ।
ତେବେ ମହଙ୍ଗା ଭତା ଘୋଷଣା ନ କରି ସରକାର ବାହାଦୂର ବକେୟା ଦଶଭାଗ ଦେବାକୁ ଘୋଷଣା କଲେ କାହିଁକି? ଏ ନେଇ ଆଲୋଚନା ହେଉଛି । ପ୍ରଥମ କଥା ହେଲା ଦଶ ଭାଗ ବକେୟା ଦେଲେ ସରକାରୀ ତହବିଲରୁ କମ ଖର୍ଚ ହେବ । କାରଣ ଅବସର ନେଇଥିବା କର୍ମଚାରୀ ଏ ସୁବିଧା ପାଇବେ ନାହିଁ । ମହଙ୍ଗା ଭତା ଦେଇଥିଲେ ସବୁ ବର୍ଗର କର୍ମଚାରୀ ଏବଂ ପେନସନଭୋଗୀମାନେ ମଧ୍ୟ ପାଇଥାନ୍ତେି । ସରକାରଙ୍କ ପାଖରେ ପଇସା ନଥିବାରୁ ଏପରି ମନୋବୃତି ସରକାର ନେଇଛନ୍ତି । ମାତ୍ର ଦିଲ୍ଲି ନିର୍ବାଚନର ଫଳ ପ୍ରକାଶ ପାଇବା ପରେ ସରକାରଙ୍କ ଠାରେ ଛାନିଆ ପସିଛି । କାରଣ ସରକାର ବା ବିଜେଡିର ପ୍ରକୃତ କର୍ମୀ ହେଉଛନ୍ତି ସରକାରୀ କର୍ମଚାରୀ । ସେମାନଙ୍କୁ ଅସନ୍ତୁଷ୍ଟ କଲେ ଭଲ ହେବ ନାହିଁ । ତା ଛଡା ଦିଲ୍ଳି ନିର୍ବାଚନ ପରେ ସରକାର ବାହାଦୂର ଓବିସି କାର୍ଡ ଖେଳିବାକୁ ଚେଷ୍ଟା କରିଛନ୍ତି । ଜାତି ରାଜନୀତି କରି ସେ ପୁଣି ଏକ ଗୋଷ୍ଠୀକୁ ନଜ ଭୋଟ ରାଜନୀତିରେ ଯୋଡିବାକୁ ଚାହାନ୍ତି ।
ବରେ ସେ ସଫଳ ହେବେ କି ନାହିଁ ତାହା ନିର୍ବାଚନ କହିବ । କାରଣ କଂଗ୍ରେସର ପୂର୍ବତନ ନେତା ଶ୍ରୀକାନ୍ତ ଜେନା ବାରମ୍ବାର ଓବିସି କଥା କହି ଆସୁଥଲା ବେଳେ ତାଙ୍କୁ ପରାଜିତ ବୋକୁ ପଡିଛି । ଏବେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୀତି ଆପଣେଇ ଲୋକ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ବରଂ ଲୋକେ ତାଙ୍କ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ସରକାର ବିଶେଷ କରି ନବୀନବାବୁ ଓବିସିମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ । ତେଣୁ ବକେୟା ସହିତ ଓବିସି ମାଗଣା!