ରାମେଶ୍ୱରମର ଅନ୍ୟଏକ ଜ୍ୟୋତି କ୍ଷେତ୍ର
ଡାଃ ସୁରେନ୍ଦ୍ର ନାଥ ଦାଶ
ସୌରାଷ୍ଟ୍ରେ, ସୋମନାଥଂ ଚ ଶ୍ରୀ ଶୈଲେ ମଲ୍ଲିକାର୍ଜ୍ଜୁନମ,ଉଜ୍ଜୟିନ୍ୟାଂ ମହାକାଳମ, ଓଂକାରମ୍ ଅମଲେଶ୍ୱରମ୍ ।୧ା
ପରଲ୍ୟା ବୈଦ୍ୟନାଥଂ ଚ ,ଡାକିନ୍ୟାଂ ଭିମଶଙ୍କରମ୍, ସେତୁବନେ୍ଧ ତୁ ରାମେଶ. ନାଗେଶ ଂ ଦାରୁକବନେ ,ା୨ା
ବାରଣସ୍ୟାଂ ତୁ ବିଶ୍ୱେଶଂ, ତ୍ର୍ୟମ୍ବକଂ ଗୈାତମିତଟେ, ହିମାଳୟେ ତୁ କେଦାରଂ.ଘୃଣେଶଂ ଚ ଶିବାଳୟେ ।୩ା
“ଓଁ ନମ ଶିବାୟଃ”ମହାକାଳଙ୍କର ଅତି ପ୍ରିୟ ଏହି ପଂଚାକ୍ଷର ମନ୍ତ୍ର କୁ ଉଚ୍ଚାରଣ କଲେ ଦେହ ରେ କିପରି ଶିହରଣ ସୃଷ୍ଟି ହୁଏ, ତାହା ଯେକୈାଣସି ବ୍ୟକ୍ତି ଅନୁଭବ କରିପାରିବ । ଆମ ସଂସ୍କୃତି ରେ ଶିବ ହେଉଛନ୍ତି ଆଦ୍ୟ ଦେବତା । ଆର୍ଯ୍ୟ ମାନେ ଆସିବା ପୁର୍ବରୁ ମହେଞ୍ଜୋଦାରୋ, ସିନ୍ଧୁ ସଭ୍ୟତା ର ଦ୍ରାବିଦ ମାନେ ପଶୁପତି ରୁପେ ତାଙ୍କ ପୁଜା କରୁଥିଲେ । ଶିବ ହେଉଛନ୍ତି କାଳାତିତ,ମହାକାଳ,ଭୟ ଉଦ୍ରେକକାରି ଭୈରବ,ପ୍ରଳୟ ର ଦେବତା ରୁଦ୍ର; ଯାହାଙ୍କ ର ତୃତୀୟ ନୟନରେ ରହିଛି ବିଶ୍ୱ ଧ୍ୱଂସକାରୀ ଅଗ୍ନି ଶିଖା । ସଂସାର ର ସମସ୍ତ ବିଭବ ତାଙ୍କ ର ଅଧିନ ହେଲେ ମଧ୍ୟ ସେ ସର୍ବସ୍ୱ ତ୍ୟାଗ କର ି ମହାଶଶ୍ମାନ ରେ ନିଜ ର ବାସ ବାଛି ନେଇଛନ୍ତି । ରତ୍ନ ଆଭୂଷଣ ତ୍ୟାଗ କରି ଭସ୍ମ କୁ ଲେପନ କରିଛନ୍ତି,ସୂକ୍ଷ୍ମ ବସ୍ତ୍ର ବଦଳରେ ବ୍ୟାଘ୍ର ଚର୍ମ ରେ ଶରୀର ଢାଙ୍କି ଛନ୍ତି । ବେକରେ ସର୍ପ ଓ ଅସ୍ଥି ମାଳ, ଶିର ରେ ଜଟା, ମସ୍ତକ ରେ ଚନ୍ଦ୍ରମା, ଗଙ୍ଗା ଧାର, ସାଥୀ ରୁପେ ଭୁତ, ପ୍ରେତ,ଏ ସବୁ ଆଚରଣ ମନକୁ ବିସ୍ମୟା ବିଭୁତକରିଦିଏ । ସେ ପ୍ରଳୟ ର ଦେବତା । ତଥାପି ଭକ୍ତ ଙ୍କ ପାଇଁ ସେ ଅଭୟ ପ୍ରଦାନ କାରୀ ମଙ୍ଗଳମୟ ଆଶୁତୋଷ ଶିବ । ସଂସାରର ହଳାହଳ କୁ ଗ୍ରହଣ କରି ସେ ନିଳଲଣ୍ଠ । ଗୌରୀ ଙ୍କ ସାଙ୍ଗରେ କୈଳାସ ଗିରି ରେ ସେ ସାଧାରଣ ସଂସାରିଟଏ ଶଙ୍କର । ଶିବ ଙ୍କ ନୃତ୍ୟ କୁ ତାଣ୍ଡ ବ କୁହାଯାଏ । ଶିବ ରୁଦ୍ର ରୁପ ଧାରଣ ଧାରଣ କରି ଡମ୍ବରୁ ଧ୍ୱନି କରି ନୃତ୍ୟ କରିଥାଆନ୍ତି । ସେ ନୃତ୍ୟ ହେଲେ ପ୍ରକୃତି ବିକ୍ଷୁବ୍ଧ ହୋଇ ସାରା ସଂସାର ରେ ଆତଙ୍କ ଖେଳି ଯାଏ । ଶିବ ତାଣ୍ଡବ ସ୍ତୋତ୍ର କଥିତ ଅଛି ସ୍ୱୟଂ ଲଙ୍କାଧିପତି ରାବଣ ରଚନା କରିଥିଲା ।
ଥରେ ରାବଣ ତାର ପୁଷ୍କକ ବିମାନରେ ଆକାଶ ମାର୍ଗରେ ଉଡିଗଲା ବେଳେ କୈଳାସ ପର୍ବତ ରେ ହରପାର୍ବତୀ ବସିବାର ଦେଖିଲା । ତାର ହଟାତ ଏକ ଅଦ୍ଭୁତ ଖିଆଲ ହେଲା କୈଳାସ ପର୍ବତ କୁ ଉପାଡି ସେ ଲଙ୍କା କୁ ନେଇଯିବ ଓ ସେଠାରେ ତାର ଆରାଧ୍ୟ ଦେବତା ହର-ପାର୍ବତୀ ଙ୍କୁ ଘରେ ରଖି ପୂଜା କରିପାରିବ ।ଏହା ସ୍ଥିର କରି ସେ ପୁଷ୍କକ ବିମାନ ରୁ ଓହ୍ଲାଇ କୈଳାସ ପର୍ବତକୁ କ୍ତପାଡି ବାକୁ ଚେଷ୍ଟା କଲା । ପର୍ବତ ଥରି ଏଠିଲା ତାର ଆକର୍ଷଣ ରେ । ଭୟଭୀତ ପାର୍ବତ ିଶିବଙ୍କୁ ଜାବୁଡି ଧରିଲେ । ଶିବ ଧ୍ୟାନ ରେ ସବୁ ଜାଣି ପାରିଲେ । ନିଜ ର ବାମ ପାଦ ର ବୃଦ୍ଧାଙ୍ଗୁଳି କୁ ସାମାନ୍ୟ ଚାପି ଦେଲେ । ଏତିକିରେ ରାବଣ ର ହାତ ପାହାଡ ତଳେ ଚାପି ନ ହୋଇ ଗଲା । ତାର ଯନ୍ତ୍ରଣା ପୁର୍ଣ୍ଣ ରଡି ରେ ବିଶ୍ୱ କମ୍ପି ଉଠିଲା । ସେ ବିକଳରେ କ୍ଷମା ପାଇଁ ମହାଦେବ ଙ୍କୁ ପ୍ରାର୍ଥନା କଲା । ମହାଦେବ ଙ୍କୁ ଖୁସି କରବା ପାଇଁ ଯେଉଁ ପା୍ରର୍ଥନା ବୋଲିଥିଲା, ଶିବ ତାଣ୍ଡବ ଶ୍ଳୋକ ନାମରେ ପରେ ବିଶ୍ୱରେ ଖ୍ୟାତ ହେଲା ।
ରାବଣ ର ପ୍ରାର୍ଥନା ରେ ଶିବ ଖୁସି ହୋଇ ରାବଣ କୁ ପାହାଡ ଚାପ ରୁ ମୁକ୍ତ କଲେ ଓଆର୍ଶିବାଦ କଲେ । ଭୟଙ୍କର ରାବ କରିଥିବାରୁ ତା ନାମ ରାବଣ ଦେଲେ ଓ ଚନ୍ଦ୍ରହାସ ନାମରେ ଏକ ଖଡ୍ଗ ପ୍ରଦାନ କଲେ । ରାବଣ ଦେବାଧିଦେବ ଓ ମା ପାର୍ବତୀ ଙ୍କୁ ଭୂମିଷ୍ଠ ପ୍ରଣାମ କରି ଲଙ୍କା କୁ ପ୍ରସ୍ଥାନ ହେଲା । ସେହି ଅଗତିର ଗତି,ଅନାଥର ନାଥ,ଅକର୍ମା ର କର୍ମ ଦାୟକ, ମୃତ୍ୟୁ ଞ୍ଜୟୀ. ତ୍ରିନେତ୍ର ଧାରଣ କରିଥିବା ପଂଚାନନ, ଜଗତ ର କଲ୍ୟାଣ କରନ୍ତୁ ଏହା ମୋର ପ୍ରାର୍ଥନା ।
ଦ୍ୱାଦଶ ଜୋର୍ତିଲିଙ୍ଗ:-
ସାରା ଭାରତ ରେ ବାରଟି ଜ୍ୟୋତିର୍ଲିଙ୍ଗ ଅଛ ିା ସେଗୁଡିକ ହେଲା ହିମାଲୟର କେଦାରନାଥ, ଯାହା ସମୁଦ୍ର ପତନ ରୁ ପ୍ରାୟ ୧୨୦୦୦ ଫୁଟ ଉଚ୍ଚତାରେ ରହିଛି । କିମ୍ବଦନ୍ତୀ କହେ, ଆଜିର ବଦ୍ରିନାଥ ଠାରେ କେଦାରେଶ୍ୱର ଙ୍କର ଆଦିବାସ ସ୍ଥାନ ଥିଲା ।ବିଷ୍ଣୁ ମାୟା କରି ସେସ୍ଥାନ ଅଧିକାର କରିବାରୁ.ଶିବ ସେଠାରୁ ୧୪ ମାଇଳ ଦୂର ଆଜିର କେଦାରନାଥକୁ ଚାଲିଗଲେ । ଦ୍ୱିତୀୟ କ୍ଷେତ୍ର ହେଉଛି ପୁରାଣ ପ୍ରସିଦ୍ଧ କାଶି ର ବିଶ୍ୱନାଥ ।ଏଠାରେ ସେ ମା ଅନ୍ନପୁର୍ଣ୍ଣା ଙ୍କ ସହିତ ଅବସ୍ଥାନ କରୁଛନ୍ତି । ତାଙ୍କ ର ମୂଳ ମନ୍ଦିର କୁ ଦିଲ୍ଲୀ ସମ୍ରାଟ ଆଉରଙ୍ଗଲେବ ଭାଙ୍ଗି ସେଠାରେ ଏକ ମସଜିଦ ତିଆରି କରାଇଥିଲେ । ଜ୍ଞାନବାପୀ ମସଜିଦ ନାମରେ ତାହା ଏବେବି ରହିଛି । ପରେ ଇନେ୍ଦାର ର ଶାସକ ରାଣୀ ଅହଲ୍ୟା ବାଇ ହୋଲକାର ଅନ୍ୟ ଏକ ମନ୍ଦିର ତିଆରି କରାଇ ସେଥିରେ ସ୍ୱର୍ଣ୍ଣଛାଉଣି କରିଥିଲେ । ତୃତୀୟ ଜ୍ୟୋତ ିକ୍ଷେତ୍ର ହେଉଛି ସୈାରାଷ୍ଟ୍ର ର ସୋମନାଥ କ୍ଷେତ୍ର । କିମ୍ବଦନ୍ତୀ କହେ ଚନ୍ଦ୍ରଦେବ ନିଜ ଶ୍ୱଶୁର ଦକ୍ଷ ପ୍ରଜାପତି ଙ୍କ ଅଭିଶାପ ରୁ ରକ୍ଷା ପାଇଁ ଶିବ ଙ୍କୁ ତପସ୍ୟା କରି ଶାପଋୁ ମୁକ୍ତ ହୋଇଥିଲେ । ତେଣୁ ଶିବ ଉଠାରେ ସୋମନାଥ ରୂପେ ପୂଜା ପାଉଛନ୍ତି । ଖୋରସାନ ଦେଶ ର ସୁଲତାନ ମାମୁଦ ଦିର୍ଘ ପଥ ଅତିକ୍ରମ କରି ସୈନ୍ୟ ସହ ଏହି ମନ୍ଦିର ଆକ୍ରମଣ କରି ଏହାକୁ ଧ୍ୱଂସ କରିଦେଇଥିଲେ । ପରବର୍ତି ସମୟ ରେ ଆମର ପ୍ରଥମ ଗୃହମନ୍ତ୍ରୀ ସରଦାର ପଟେଲ ଙ୍କ ଚେଷ୍ଟାରେ ଏକ ନୂତନ ମନ୍ଦିରଏହି ପ୍ରଭାସ କ୍ଷେତ୍ର ରେ ନିର୍ମିତ ହୋଇଯାଇଛିି ।
ଚତୁର୍ଥ କ୍ଷେତ୍ର ହେଉଛି ମହାରାଷ୍ଟ୍ର ର ନାସିକ ନିକଟବର୍ତି ଗୌତମୀ କ୍ଷେତ୍ର । ଏଠାରେ ଶିବ ତ୍ରୟମ୍ବକଶ୍ୱର ରୁପେ ପୂଜା ପାଉଛନ୍ତି । ଅଳ୍ପ ଦୁରରେ ପୂଣ୍ୟତୋୟା ଗୋଦାବରୀ ନଦୀ ଏଠାରେ ଥିବା ବ୍ରହ୍ମ ପର୍ବତ ରୁ ଉପ୍ତତି ହୋଇଅଛି ଓ ବାର ବର୍ଷରେ ଥରେ ଏଠାରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ।
ସିପ୍ରା ନଦୀ କୂଲରେ ଉଜ୍ଜୟନୀ ନଗରୀ ର ମହାକାଳେଶ୍ୱର ଅନ୍ୟ ଏକ ଜ୍ୟୋର୍ତିଲିଙ୍ଗ ଅଟନ୍ତିା ଏହି ତୀର୍ଥ ଅତ୍ୟନ୍ତ ପୁରାତନ । ଏଠାରେ ଶିବ ଦକ୍ଷିଣ ମୁଖି ହୋଇ ଭୈରବ ରୁପରେ ପୂଜା ପାଉଛନ୍ତିା ତାଙ୍କୁ ଶଶ୍ମାନ ର ଭସ୍ମ ଓ ମଦ୍ୟ ନୈବେଦ୍ୟ ଆକାରରେ ଦିଆଯାଏ । ଏଠାରେ ମଧ୍ୟ କୁମ୍ଭ ମେଳା ହୋଇଥାଏ ।
ଉଜ୍ଜୟନୀ ଠାରୁ ଅଳ୍ପ ଦୂରରେ ନର୍ମଦା ନଦୀ ର ଏକ ଦ୍ୱୀପ ମଧ୍ୟରେ ଓଂକାରେଶ୍ୱର ମହାଦେବ , ଅନ୍ୟ ଏକ ଜ୍ୟୋର୍ତିଲିଙ୍ଗ ଅବସ୍ଥାନ କରୁଛନ୍ତି । ପଶ୍ଚିମ ଘାଟ ପର୍ବତର ଶିଖର ଦେଶର ଅତି ଦୁର୍ଗମ ସ୍ଥାନରେ ଅନ୍ୟ ଏକ ଜ୍ୟୋର୍ତିଲିଙ୍ଗ ଭୀମଶଙ୍କର ଅବସ୍ଥିତା କଥିତ ଅଛି ଦେବତା ଙ୍କୁ ରକ୍ଷା ପାଇଁ ମହାଶକ୍ତିଶାଳୀ ତ୍ରିପୁରା ଅସୁର କୁ ମାରିବା ପାଇଁ ଶିବ ଭିମ ଶଙ୍କ ର ରୁପ ନେଇଥିଲେ । ଭୟଙ୍କର ଯୁଦ୍ଧ ରେ ଅସୁର ଙ୍କୁ ମାରିଲାପରେ ଶିବ ସହ୍ୟାଦ୍ରୀ ଶିଖର ରେ ବିଶ୍ରାମ ନେଲେ ଓ ତାଙ୍କ ଦେହରୁ ଗମ୍ଗମ୍ ଝାଳ ବହି ଭୀମା ନାମକ ନଦୀ ରସୃଷ୍ଟି ହେଲା ।
ଆନ୍ଧ୍ର ପ୍ରଦେଶ ର କୁର୍ନୁଲ ଜିଲ୍ଲାର ଶ୍ରୀ ଶୈଲମ ଠାରେ କୃଷ୍ନା ନଦୀ କୂଳରେ ପୂର୍ବଘାଟ ପାହାଡ ଉପରେ ଶିବ ମଲ୍ଲୀକାର୍ଜୁନ ଜ୍ୟୋର୍ତିଲିଙ୍ଗ ରୂପରେ ଅବସ୍ଥାନ କରୁଛନ୍ନି । କଥିତ ଅଛି ନିଜ ର ସାନପୁଅ କାର୍ତିକ ର ମାନ ଭଂଜନ ପାଇଁ ଶିବ ଅର୍ଜୁନ ଓ ପାର୍ବତୀ ମଲ୍ଲୀକା ନାମରେ ଦୁଇଟି ଶବର,ଶବରୁଣୀ ହୋଇ ବଣରେ ରହିଥିଲେ । ଏଠାରେ ଶକ୍ତି ଭ୍ରମରାମ୍ବାମା ନାମରେ ପୂଜା ପାଆନ୍ତି । ବିଜୟ ନଗର ରାଜା ହରିହର-୧, ଏହି ମନ୍ଦିର ନିର୍ମାଣ କରି ଏଥିରେ ସୁନା ରଛାଉଣି କରିଥିଲେ ।
ରାମେଶ୍ୱରମ ତାମିଲନାଡୁ ରାଜ୍ୟର ଅନ୍ୟଏକ ଜ୍ୟୋତି କ୍ଷେତ୍ର:-
ଭାରତ ର ଶେଷ ସୀମାନ୍ତ ଦକ୍ଷିଣ ସାଗର ର ଏକ କ୍ଷୁଦ୍ର ଦ୍ୱୀପ ରେ ଏହି ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ ଅବସ୍ଥିତ । କଥିତ ଅଛି ସେତୁବନ୍ଧ ବାନ୍ଧିଲାପରେ ପ୍ରଭୁ ରାମଚନ୍ଦ୍ର ଏହି ଶିବ ଲିଙ୍ଗ ପ୍ରତିଷ୍ଠା କରିଥିଲେ ।ଏହା ହିନ୍ଦୁ ମାନଙ୍କ ର ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ ।ଏହି ମନ୍ଦିର ରେ ଦେଶ ର ଦିର୍ଘତମ ପ୍ରାଙ୍ଗଣ ବା କରିଡର ଅଛି,ହଜାର ସ୍ତମ୍ଭ ଧାରଣ କରି । ପାଣ୍ଡ୍ୟ,ଓ ତାଞ୍ଜୋର ର ମରହଟ୍ଟା ତଥା ଜାଫାନା ର ଶାସକ ମାନେ ବିଭିନ୍ନ ସମୟ ରେଏହି ମନ୍ଦିର ନିମ୍ରାଣ କରିଥିଲୋ ମହାରାଷ୍ଟ୍ର ର ଆଉରଙ୍ଗାବାଦ ଜିଲ୍ଲାର ଏଲୋରା ଗୁମ୍ଫା ନିକଟରେ ଘୃଣ୍ୱେଶ୍ୱର ଜ୍ୟୋର୍ତିଲିଙ୍ଗ ପୂଜା ପାଉଛନ୍ତି । ଅନ୍ୟ ଦିଓଟି ଜ୍ୟୋର୍ତିଲାଙ୍ଗ ବୈଦ୍ୟନାଥ ଓ ନାଗନାଥର ସ୍ଥାନ ନିରୁପଣ ନେଇ ବିବାଦ ରହିଛିା କେତେକ କୁହନ୍ତି ଝାଡଖଣ୍ଡର ବାବାଧାମ ର ବୈଦ୍ୟନାଥ ହେଉଛନ୍ତି ଜ୍ୟୋର୍ତିଲିଙ୍ଗ । ଅନ୍ୟ ମାନେ ମହାରାଷ୍ଟ୍ର ର ପର୍ଲି ର ବୈଦ୍ୟନାଥ ଙ୍କୁ ସେହି ମାନ୍ୟତା ଦିଅନ୍ତିା ସେହିଭଳି ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ ଗୁଜୁରାଟର ଦ୍ୱାରିକାଠାରେ ଓ ମହାରାଷ୍ଟ୍ର ର ଅନ୍ଦ ଠାରେ ରହିଅଛି । ଉଭୟ ଯାଗା ନିଜକୁ ପ୍ରକୃତ ଜ୍ୟୋର୍ତିଲିଙ୍ଗ ନାଗେଶ୍ୱ୍ର ବୋଲି ଦାବି କରନ୍ତିା ଜ୍ୟୋର୍ତିଲିଙ୍ଗ ର ଆର୍ବିଭାବ କୁ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ଶୁଣାଯାଏ । ସୃଷ୍ଟି ର ଆଦିକାଳରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା, କିଏ ବଡ ଏନେଇ କଳି ଲାଗିଲା । ନିଜେ ମିଂମାସା କରିନପାରି ସେମାନେ ଶିବ ଙ୍କ ପାଖକୁ ଯାଇ ତାଙ୍କୁ ମଧ୍ୟସ୍ଥି ମାନି ଉଭୟ ଙ୍କ ମଧୟରେ କିଏ ବଡ ସ୍ଥିର କରିଦେବାକୁ ଅନୁରୋଧ କଲେ । ଶିବ ଚାହୁଁ ଚାହୁଁ ଏକ ସୀମାହିନ ଜ୍ୟୋର୍ତିସ୍ତମ୍ଭ ରେ ପରିଣତ ହୋଇଗଲେ । ଉଭୟଙ୍କୁ କହିଲେ, “ତୁମେ ଦୁଇଜଣ ସ୍ତମ୍ଭ ର ଉପର ଓ ତଳ କୁ ଯାଅ । ଯିଏ ଆଗ ସୀମା ରେ ପହଂଚô ପାରିବ, ସେ ହିଁ ବଡହେବ”ା ଉଭୟ ତଳ ଓ ଉପରକୁ ଯାତ୍ରା କଲେ । ଅନେକ ଯୁଗ ବିଷ୍ଣୁ ତଳକୁ ଯାତ୍ରାକରି ପାତାଳ, ବିତଳ, ମହାପାତାଳ, ସପ୍ତ ପାତାଳ ଆଦି ସାରିଲେ ମଧ୍ୟ ସ୍ତମ୍ ର ଶେଷ ସୀମା ଛୁଇଁ ପାରିଲେ ନାହିଁ । ଶେଷ କୁ େ‘ରିଆସି ବିଷ୍ଣୁ, ଶି୍ବଙ୍କ ପାଖରେ ପହଂଚି ସେ ସୀମା ରେ ପହଂଚି ନାହାଁନ୍ତି ବୋଲି ସ୍ୱିକାର କଲେ । ବ୍ରହ୍ମା ଉପରକୁ ଅନେକ ଯୁଗ ଯାତ୍ରାକଲେ । ଶେଷ ଦେଖିଲେ ନାହିଁ । ଦେଖିଲେ ଶିବଙ୍କ ଶିରରୁ କେତକି ଫୁଲଟି ଖସି ତଳକୁ ଆସୁଛି । ବ୍ରହ୍ମା ତାକୁ ପଚାରିଲେ “ଅଗ ଆଉ କେତେବାଟ ?”ା ଫୁଲ ଟି କହିଲା, “ଶିବଙ୍କ ଶିର ରୁ ଖସି ପଡିବାର ଅନେକ ଯୁଗବିତି ଗଲାଣି । ମୁଁ ତଳ କୁ ଖସି ଛାଲିଛି । କେବେ ତଳେ ପହଂଚି ବି କହିପାରୁନ?ି “ବ୍ରହ୍ମା ଫୁଲ କୁ ଅନୁରୋଧ କଲେ, “ମୁଁ ସୃଷ୍ଟି କର୍ତା । ମୋ ପାଇଁ ପଦେ ମିଛ କହିବ । ମୁଁ ଶିରକୁ ସ୍ପର୍ଷ କରିଛି ବୋଲି ସାକ୍ଷୀ ଦେବ” । ଫୁଲ “ହଁ” ଭରିଲା ।” ବ୍ରହ୍ମା ଶିବଙ୍କ ପାଖକୁ ଆସି ସେ ଶିର କୁ ଛୁଇଁ ଛନ୍ତି ବୋଲି କହିଲେ । କେତକି ଫୁଲ କୁ ସାକ୍ଷୀ ରୂପେ ଉପସ୍ଥାପିତ କଲେ । ମହାକାଳ ଶିବ ଧ୍ୟାନ ରେ ସତ ଜାଣି ପାରିଲେ । ବ୍ରହ୍ମା ଙ୍କୁ ଭସôନା କଲେ । “ସୃଷ୍ଟି କର୍ତା ହୋଇ ମିଛ କହିଲ । ତୁମ କୁ ପୃଥିବୀ ରେ କେହି ପୂଜା କରିବେ ନାହିଁ ।” ବିଷ୍ଣୁଙ୍କୁ ପ୍ରଶଂସା କରି କହିଲେ, “ସତ କହିବାରୁ ତୁମେ ହିଁ ବଡ ପ୍ରମାଣିତ ହେଲ । ମର୍ତ୍ୟ ର ପ୍ରତି ଗାଁଗଣ୍ଡା ରେ ଲୋକ ମାନେ ତୁମ ପାଇଁ ମନ୍ଦିର ତୋଳି ତୁମର ପୂଜାକରିବେ “ା କେତକି ଫୁଲ କୁ ଅଭିଶାପ ଦେଲେ ,”ତୁ ମଛ ସାକ୍ଷୀ ଦେଲୁ । ଆଜିଠାରୁ ମୋ ଶିର ରେ ଲାଗିବାପାରିବୁ ନାହିାଁ”ା ସେହି ଆଦିମ କାଳ ରୁ ବିଭିନ୍ନ ସ୍ଥାନରେ ଜ୍ୟୋର୍ତିଲିଙ୍ଗ ମାନ ସ୍ୱଂୟ ପ୍ରକଟିତ ହୋଇ ଜଗତବାସିଙ୍କୁ କରୁଣା ବିତରଣ କରୁଛନ୍ତି । ଓଁ ନମଃ ଶିବାୟଃ । ନବରଙ୍ଗପୁର, ମୋ:୯୪୩୭୨୩୫୩୮୬