ସୃଷ୍ଟି ଆରମ୍ଭରୁ ରୋଗ ବିରୁଦ୍ଧରେ ମାନବ ଜାତିର ସଂଗ୍ରାମ ଚାଲିଛି! ଡାକ୍ତର ସୁରେନ୍ଦ୍ର ନାଥ ଦାଶ
କରୋନା ରୋଗ (covid-19, sars-cov-2) ) ପାଇଁ ସାରା ପୃଥିବୀ ରେ ଭୟ ଓ ଆତଙ୍କ ର ବାତାବରଣ ସୃଷ୍ଟି ହୋଇଛି । ଦିନ କୁ ଦିନ ମାଡି ଚାଲିଛି ଏହି ରୋଗ । ଦେଶ ପରେ ଦେଶ ଏହା କବଳରେ ପଡିଯାଉଛନ୍ତି । ଦେଶ ଦେଶ ମଧ୍ୟରେ ଯାତାୟାତ ବନ୍ଦ ହୋଇ ଗଲାଣି । ଭ୍ରମଣକାରୀ ମାନେ ନିଜ ଦେଶକୁ ଫେରି ଗଲେଣି । ବିଦେଶୀ ମାନଙ୍କୁ ବିମାନ ବନ୍ଦର, ପୋତାଶ୍ରୟରେ ନଜର ବନ୍ଦୀରେ ରଖାଯାଇଛି । ଇଟାଲି ଭଳି ଦେଶରେ ସହର ମାନଙ୍କରୁ ଲୋକ ଯିବା ଆସିବା ବନ୍ଦ କରାଯାଇଛି । ସ୍କୁଲ କଲେଜ ବନ୍ଦ କରି ପିଲା ମାନଙ୍କୁ ଘରେ ରହିବାକୁ କୁହାଯାଇଛି । ଜିନିଷ ପତ୍ର ନବା ଆଣିବା ବନ୍ଦ ହୋଇ ଗଲାଣି । ବିଦେଶରୁ ଜାହାଜ ମାନ ଆସୁ ନାହିଁ । ଅନେକ କଳ କାରଖାନା ମଧ୍ୟ ବନ୍ଦ ହୋଇ ଗଲାଣି । ବର୍ତମାନ ଖବର ଅନୁଯାୟୀ ୧୦୨ ଦେଶରେ ଏହି ରୋଗ ମାଡି ଗଲାଣି । ଦର୍ଶନୀୟ ସ୍ଥାନ ମାନଙ୍କରେ ଆଉ ଲୋକ ଗହଳି ନାହିାଁ ହୋଟେଲ, ରେଷ୍ଟୁରାଂଟ,ଏୟାର ପୋର୍ଟ, ରେଲୱେ ଷ୍ଟେସନ ସବୁ ଆଡେ ଖାଁ ଖାଁ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର । ପାଖାପାଖି ଦୁଇ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ନ୍ୟୁୟର୍କ ନଗରୀରେ ମଧ୍ୟ ୩୧ ଜଣ ଙ୍କର ମୃତ୍ୟୁ ଘଟିଯାଇଛି । କାଲିଫର୍ଣ୍ଣିଆ, ସିଏଟଲ ସିଟି ରେ ରୋଗ ହୋଇ ଲୋକ ମଲେଣି । ଆମେରିକା ସରକାର ଜରୁରୀ ଅବସ୍ଥା ଗୋଷଣା କରି ୮ ବିଲିଅନ ଡଲାର ଏହି ରୋଗର ପ୍ରତିକାର ପାଇଁ ରଖିଲେଣି । ଚୀନ, ଦକ୍ଷିଣ କୋରିଆ, ଜାପାନ, ଇଟାଲି, ଇରାନ, ସିଙ୍ଗାପୁର, ଥାଇଲାଣ୍ଡ, ହକଂ ଫ୍ରାନସ, ଜର୍ମାନୀ ଭଳି ଦେଶ ମାନଙ୍କରେ ଏହି ରୋଗ ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହି ରୋଗ ବିଭିନ୍ନ ରାଜ୍ୟରେ ଦେଖା ଦେଇଛି । ପ୍ରଥମ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ଭାରତରେ ଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇ ସେମାନଙ୍କୁ ଅଲଗା ରଖାଯାଇଛି । ବିଶେଷତଃ ଚୀନରେ ଥିବା ଅନେକ ଛାତ୍ର, ଯେଇଁ ମାନେ କି ରୋଗ ବ୍ୟାପିବା ପରେ ଘରକୁ ପଳେଇ ଆସିଛନ୍ତି; ସେମାନଙ୍କ ଉପରେ ଦୃଷ୍ଟି ରଖାଯାଇଛି । ବିଶ୍ୱରେ ଚରମ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଆଗାମୀ ଗ୍ରୀଷ୍ମ ଋତୁରେ ହେବାକୁ ଥିବା ଟୋକିଓ ଅଲମ୍ପିକ ମଧ୍ୟ ବନ୍ଦ ହେବାର ସମ୍ଭାବନା ଦେଖା ଦେଇଛି ।
  କ’ଣ ଏହିକରୋନା ଭାଇରସ (carona virus((covid 2019) କରୋନା ଭାଇରସ ଇନଫ୍ଲୁଏଞ୍ଜା ଭାଇରସ ଭଳି ଏକ ଭୂତାଣୁ । ଇଲେକ୍ଟ୍ରନ ମାଇକ୍ରୋସ୍କୋପ ରେ ଏହାର ଅନେକ ଲମ୍ବା, ଲମ୍ବା କରୋନା ଝୁଲୁ ଥିବାର ଦେଖା ଯାଏ । ସୂର୍ଯ୍ୟଙ୍କର ସୌରମଣ୍ଡଳରେ କରୋନା ସ୍ଫିଅରରେ ଏହି ଭଳି ଦେଖାଯାଏ । ତେଣୁ ଏହାର ନାମ କରୋନା ରଖାଯାଇଛି । ଏହି ରୋଗ ମଣିଷରୁ ମଣିଷ ଓ ବାଦୁଡି, ଘୁଷୁରୀ,ବତକ, ମାଛ, ପେଙ୍ଗୁଲିନାଙ୍କ ଠାରୁ ମଣିଷଙ୍କୁ ବ୍ୟାପି ଥାଏ । ଅଧିକାଂଶ ରେଗୀ ସହଜରେ ପୂର୍ଣ୍ଣ ଆରେଗ୍ୟ ଲାଭ କରନ୍ତି । ମାତ୍ର ଅତ୍ୟଧିକ ବୟସ,ଏଡସ୍, ବହୁମୂତ୍ର, ବୃକକ, ଲିଭର ସଂକ୍ରମଣ ଭଳି କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟିକରିଥାଏ । ସ୍ତ୍ରୀ ମାନଙ୍କ ଠାରୁ ପୁରୁଷ ମାନଙ୍କ ଠାରେ ଏହା ଅଧିକ ଭୟଙ୍କର ହୋଇଥାଏ । ପିଲାମାନେ ଏହି ରୋଗକୁ ଅଧିôକ ସହି ପାରନ୍ତି । ଅତୀତରେ ଇବୋଲା ଭାଇରସ, ସ୍ୱାଇନ ଫ୍ଲୁ ଭାଇରସ, ଜିକା ଭାଇରସ, ସାରସ ବେଳେ ମଧ୍ୟ ଏହିଭଳି ଅବସ୍ଥା ହୋଇଥିଲା । ୨୦୧୨ ମସିହରେ ହୋଇଥିବା ସାରସ ଭାଇରସ ରୋଗ ମଧ୍ୟ ଏକ ପ୍ରକାର କରୋନା ଭାଇରସ ଯୋଗୁ ହୋଇଥିଲା (କୋଭିଡ-1) । ଏହି ରେଗର ମୃତ୍ୟୁହାର ସେସବୁ ରୋଗ ଠାର ୁ କମ ହେଲେ ମଧ୍ୟ ଏହାର ବ୍ୟାପକତା ଅଧିକ ସମସ୍ୟା ସୃଷ୍ଟି କରିଛି । ଚାହୁଁ ଚାହୁଁ ଏହା ୧୦୨ ଦେଶ କୁ ଡେଇଁ ସାରିଲାଣି । ଚାଇନା ର ହୁଆନ ସହରର ମାଂସ ବଜାରରେ ଏହି ରୋଗ ୩୧.୧୨.୨୦୧୯ଦିନ ଅଜଣା ଶ୍ୱାସ ରୋଗ(କ୍ଟ୍ରଦ୍ଭରଙ୍କଜ୍ଞକ୍ଟଦ୍ଭସବ କ୍ଟଲ ଙ୍କଦ୍ଭଳକ୍ଟଙ୍ଗଦ୍ଭ କ୍ଟକ୍ସସଶସଦ୍ଭ) ଭାବରେ ପ୍ରଥମେ ବ୍ୟାପିଥିଲା । ଜଣେ ଚକ୍ଷୁ ଡାକ୍ତର ପ୍ରଥମେ ଏହି ରୋଗ ବିଷୟ ରେ ସମ୍ବାଦ ଦେଲେ । ମାତ୍ର ସରକାର ଏହା ମିଥ୍ୟା ବୋଲି କହି ଡାକ୍ତର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ । ଅନେକ ଦିନ ପର୍ଯ୍ୟନ୍ତ ଘଟଣା କୁ ଗୁପ୍ତ ରଖିଲେ । ଯେେତେବେଳେ ପରିସ୍ଥିତି ଅସମ୍ଭାଳ ହେଲା ବାହାର ଦୁନିଆ ଜାଣିଲା । ସେହି ସହରରେ ପ୍ରାୟ ୬୦ ହଜାର ଲୋକ ଆକ୍ରାନ୍ତ ହେଲେ,ଦୁଇ ହଜାର ଲୋକ ମଲେ । ବର୍ତମାନ ସେ ସହର ମୃତ୍ୟୁ ସହର ପାଲଟି ଯାଇଛି । ବଜାର ବନ୍ଦ ଅଛି । କଳ କାରଖାନା ମାନରେ ତାଲା ଝୁଲୁଛି । ଆକ୍ରାନ୍ତ ଙ୍କୁ ନେଇ ଦୁର୍ଗ ମାନଙ୍କରେ ଅଲଗା ରଖା ଯାଇଛି । ଚିନରେ ନୂଆ ନୂଆ ସହରକୁ ରୋଗ ବ୍ୟାପିବାରେ ଲାଗିଛି । ମାର୍ଚ୍ଚ ୮ଦିନ ଚୀନରେ କୌଣସି ନୂଆରୋଗୀ ବାହାରି ନାହାନ୍ତି ବୋଲି ସମ୍ବାଦ ମିଳିଛି ।
କିପରି ବ୍ୟାପେ: ଅନ୍ୟାନ୍ୟ ଭୁତାଣୁ ମାନଙ୍କ ପରି ଏହା ରୋଗିର ସ୍ପର୍ଶରେ ଆସିଲେ ବ୍ୟାପେ । ରୋଗୀର ନାକରୁ ବହୁଥିବା ସିଂଘାଣି, କାଶ ଛିଙ୍କର ଜଳକଣା (droplet infection), ହାତ, ଚମ, ପୋଷାକର ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ଭୁତାଣୁ ଯିବାର ୨ରୁ ୧୪ ଦିନ ମଧ୍ୟରେ ରୋଗ ସୃଷ୍ଟି ହୋଇଥାଏ । ଭଲ ହେବା ପରେ ଅନେକ ଦିନ ପର୍ଯନ୍ତ ଦେହରେ ଭୂତାଣୁ ରୁହେ । ଅଧିକାଂଶ ରୋଗୀ ସଂପୂର୍ଣ୍ଣ ଭଲ ହେଲେ ମଧ୍ୟ କିଛି ରୋଗୀଙ୍କ ପାଇଁ ଭେଂଟିିଲେସନ ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ଦରକାର ହୁଏ ।
   ପ୍ରତିକାର: ଏ ରୋଗ ପାଇଁ କୌଣସ ନିର୍ଦ୍ଧିଷ୍ଟ ଔଷଧ ନାହିଁ । ଲକ୍ଷଣକୁ ଚାହିଁ ଔଷଧ ଦିଆଯାଏ । ବିଭିନ୍ନ ଆଂଟିଭାଇରାଲ ଔଷଧ ଆକ୍ଲୋରଭର ଯାତୀୟ ଦିଆଯାଏ । ପ୍ରଚୁର ଜଳପାନ, ବିଶ୍ରାମ, ଅଧିକ କାଶ ହେଲେ ଆଂଟିବାୟୋଟିକ, ଶ୍ୱାସ କଷ୍ଟ ହେଲେ ଭେଂଟିଲେଟର, ଅମ୍ଲଜାନ, ରକ୍ତ ପ୍ରଦାନ ସ୍ଥଳ ବିଶେଷରେ ଦିଆଯାଏ । ଏହି ରୋଗ ପାଇଁ କୈାଣସି ଭାକସିନ ବାହାରି ନାହିଁ । ଆମ ଦେଶରେ ଅନେକ ଦେଶୀୟ ପଦ୍ଧତିରେ ଏହା ଭଲ ହୋଇପାରିବ ବୋଲି କେତେକ ଦାବି କରିଲେଣି ।
କଣ କରିବେ: ରୋଗ ଓ ରୋଗୀ ଠାରୁ ଦୂରେଇ ରହିବା ପ୍ରଧାନ ପ୍ରତିଷେଧ ବ୍ୟବସ୍ଥା ଅଟେ । ସଂକ୍ରମିତ ବ୍ୟକ୍ତିର ଭୟ ଥିଲେ ମୁହଁରେ ମାସ୍କ ପିନ୍ଧିବ । ହସପିଟାଲ ଓ ରେଗୀଙ୍କ ସାହାଯ୍ୟକାରୀ ମାନଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ । ହାତରେ ସର୍ବସାଧାରଣ ଟେବଲ, ଲିଫ୍ଟ, ଡୋର ହ୍ୟାଣ୍ଡଲ ଛୁଇଁବ ନାହିଁ । ଟିସୁ କାଗଜ ଧରି ଏସବୁ ଛୁଇଁବ । କାଶୁ ଥିବା ଲୋକଠାରୁ ଦୁରରେ ରହିବ । ମୁହଁ, ନାକରେ ହାତ ଦେବ ନାହିଁ । ଘରେ ସବୁ ବେଳେ ରହିବାକୁ ଚେଷ୍ଟା କରିବ । ଜନଗହଳି ସ୍ଥାନକୁ ଦରକାର ନଥିଲେ ଯିବ ନାହିଁ । କୌଣସି ସନେ୍ଦହ ହେଲେ ହସପିଟାଲକୁ ଖବର ଦେବ । ନିଜେ ହସପିଟାଲ କି କ୍ଲିନିକ କୁ ଯିବ ନାହିଁ । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ମହଜୁଦ ରଖିବ । ବାରମ୍ବାର ହାତ ସାବୁନ ରେ ଧୋଇବ, ସାନିଟାଇଜର, ଆଲକୋହଲିକ ହାତରେ ମାରିବ । ବର୍ତମାନ ପାଶ୍ଚାତ୍ୟ ପଦ୍ଧତିରେ ହାତନମିଳାଇ ଭାରତୀୟ ପଦ୍ଧତିରେ ନମସ୍ତେ କରିବାକୁ ଲୋକ ମାନଙ୍କୁ କୁହାଯାଉଛି ।
   ରୋଗ ନିରୁପଣ: ଏହିରୋଗର ନିରୁପଣ ପାଇଁ ଡିଏନଏ ଟେଷ୍ଟ, ଜିନ ଅନୁଶୀଳନ ଭଳି ଜଟିଳ ପରୀକ୍ଷା ମାଧ୍ୟମରେ ହୋଇଥାଏ । ସେଗୁଢିକ ଅତ୍ୟାଧୁନିକ ଲାବୋରଟୋରିରେ ସମ୍ଭବ ହୋଇଥାଏ । ସାଧାରଣ ର ଉପଲବ୍ଧି ହେଲା ଭଳି ପରୀକ୍ଷା ଦ୍ୱାରା ରୋଗ ନିରୁପଣ ପାଇଁ ଉଦ୍ୟମ ଚାଲିଅଛି ।
ଆତଙ୍କ ଖେଳାଇଥିବା କେତେକ ଭାଇରାଲ ରୋଗ:-
ସାରସ: ୨୦୧୨ ମସିହାରେ ଏହା ସାଉଦି ଆରବ ଦେଶରେ ଦେଖାଦେଇ ଅନ୍ୟ ଦେଶକୁ ବ୍ୟାପିଥିଲା । ଏହାର ଭୁତାଣୁ ମଧ୍ୟ କରୋନା ଜାତିୟ । ଦଶଜଣ ରୋଗିରେ ଜଣେ ଏହି ରୋଗରେ ମରେ । ସମୁଦାୟ ୭୭୪ ଜଣ ମରିଥିଲେ ।
ଓଭକ୍ଟକ୍ଷବ: ୨୦୧୪ ମସିହାରେ ପଶ୍ଚିମ ଆଫ୍ରିକାରେ ଏହି ରୋଗ ଦେଖାଦେଇଥିଲା । ଏଥିରେ ସର୍ବାଧିକ ଶତକଡା ୭୦ ଜଣ ମରୁଥିଲେ(୧୯୭୬ ମୃତ୍ୟୁ ସଂଖ୍ୟା) ।
ରାବିସ ଭାଇରସ: ପାଗଳା କୁକୁର, ବିଲୁଆ, ମାଙ୍କଡ, ବାଦୁଡିଙ୍କ କାମୁଡାରୁ ମଣିଷକୁ ବ୍ୟାପେ । ଜଳାତଙ୍କ ରୋଗ ବୋଲି ଏହା କେଉଁ କାଳରୁ ରହିଅଛି । ଏହି ରୋଗରେ ଶହେରୁ ଶହେ ମରନ୍ତି । ଏଥିପାଇଁ ବାହାରିଥିବା ଟୀକା ନେଲେ ରୋଗରୁ ରକ୍ଷା ମିଳେ ।
ଏଚ.ଆଇ.ଭି: ୧୯୮୦ ମସିହାରେ ଏହି ରୋଗ ଜଣାପଡିଲା ପରେ ୩୨୦ ଲକ୍ଷ ଲୋକ ଏହି ରୋଗରେ ମଲେଣି । ବିଶ୍ୱର ସବୁଠାରୁ ବଡ ସମସ୍ୟା ରୂପେ ଦେଖା ଦେଇଛି । ଆଫ୍ରିକାର କେତେକ ଅଂଚଳ ହେି ରୋଗରେ ଛାରଖାର ହୋଇଗଲାଣି ।
ବସନ୍ତ ବା ସ୍ମଲପକ୍ସ: ଏହା ଦିନେ ମହାମାରୀ ବା କଳାମୃତ୍ୟୁ ରୁପେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା । ୧୯୮୦ ମସିହାରେ ଟୀକାଦାନ ଦ୍ୱାରା ଏହି ରୋଗ ଲୋପ ହେଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କଲା । କେବଳ ବିଂଶ ଶତାଦ୍ଧୀରେ ଏହିରୋଗରେ ୩୦୦ମିଲିଅନ ଲୋକ ମରିଥିଲେ । ତିନି ଜଣରେ ଜଣେ ଏ ରୋଗରେ ମରନ୍ତି । ଆମେରିକା, ଅଷ୍ଟ୍ରେଲିଆ୍ର, ଫିଜି, ହାୱାଇ ଦେଶର ଆଦିମ ଅଧିବାସୀ ସଂପୂର୍ଣ୍ଣ ରୂପେ ଏହି ରୋଗରେ ମୂଳପୋଛ ହୋଇଗଲେ ।
ଇନଫ୍ଲୁଏଞ୍ଜା ଭାଇରସ: ଅତି ସାଧାରଣ ଫ୍ଲୁ ଜାତୀୟ ରୋଗ ହେଲେ ମଧ୍ୟ ବର୍ଷକୁ ୫ଲକ୍ଷ ରୋଗୀ ବିଶ୍ୱରେ ଏଥିରେ ମରନ୍ତି । ୧୯୧୮ ମସିହାରେ ସ୍ପାନିସ ଫ୍ଲୁ ନାମରେ ବ୍ୟାପି ୫୦ ମିଲିଅନ ଲୋକଙ୍କୁ ମାରିଥିଲା । ଏବେ ଏହାପାଇଁ ସଫଳ ଟୀକା ବାହାରିଛି ।
ରୋଟା ଭାଇରସ: ବର୍ଷକୁ ୪ଲକ୍ଷ ପିଲା ଝାଡା ହୋଇ ଏଥିରେ ମରନ୍ତି । ଏହାର ସଫଳ ଟିକା ବାହାରିଛି ।
ସାରସ ଳଭ୨୦୦୨: ଏହି ରୋଗରେ ୨୦୦୨ ମସିହାରେ ୭୦୦ ରୋଗି ମରିଥିଲେ, ୮୦୦୦ ଜଣ ଆକ୍ରାନ୍ତ ହୋଇଥିଲେ ।
ମେରସ kb: middle east acute respiratory syndrome cov-2012, ୨୦୧୨ ମସିହାରେ ବ୍ୟାପିଥିବା ଏହି ରୋଗରେ ଶତକଡା ୪୦ ଭାଗ ମରିଥିଲୋ
ରୋଗ ବିରୁଦ୍ଧରେ ମାନବ ଜାତିର ସଂଗ୍ରାମ ସୃଷ୍ଟିର ଆରମ୍ଭରୁ ଚାଲି ଅଛି । ଗୋଟାଏ ରୋଗ ପରାସ୍ତ ହେଲେ ନୂଆରୋଗ ଜନ୍ମ ନେଉଛି । ମାୟାବୀ ଅସୁର ଭଳି ରôୂପ ବଦଳାଇ ଦେଇ ମାଡି ଆସୁଛି । ମଣିଷ ଜାତି ଏକଜୁଟ ହୋଇ ତାକୁ ପରାସ୍ତ ଓ ଲୋପ ପାଇଁ ପ୍ରୟାସ କରୁଛନ୍ତି, ଏହା ହିଁ ଆମ ପାଇଁ ବଡ ଆଶ୍ୱାସନା ।

Leave a Reply

Your email address will not be published.