୧୨ ବର୍ଷ ତଳୁ ଫାଇଲ୍ ଭିତରେ ରହିଛି ଲୋକପାଳଙ୍କ ଆଦେଶ!

ଅନନ୍ତପୁର ବଜାରରେ ସରକାରୀ ଜମି ଘୋଟାଲା:ଭୂମିହୀନ ଦର୍ଶାଇ ନେଇଗଲେ ମୂଲ୍ୟବାନ ଜମି

ବାଲେଶ୍ୱର, (ଆଇଏନ୍ଏସ୍) : ଅନନ୍ତପୁର-ସରକାରୀ ଜମିକୁ ଆତ୍ମସାତ କରିବା ପାଇଁ କିଛି ଅସାଧୁ ବ୍ୟକ୍ତି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଅସାଧୁ ମେଂଟର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୋର ବ୍ଲକର ଅନନ୍ତପୁର ବଜାରର ସରକାରୀ ଜମି ହଡ଼ପ କ୍ଷେତ୍ରରେ । ସୋର ତହସିଲ ଅନ୍ତର୍ଗତ ଅନନ୍ତପୁର ବଜାରରେ ସରକାରୀ ଜମିକୁ ଚଂଚକତା କରି କେବଳ ଆତ୍ମସାତ କରାଯାଇନାହିଁ, ଏହି ସରକାରୀ ଜମି ଉପରେ ପକ୍କାଘର କରି ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତିମାନେ । ଏହି ଜମିରୁ ଜବରଦଖଲ ଉଛେଦ କରିବା ସହିତ ମୋଟା ଅଙ୍କର ଜୋରିମାନା ଅଦାୟ କରିବାକୁ ଲୋକପାଳ ଦେଇଥିବା ନିଦେ୍ର୍ଦଶ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୨ବର୍ଷ ହେଲା ଫାଇଲ ଭିତରେ ବନ୍ଧା ହୋଇପଡ଼ିଛି । ଏଥିରୁ ଜବରଦଖଲକାରୀ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିଭଳି ଗୋପନ ପ୍ରୀତି ରହିଛି ତାହା ପ୍ରମାଣିତ ହେଉନାହିଁ କି?
ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟ ଅନୁସାରେ ସୋର ତହସିଲ ଅନ୍ତର୍ଗତ ଅନନ୍ତପୁର ବଜାରର ଛାତି ଉପରେ ଥିବା ସରକାରୀ ଜମି, ଯାହା -ଅନନ୍ତପୁର ମୌଜାର ଖାତା ନଂ.-୧୨୬୧, ପ୍ଲଟ ନଂ-୧୦୫, ନୟନଜୋରୀ, ମୋଟ ଏ୦.୬୧ଡି ମଧ୍ୟରୁ ଏ୦.୨୭ ଡି. ଜମିକୁ ଅନନ୍ତପୁରର ୭ଜଣ (ଜୀବନ କୃଷ୍ଣ ମହାନ୍ତି, ପିତା- ଗୋପାଳ କୃଷ୍ଣ ମହାନ୍ତି, ରଘୁନାଥ ରାଉତ, ପିତା – ବା‚ାନିଧି ରାଉତ, ନାରାୟଣ ସାହୁ, ପିତା – ଭାସ୍କର ସାହୁ, ମାୟାଧର ସାହୁ, ପୀତା- ହରିହର ସାହୁ, ସୁବାସ ଚନ୍ଦ୍ର ସାହୁ, ପିତା- ବା‚ାନିଧି ସାହୁ, ପରମାନନ୍ଦ ଦାସ, ପିତା- କ୍ଷେତ୍ର ଦାସ ଓ ଗୋପାଳ ଚରଣ ସାମଲ୍, ପିତା-ଶଚୀନ୍ଦ୍ର ସାମଲ) ଚଂଚକତା ପୂର୍ବକ ନିଜକୁ ଭୂମିହୀନ ଦର୍ଶାଇ ଏହି ମୂଲ୍ୟବାନ ସରକାରୀ ଜମିକୁ ହଡ଼ପ୍ କରିନେଇଛନ୍ତି । ଜୀବନ କୃଷ୍ଣ ମହାନ୍ତି ତା.୧୪.୦୨.୨୦୦୧ରେ ଏ ୦.୧୪ଡି, ରଘୁନାଥ ରାଉତ ତା.୨୪.୦୨.୧୯୯୩ରେ ଏ ୦.୦୩ଡି, ନାରାୟଣ ସାହୁ ତା.୦୩.୦୮.୧୯୯୦ରେ ଏ୦.୦୨ଡି, ମାୟାଧର ସାହୁ ତା.୨୦.୦୭.୧୯୭୪ରେ ଏ୦.୦୨ଡି, ସୁବାଷ ଚନ୍ଦ୍ର ସାହୁ ତା.୨୭.୦୨.୧୯୯୯ରେ ଏ୦.୦୨ଡି, ପରମାନନ୍ଦ ଦାସ ତା.୨୪.୧୧.୧୯୮୦ରେ ଏ୦.୦୨ଡି ଓ ଗୋପାଳ ଚରଣ ସାମଲ ଏ୦.୦୨ଡି ର ପଟ୍ଟା ହାସଲ କରିଥିବା ବେଳେ ସେମାନଙ୍କ ନାମରେ ଯଥାକ୍ରମେ ଏ୨..୭୮ଡି, ଏ୧.୯୫ଡି, ଏ୦.୨୫ଡି, ଏ୧.୨୪ଡି, ଏ୦.୩୨ଡି, ଏ୦.୯୫ଡି ଓ ଏ୦.୮୬. .ଡି ଜମି ରହିଛି । ଏହି ବ୍ୟକ୍ତିମାନଙ୍କ ନାମରେ ନିଜର ଜମି ଥିବା ବେଳେ ନିଜକୁ ଭୂମିହୀନ ଦର୍ଶାଇ ଏହି ଜମିକୁ ନିଜନିଜ ନାମରେ କରିନେଇଥିବା ବେଳେ ଏହା ବିରୁଦ୍ଧରେ ମାନ୍ୟବର ଲୋକପାଳଙ୍କ ନିକଟରେ ହୋଇଥିବା ମାମଲା (କେସ୍ ନଂ.-୯୬୩-ଏଲୱାଇ(ଏ)/୨୦୦୭)ର ବିଚାର କରି, ସରକାରୀ ଜମିରୁ ଜବରଦଖଲକୁ ଉଛେଦକରିବା ସହିତ ଜବରଦଖଲକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ ସୋର ତହସିଲଦାର ଓ ବାଲେଶ୍ୱର ଜିଳ୍ଲାପାଳଙ୍କୁ ମାନ୍ୟବର ଲୋକପାଳ (ଜଷ୍ଟିସ୍ ଏସ୍.ସି ମହାପାତ୍ର) ତା.୧୬.୦୪.୨୦୦୮ରିଖରେ ନିଦେ୍ର୍ଦଶ ଦେଇଥିଲେ । ଏହା ମଧ୍ୟରେ ୧୨ବର୍ଷରୁ ଉଦ୍ଧ୍ୱର୍ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ମାନ୍ୟବର ଲୋକପାଳଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ନହୋଇ ଫାଇଲ ଭିତରେ ବନ୍ଧାହୋଇ ପଡ଼ଛି । ଏଥିରୁ ସରକାରୀ ଅଧିକାରୀ ମାନଙ୍କର ସରକାରୀ ସମ୍ପତିକୁ କିପରିଭାବରେ ସୁରକ୍ଷିତ ରଖିବାକୁ ତତ୍ପର ଏହା ତାହାର ଏକ ଦୃଷ୍ଟାନ୍ତ ।

Leave a Reply

Your email address will not be published.