ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗଦେଲା ଜାହାଜ ‘ବରାଦ’
ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ତଥା ଭାରତର ପୂର୍ବଉପକୂଳର ସୁରକ୍ଷା ନିମନ୍ତେ ବୁଧବାର ଦିନ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି କୋଷ୍ଟଗାର୍ଡ ଜାହାଜ ‘ବରାଦ୍’ । ଉପକୂଳ ଅଂଚଳରେ ପଇଁତରା ଦେବା ନିମନ୍ତେ ଉତର-ପୂର୍ବ ମୁଖ୍ୟାଳୟରେ ସାମିଲ ହେବା ପରେ ଏହି ଜାହାଜକୁ ପାରାଦ୍ୱୀପ ଜିଲ୍ଲା ମୁଖ୍ୟାଳୟ-୭ କୁ ପଠାଯାଇଥିଲା । ଲାରସନ୍ ଆଣ୍ଡ ଟୁବ୍ରୋ କମ୍ପାନୀ ଦ୍ୱାରା କାଟୁପାଲ୍ଳୀ ଠାରେ ଏହି ୯୮ ମିିଟର ଲମ୍ବ ଜାହାଜ ନିର୍ମାଣ ହୋଇଛି । ଏହି ଜାହାଜରେ ୩୦ ମିମି ଓ ୧୨.୭ ବନ୍ଧୁକ ସ୍ଥାପିତ ହୋଇଛି । ଗୋଟିଏ ଡବଲ ଇଂଜିନ ହେଲିକାପ୍ଟର ବହନ କରିବାର କ୍ଷମତା ‘ବରାଦ୍୍’ ଜାହାଜରେ ରହିଛି । ୨୧୦୦ ଟନ ଓଜନ ବିଶିଷ୍ଟ ଏହି ଜାହାଜରେ ୯୧୦୦ କିଲୋୱାଟର ଦୁଇଟି ଡିଜେଲ ଇଂଜିନ୍ ରହିଛି । କମାଣ୍ଡାଂଟ ପିଂଟୁ ବାଗ୍ ଙ୍କ ସମେତ ୧୧ ଜଣ ଅଧିକାରୀ ଓ ୯୧ଜଣ କର୍ମଚାରୀ ରହିଥିବା ଭାରତୀୟ ତଟ୍ଟରକ୍ଷୀ ବାହିନୀ ପାରାଦ୍ୱୀପ ମୁଖ୍ୟାଳୟ-୭ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।