ସୋର ବଜାରରେ ବିଭିନ୍ନ ଦୋକାନରେ ଲୋକ ଚଢ଼ାଚଢ଼ି ହୋଇ କିଣାକିଣିରେ ବ୍ୟସ୍ତଏବେ ବି ଲୋକ ବେପରୱା
ସୋର ବଜାରରେ ବିଭିନ୍ନ ଦୋକାନରେ ଲୋକେ ଚଢାଚଢି ହୋଇ କିଣାକିଣିରେ ବ୍ୟସ୍ତ!
ବାଲେଶ୍ୱର : କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ନିୟମମାନ ପ୍ରଣୟନ କରୁଛନ୍ତି । ସେହି ନିୟମକୁ ପାଳନ କଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରେିବ । ସେଥିପାଇଁ ପ୍ରଚାର ପ୍ରସାର ଯେତେ କଲେ ମଧ୍ୟ ଲୋକମାନେ ଏବେବି ସଚେତନ ନୁହଁନ୍ତି । ଲୋକଙ୍କର ବେପରୱା ଭାବ ପ୍ରମାଣ କରୁଛିଯେ, କରୋନାକୁ ଦେଶରୁ ନିପପାତ କରିବା ପାଇଁ ଲୋକମାନେ ଯେପରି ଆଗ୍ରହୀ ନୁହଁନ୍ତି । ବାଲେଶ୍ୱର ଜିଲ୍ଲାର ସୋର ବଜାରର ଦୃଶ୍ୟ ଏହାହିଁ ପ୍ରମାଣିତ କରୁଛି ।
ସୋର ପୋରପାଳିକା ଅନ୍ତର୍ଗତ ଅଡ଼ଙ୍ଗ ବଜାରରେ ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ଗ୍ରୋସେରୀ ଦୋକାନ ଠାରୁ ଆରମ୍ଭ କରି ପରିବା, ମାଛ, ମାଂସ ସବୁ ଦୋକାନରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳିଛି । ଦୂରତ୍ୱ ବଜାୟ ରଖିବା ପାଇଁ କେତେକ ଦୋକାନରେ ନିୟମ ଅନୁସାରେ ଗୋଲ ରେଖା ଅଙ୍କା ଯାଇଥିଲେ ମଧ୍ୟ ଲୋକମାନେ ତାହାକୁ ନମାନି ଲଗାଲଗି ହୋଇ ଜିନିଷ କିଣୁଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଅଡ଼ଙ୍ଗ ବଜାରର ଏକ ଗ୍ରୋସେରୀ ଦୋକାନ ଓ ଡାକ୍ତରଖାନା ନିକଟରେ ଥିବା ଏକ ଔଷଧ ଦୋକାନର ଚିତ୍ର ଦେଖିଲେ ଯେକୋ÷ଣସି ସଚେତନ ବ୍ୟକ୍ତି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବ । ଏହି ଦୁଇଟି ଦୋକାନରେ ଲୋକଙ୍କୁ ଦୂରତ୍ୱ ବଜାଇ ରଖିବା ପାଇଁ ୨ମିଟର ଦୂରତାରେ ଗୋଲ କରାଯାଇଥିବା ବେଳେ ଲୋକମାନେ ନିୟମକୁ ନମାନି ଚଢ଼ାଭିଡ଼ା ହୋଇ କିଣୁଥିବାର ଦେଖିବାକୁ ମିଳିଛି । ମାଛ ଦୋକାନ ଓ ପରିବା ଦୋକାନର ଚିତ୍ର ମଧ୍ୟ ସମାନ । ଏପରିକି ସୋର ଡାକ୍ତରଖାନାରେ ବିଭିନ୍ନ ରୋଗ ପାଇଁ ଡାକ୍ତରଙ୍କୁ ଦେଖାଇବା ପାଇଁ ଆସିଥିବା ରୋଗୀମାନେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଦୂରତ୍ୱ ରକ୍ଷା କରିବା କଥା ଭୁଲି ଯାଇଛନ୍ତି । ଏହିସବୁ ଚିତ୍ର ପ୍ରମାଣିତ କରୁଛିଯେ, ଲୋକମାନେ ଏବେବି ବେପରୱା ଅଛନ୍ତି । କରୋନାର ଭୟାବହତା ସମ୍ପର୍କରେ ଏବେବି ଲୋକମାନେ ଅଜ୍ଞ କିମ୍ବା ସଚେତନ ନୁହଁନ୍ତି ।